ହେଡଲାଇନସ୍:

କର୍ମୀ ମାନଙ୍କର ଦୃଢ଼ ଆତ୍ମବଳ ଦ୍ୱାରା ବିଜୟ ସମ୍ଭବ :- ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅପପ୍ରଚାର ରୁ ଅଣଦେଖା କରି ଦେଶ ହିତରେ ଲୋକେ ମତଦାନ କରନ୍ତୁ :- ଭୋଜରାଜ ସିଂ

ବରଗଡ :- ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆସନ୍ତା ଷୋହଳ ତାରିଖ ରେ ହେବାକୁ ଯାଉଥିବା ବେଳେ , ପ୍ରଚାର ପାଇଁ ହାତରେ ରହିଛି ଆଉ ମାତ୍ର ଦୁଇ ଦିନ । ଚଳିତ ନିର୍ବାଚନ ରେ ପ୍ରାର୍ଥୀ ମାନେ ଛୋଟ ଛୋଟ ସଭା ଓ ଘର ଘର ବୁଲି ନିଜର ସପକ୍ଷରେ ଭୋଟ ପାଇଁ ନିବେଦନ କରିଛନ୍ତି । ବରଗଡ଼ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅଧିନ ରେ ରହିଛି ସମୁଦାୟ ଆଠ ଗୋଟି ଜିଲ୍ଲା ପରିଷଦ ଆସନ । ଏହି ଆଠ ଗୋଟି ଆସନରେ ବର୍ତ୍ତମାନ ସୁଦ୍ଧା ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ଆଗୁଆ ଥିବା ବେଳେ ବର୍ତ୍ତମାନ ପ୍ରଚାରକୁ ଆହୁରି ତୀବ୍ର କରିଛନ୍ତି । ଆଜି ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ପାଇକମାଲ ଯୋନ ଏକର ଦଳୀୟ ପ୍ରାର୍ଥ ଶ୍ରୀମତି ଗୀତାଞ୍ଜଳି ପୁଟା  ଓ ଝାରବନ୍ଧ ଯୋନ ଏକ ର ପ୍ରାର୍ଥୀ ଶ୍ରୀ ସୁଶୀଲ ମରେଇଙ୍କର ପ୍ରଚାର ପାଇଁ ଅୟୋଜିତ କର୍ମୀ ସମାବେଶ ରେ ଯୋଗଦାନ କରିଥିଲେ ।
ଏହି ସମାବେଶ ଗୁଡିକରେ ମନ୍ତ୍ରୀ କହିଥିଲେ ଯେ , ବିଜୁ ଜନତା ଦଳର ପ୍ରତ୍ୟେକ କର୍ମୀ ସ୍ୱାଭିମାନୀ । ଦଳୀୟ କର୍ମୀ ମାନେ ସବୁ ସମୟରେ ଜନ ସେବା କରିବା ପାଇଁ ଆଗେଇ ଆସନ୍ତି । ଦଳର ପ୍ରତ୍ୟେକ କର୍ମୀ କଥାରେ ନୁହେଁ , କାମରେ ବିଶ୍ୱାସ କରିଥାନ୍ତି । ନିର୍ବାଚନରେ ବିଜୟୀ ହେବା ପାଇଁ ଦଳୀୟ କର୍ମୀ ମାନଙ୍କର ଦୃଢ଼ ଆତ୍ମବଳର ଆବଶ୍ୟକତା ରହିଛି , ଯାହାକି ବିଜୁ ଜନତା ଦଳର କର୍ମୀ ମାନଙ୍କର ପାଖରେ ରହିଛି । ନିଜର କର୍ମୀ ମାନଙ୍କୁ ଉଦ୍ବୋଧନ ଦେଇ ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ କରୋନା ମହାମାରୀ ସମୟରେ ବିରୋଧୀ ମାନେ ଲୋକଙ୍କ ସେବା କରିବା ପରିବର୍ତ୍ତେ ଗାୟବ ହୋଇ ଯାଇଥିଲେ । କେବଳ ନିର୍ବାଚନ ଆସିଲେ ସେମାନେ ଉଭା ହୁଅନ୍ତି | ଆଉ ନିର୍ବାଚନ ସରିଲେ ପୁଣି ଗାୟବ। ଏହା ଛଡା ଲୋକଙ୍କ ସାମନାକୁ ଆସି କାମ ପରିବର୍ତ୍ତେ କେବଳ ମିଛ ଆଉ ମିଥ୍ୟା ପ୍ରତିଶ୍ରୁତି ଦେଇଥାନ୍ତି ବିରୋଧୀ । ତେଣୁ ବିରୋଧୀ ଙ୍କର ଅପପ୍ରଚାରକୁ କର୍ଣ୍ଣପାତ ନକରି ରାଜ୍ୟ ସରକାର ଙ୍କର ସଫଳତା ଓ ଉନ୍ନୟନ ମୂଳକ କାର୍ଯ୍ୟ ମାଧ୍ୟମ ରେ ପ୍ରଚାର କରିବାକୁ ଶ୍ରୀ ସିଂ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ ।
ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହାଙ୍କର ସୁପୁତ୍ର ତଥା ଯୁବନେତା ଶ୍ରୀ ଭୋଜରାଜ ସିଂ କର୍ମୀ ମାନଙ୍କୁ ଉଦ୍ବୋଧନ ଦେଇ କଠୋର ପରିଶ୍ରମ କରି ସମସ୍ତ ଆସନରେ ଦଳୀୟ ପ୍ରାର୍ଥୀ ମାନଙ୍କୁ ବିଜୟୀ କରାଇବା ପାଇଁ ଅନୁରୋଧ କରିଥିଲେ । ପାଇକମାଲ ଯୋନ ଏକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଂଦେଇକେଲା ଠାରେ ଓ ଝାରବନ୍ଧ ଯୋନ ଏକ ଅନ୍ତର୍ଗତ କନ୍ଦାଡଙ୍ଗର ଠାରେ ଆୟୋଜିତ ଏହି ସଭା ମାନଙ୍କରେ ପଦ୍ମପୁରର ପୂର୍ବତନ ନଗରପାଳ ଶ୍ରୀ ପ୍ରୀତମ ମେହେର , ଝାରବନ୍ଧ ଯୋନ ଦୁଇ ର ଦଳୀୟ ପ୍ରାର୍ଥୀ ଶ୍ରୀ ସନ୍ତୋଷ ବେହେରା ଓ ବିଜୁ ଜନତା ଦଳର ସମସ୍ତ ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ ।

0
0
0
s2sdefault