ଜଗତସିଂହପୁର/ସୁମନ୍ତ କୁମାର ଦାସ : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହ ଠାରେ ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସୁପରିଚାଳନା ନିମନ୍ତେ ପୋଲିସ ମାଜିଷ୍ଟ୍ରେଟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧୁକାରୀ ଶ୍ରୀମତୀ ପାରୁଲ ପଟାଓ୍ବାରୀ କହିଲେ ଆସନ୍ତା ଫେବୃୟାରୀ ୧୬ ତାରିଖ ଠାରୁ ଜିଲ୍ଲାରେ ପଂଚାୟତ ନିର୍ବାଚନ ଆରମ୍ଭ ହେଉଛି ପଂଚାୟତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ପରିଚାଳନା ନିମନ୍ତେ ମାଜିଷ୍ଟ୍ରେଟ ଓ ପୋଲିସ ଅଧ୍ୟାକାରୀଙ୍କ ମଧ୍ୟରେ ଉତମ ସମନ୍ବୟର ଆବଶ୍ୟକତା ରହିଛି । ରାଜ୍ୟ ନିର୍ବାଚନ କମିଶନ ଜାନୁୟାରୀ ୧୧ ତାରିଖ ଠାରୁ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆଦର୍ଶ ଆଚରଣ ବିଧ୍ ଲାଗୁ କରିଛନ୍ତି ଜିଲ୍ଲାରେ ପଂଚାୟତ ନିର୍ବାଚନ ସୁପରିଚାଳନା ନିମନ୍ତେ ବରିଷ୍ଠ ଅଧିକାରୀ ମାନଙ୍କୁ ତଦାରଖ ଦାୟିତ୍ବ ପ୍ରଦାନ କରାଯାଇଛି ଶ୍ରୀ ସଚ୍ଚିଦାନନ୍ଦ ସାହୁ,ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ)ଙ୍କୁ ଜଗତସିଂହପୁର ଓ ବିରିଡି ବ୍ଳକ,ଶ୍ରୀ କାହ୍ନୁଚରଣ ଧୀର,ଅତିରିକ୍ତ ଜିଲ୍ଲାପାଳ,ପାରାଦ୍ଵୀପଙ୍କୁ କୁଜଙ୍ଗ ଓ ଏରସମା ବ୍ଳକ, ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ)ଙ୍କୁ ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜକାନ୍ତ ମହାନ୍ତିଙ୍କୁ ବାଲିକୁଦା ଓ ନାଉଗାଁ ବ୍ଳକ ଦାୟିତ୍ବ ପ୍ରଦାନ କରାଯାଇଛି ବୈଠକରେ ଯୋଗଦେଇ ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ଅଶ୍ଵର ସିଂହ କହିଲେ ପୋଲିସ ଅଧିକାରୀ ମାନେ ସମସ୍ତ ବୁଥ୍ ପରିଦର୍ଶନ କରିଛନ୍ତି ବି.ଡି.ଓ ଏବଂ ଆଇ.ଆଇ.ସିଙ୍କ ସମନ୍ବୟରେ ନିର୍ବାଚନ ସଠିକ୍ ପରିଚାଳନା ହେବ ।ଜିଲ୍ଲାରେ ୧୦୩ ଜଣ ଜିଲ୍ଲା ପରିଷଦ ସଭ୍ୟ,୬୫୮ ଜଣ ପଚଂୟତ ସମିତି ସଭ୍ୟ,୭୯୧ ଜଣ ସରପଂଚ ଓ ୫୫୭୦ ଜଣ ୱାର୍ଡ ମେମ୍ବର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏରସମା ବ୍ଲକର ଢିଙ୍କିଆ ପଂଚାୟତରେ ସରପଂଚ ଓ ୨୩ଟି ୱାର୍ଡମେମ୍ବର ନିମନ୍ତେ ନିର୍ବାଚନ ହେବ ନାହିଁ । ଜିଲ୍ଲାରେ ୧୦୦୪ ଟି ୱାର୍ଡମେମ୍ବର ଓ ୨ଟି ପଂଚାୟତ ଏରସମା ବ୍ଲକ ଗଢହରିଶପୁର ସମିତି ସଭ୍ୟ ଓ ବିରିଡି ବ୍ଳକ ପୁରଣ ସମିତି ସଭ୍ୟ ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ପ୍ରତି ପଂଚାୟତ ପାଇଁ ଜଣେ ଲେଖା ସେକ୍ଟର ଅଫିସର,ବିଡିଓ ତଥା ନିର୍ବାଚନ ଅଧୁକାରୀଙ୍କ ଦ୍ଵାରା ନିୟୋଜିତ ହୋଇଛନ୍ତି ଜିଲ୍ଲାରେ ୭୫୦ଟି ସମ୍ବେଦନଶୀଳ ଓ ୨୨୯ ଟି ଅତିସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ଜିଲ୍ଲାରେ ୬୧୫ଟି ବୁଥ୍ରେ ମହିଳା ପୋଲିଂ ପାର୍ଟିଙ୍କୁ ନିୟୋଜିତ କରାଯାଇଛି ୮ଟି ବ୍ଲକରେ ୮ଟି ଡିସ୍ପର୍ସାଲ ସେଣ୍ତର କରାଯାଇଛି ଷ୍ଟ୍ରଙ୍ଗରୁମ୍ ଓ କାଉଣ୍ଟି ହଲ୍ରେ ସିସିଟିଭି ବ୍ୟବସ୍ଥା କରାଯାଇଛି ସମସ୍ତ ସେନ୍ସିଟିଭ୍ ଓ ହାଇପର ସେନ୍ସିଟିଭ୍ ବୁଥ୍ରେ ଭିଡିଓଗ୍ରାଫି କରାଯିବ ନିର୍ବାଚନ ଆରମ୍ଭର ୩୬ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ବନ୍ଦ ରହିବ ସେହିପରି ନିର୍ବାଚନ ଆରମ୍ଭର ୪୮ ଘଣ୍ଟା ପୂର୍ବରୁ ସଂପୃକ୍ତ ଅଂଚଳରେ ମଦ ଦୋକାନ ବନ୍ଦ ରହିବ । ସମସ୍ତ ବୁଥ୍ ପାଇଁ ଜଣେ ପୋଲିସ ପର୍ବୋନେଲ୍ ନିୟୋଜିତ ହେବେ ଜିଲ୍ଲାରେ କୋଭିଡ୍-୧୯ କଟକଣା ମାର୍ଗଦର୍ଶିକା ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ ଏହି ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ବିମଳେନ୍ଦୁ ରାୟ ଯୋଗଦେଇ କହିଲେ ସେକ୍ଟର ଅଫିସର ମାନେ ପ୍ରିଜାଇଡିଂ ଅଫିସର ମାନଙ୍କୁ ଗାଇଡ୍ କରିବେ । ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ଚକ୍ରଧର ମାହାଳି କାର୍ଯ୍ୟସୂଚୀ ଅନୁଯାୟୀ ବିଶଦ୍ ଭାବେ ଆଲୋଚନା କରିଥିଲେ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ,ପାରାଦ୍ୱୀପ ଶ୍ରୀ କାହ୍ନୁଚରଣ ଧୀର,ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜକାନ୍ତ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ,ଜଗତସିଂହପୁର ଶ୍ରୀ ଉମେଶ କୁମାର ପଣ୍ଡା, ପାରାଦ୍ବୀପ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ନିମାଇଁ ଚରଣ ସେଠୀ,ଉପ-ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ,ଡି.ଏସ୍.ପି,ଡିଆଇବି,ସମସ୍ତ ବ୍ଳକର ବି.ଡି.ଓ, ତହସିଲଦାର,ସମସ୍ତ ଥାନାର ଆଇ.ଆଇ.ସି,ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ରାଜ୍ୟ
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ପୋଲିସ ମାଜିଷ୍ଟ୍ରେଟ ସମନ୍ବୟ କମିଟି ବୈଠକ
- Hits: 575