ପୁନର୍ବାର ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ।
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନୂତନ ପଞ୍ଚାୟତ କନ୍ଧକାତିପାଡୁ ରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କୁ ନେଇ ଉଚ୍ଚନ୍ୟାୟାଳୟରୁ ମିଳିଥିବା ସ୍ଥଗିତାଦେଶ କୁ ଅବମାନନା କରି ପୁଣି ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳିଛି ।ପ୍ରକାଶଥାଉକି କନ୍ଧକାତିପାଡୁ ରେ ନୂତନ ପଞ୍ଚାୟତ ନିର୍ମାଣକୁ ନେଇ ପଞ୍ଚାୟତ ବାସୀ ହଟ ହଟା ହେଉଛନ୍ତି ।ପଞ୍ଚାୟତ ଟି ହୋମିୟଗୁଡା ଉଚ୍ଚ ବିଦ୍ୟାଳୟ ନିକଟରେ ନୂତନ ପଞ୍ଚାୟତ ଗୃହ ନିର୍ମାଣ କରିବା ପାଇଁ ଜମି ସମତଳ କରାଯାଉଥିଲା ।ସେତେବେଳେ କନ୍ଧକାତିପାଡୁ, ପୋଙ୍ଗଲି, କାର୍ଣ୍ଣପାଡୁ, କୁର୍ତ୍ତେଲି ଗାଁର କିଛି ଲୋକ ଏହାକୁ ବିରୋଧ କରିଥିଲେ ।ଅନ୍ୟ କିଛି ଲୋକ ହୋମିୟଗୁଡା ଠାରେ ହିଁ ନୂତନ ପଞ୍ଚାୟତ କାର୍ଯ୍ୟାଳୟ କରାଯାଉ ବୋଲି ଅଡିବସିଥିଲେ ।ଏହାକୁ ନେଇ ବିଡ଼ିଓ ସୁଧାକର ରଇତ,ତହସିଲଦାର ଦେବାଶିଷ କର ଓ ଜିଲାପାଳ ସରୋଜ କୁମାର ମିଶ୍ର ଙ୍କୁ ଲିଖିତ ଦେଇଥିଲେ ।ଉକ୍ତ କାର୍ଯ୍ୟ ବନ୍ଦ କରିବା ପାଇଁ ହେଲେ ଉଚ୍ଚନ୍ୟାୟାଳୟରୁ ସ୍ଥଗିତାଦେଶ ମିଳିଲେ ହିଁ ତାହା ବନ୍ଦ କରାଯାଇ ପାରିବ ବୋଲି ଜିଲ୍ଲାପାଳ କହିଥିବା ବିରୋଧୀ ମାନେ କହିଥିଲେ ।ଏହାକୁନେଇ କନ୍ଧକାତିପାଡୁ ଗାଁର ରାମ ସିଂ ହିମିରିକା, ସମନାଥ ହିମିରିକା, ମନେଶ୍ୱରାଓ ହିମିରିକା, ଶଙ୍କରରାଓ ହିମିରିକା ପ୍ରମୁଖ ଉଚ୍ଚନ୍ୟାୟାଳୟରୁ ସ୍ଥଗିତାଦେଶ ଆଣି ବ୍ଲକ ଓ ଜିଲା ପ୍ରଶାସନକୁ ପ୍ରଦାନ କରିଥିଲେ ।ଏହି ସ୍ଥଗିତାଦେଶ ପାଇବା ପରେ ବିଡ଼ିଓ କହିଥିଲେ ରାଜସ୍ୱ ଅଧିକାରୀ ମାନଚିତ୍ର ଆଧାରରେ ଆମକୁ ଯେଉଁ ସ୍ଥାନ ଦେଖାଇଥିଲେ ସେହିଠାରେ କାମ କରାଯାଉଛି ।ବର୍ତ୍ତମାନ ସ୍ଥଗିତାଦେଶ ପାଇଁ କାମ ବନ୍ଦ କରିବାପାଇଁ ନିର୍ଦ୍ଧେଶ ଦେଇଛନ୍ତି ବୋଲି କହିଥିଲେ । କିନ୍ତୁ ଏହାକୁ କନିଷ୍ଠ ଯନ୍ତ୍ରୀ ଅବମାନନା କରି ଉକ୍ତ କାର୍ଯ୍ୟ ଚଳାଉଥିବା ପୁଣି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ମିଶ୍ର ଙ୍କୁ ପଚାରିବାରୁ ସେ କହିଲେ ଅଧିକାରୀଙ୍କ କହିବା ଅନୁଯାୟୀ ମୁଁ କାମ କରୁଛି ,ମତେ କାମ ବନ୍ଦ କରିବା ପାଇଁ କହିଲେ ବନ୍ଦ କରିବି ।ପୁଣି ବିଡ଼ିଓ ସୁଧାକର ରଇତଙ୍କୁ ପଚାରିବାରୁ ସେ କହିଲେ ମୁଁ ବୁଝୁଛି ।