କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ବିବୃତ୍ତିର ସ୍ପଷ୍ଟୀକରଣ ଦେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର
ଭୁବନେଶ୍ୱର,: ଗତକାଲି ଲୋକସଭାରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ କିରଣ ରିଜ୍ଜୁ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶ୍ରୀ ପ୍ରସନ୍ନ କୁମାର ଆଚାର୍ଯ୍ୟଙ୍କ ପ୍ରଶ୍ନ ଯଥା ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର କ'ଣ ପଦକ୍ଷେପ ନେଇଛନ୍ତି ଜଣାଇବାକୁ କହିବାରୁ ରାଜ୍ୟ ସରକାରଙ୍କ ଏପରି କୌଣସି ପ୍ରସ୍ତାବ ପାଇ ନଥିବା ଜଣାଇଥିଲୋ ମନ୍ତ୍ରୀଙ୍କ ଏହି ଉତ୍ତର ରାଜ୍ୟ ସରକାର, ବିଧାନସଭା ଓ ଜନସାଧାରଣଙ୍କୁ ସ୍ତମ୍ଭିଭୂତ କରିଛିା
ଗଣମାଧ୍ୟମକୁ ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ ୨୦୧୫ ମସିହାରେ ଡା. ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚଜଣିଆ କମିଟି ଗଠନ କରାଯାଇଥିଲାା ସେଥିରେ ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟକ ଶ୍ରୀ ଭୂଜବଳ ମାଝୀ, ଶ୍ରୀ ମନୋହର ରନ୍ଧାରୀ ଓ ଶ୍ରୀ ନିତେଶ ଗଙ୍ଗଦେବ ପ୍ରମୁଖ ସଭ୍ୟ ଥିଲୋ ଏହି କମିଟି ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ଠାରେ ତା'ର ପ୍ରଥମ ବୈଠକ ଆହୂତ କରିଥିଲାା ପରବର୍ତ୍ତୀ ସମୟରେ ୨୦୧୫ ଫେବୃଆରୀ ୨ ତାରିଖ, ସେହିବର୍ଷ ମଇ ମାସ ୨୦ ତାରିଖ ୨୦୧୮ ମସିହା ଜୁଲାଇ ୪ ତାରିଖ ଏବଂ ଜୁଲାଇ ୧୬ ତାରିଖରେ କମିଟି ଯଥାକ୍ରମେ କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାର ଓ ତେଲେଙ୍ଗାନା ରାଜ୍ୟ ଗସ୍ତ ସାରି ସେଠାରେ ଚାଲିଥିବା ବିଧାନ ପରିଷଦ ଉପରେ ଏକ
ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲୋ ରାଜ୍ୟ ସରକାର ଏହି ରିପୋର୍ଟ ପାଇବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ତା. ୨୯.୦୮.୨୦୧୮ରିଖରେ ଓଡ଼ିଶାରେ ବିଧାନ ପରିଷଦ ଗଠନ କରିବା ନେଇ ଏକ ସଂକଳ୍ପ ବିଧାନସଭାକୁ ପଠାଇଥିଲୋ ଉକ୍ତ ପ୍ରସ୍ତାବକୁ ୨୦୧୮ ମସିହା ସେପ୍ଟେମ୍ବର ୫ ତାରିଖରେ ସମସ୍ତ ବିଧାୟକ, ବିଧାୟିକାଙ୍କ ମଧ୍ୟରେ ବଣ୍ଟା ଯାଇଥିଲାା ତା. ୦୬/୦୯/୨୦୧୮ରିଖରେ ଏହି ପ୍ରସ୍ତାବ ବିଧାନସଭାରେ ଆଲୋଚନା ହୋଇ ଭୋଟିଂ ହୋଇଥିଲାା ପ୍ରସ୍ତାବଟିକୁ ଦୁଇ ତୃତୀୟାଂଶରୁ ଅଧିକ ସଭ୍ୟସଭ୍ୟା ଉପସ୍ଥିତ ରହି ଭାରତୀୟ ସମ୍ବିଧାନର ଧାରା ୧୬୯(୧) ଅନୁଯାୟୀ ଗ୍ରହଣ କରାଯାଇଥିଲାା ବିଧାନସଭାରେ ଥିବା ୧୪୭ ମଧ୍ୟରୁ ୧୦୪ ଜଣ ସମସ୍ତ ଦଳରୁ ବିଧାୟକ, ବିଧାୟିକା ଉପସ୍ଥିତ ରହି ସମସ୍ତେ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲୋ କେହି ବି ବିପକ୍ଷରେ ଭୋଟ ଦେଇ ନଥିଲେ ଏବଂ ପ୍ରସ୍ତାବଟି ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲାା ବିଧାନ ପରିଷଦ ଗଠନ ସକାଶେ ୧୮/୦୯/୨୦୧୮ ତାରିଖରେ ବିଧାନସଭାରେ ପାରିତ ପ୍ରସ୍ତାବର ନକଲ ସେକ୍ରେଟାରୀ ଜେନେରାଲ (ଲୋକସଭା) ଓ ସେକ୍ରେଟାରୀ ଜେନେରାଲ (ରାଜ୍ୟସଭା), ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ସଚିବ, ଆଇନ ଓ ନ୍ୟାୟ, ସଚିବ, ସଂସଦୀୟ ବ୍ୟାପାର, କମିଶନର ସଂସଦୀୟ ବ୍ୟାପାର ଓ ଓଡ଼ିଶା ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ କମିଶନର ତଥା ଶାସନ ସଚିବଙ୍କୁ ପ୍ରେରଣ କରାଯାଇଥିଲାା
କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରାଳୟର ସଚିବଙ୍କଠାରୁ ଆରମ୍ଭ କରି ସଂସଦୀୟ ବ୍ୟାପାର ସଚିବ ପର୍ଯ୍ୟନ୍ତ ଚିଠି ପ୍ରେରଣ କଲାପରେ ମଧ୍ୟ ଗତକାଲି ଲୋକସଭାରେ ଏପରି ପ୍ରସ୍ତାବ ପାଇନଥିବା ଜଣାଇଥିବା ରାଜ୍ୟ ସରକାର, ବିଧାନସଭା ଓ ସର୍ବୋପରି ଓଡ଼ିଶାର ଜନସାଧାରଣଙ୍କୁ ଚକିତ କରିଛିା ତେଣୁ ଆଜି ଏ ସଂକ୍ରାନ୍ତରେ ଏକ ପ୍ରେସ୍ ବିବୃତ୍ତିରେ ଏହା ଜଣାଇ ଦିଆଯାଇଛିା