ହେଡଲାଇନସ୍:

 ତୁ ଗୁହାରୀ କରିବୁ ଯାହା ଠେଁ, ମୁଁ ମରଦ  କରିଛେ ତାହା ଠେଁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଏଫଡ଼ିସିର କଳା କାରନାମା : ତାତିଲା ମୟୂରଭଞ୍ଜ ସ୍ୱାଭିମାନ ସୁରକ୍ଷା ମଞ୍ଚ  

ବାରିପଦା ଖଣ୍ଡିୟ ଅଧିକାରୀଙ୍କୁ ତୁରନ୍ତ ବଦଳି କରାନ ଗଲେ ସମସ୍ତ ବନ କାର୍ଯ୍ୟାଳୟକୁ ଅଚଳ କରିଦିଆଯିବାର ଚେତାବନୀ

29-07-18-baripada.jpg - 82.58 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ରବିବାର ପୂର୍ବାହ୍ନରେ ବାରିପଦା ମୟୂରଭଞ୍ଜ ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ବାରିପଦା ସହରର ଷ୍ଟେସନ ବଜାରସ୍ଥିତ ବାସୁଦେବ ବିବାହ ମଣ୍ଡପ ପରିସରରେ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ମଞ୍ଚର ବିଭିନ୍ନ ବକ୍ତାମାନେ ଓଏଫଡ଼ିସିର ଖଣ୍ଡିୟ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଶାହାଙ୍କ କଳାକାରନାମାକୁ ନେଇ ବିଶୋଦଗାର କରିବା ସହିତ ଉକ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କର ତୁରନ୍ତ ବଦଳି ଦାବି କରିଥିଲେ । ଏଥି ସହିତ ବିଭାଗ ପକ୍ଷରୁ ଦାବିକୁ ଅଣଦେଖା ପ୍ରଦର୍ଶନ କରାଗଲେ ଆଗାମୀ ଦିନରେ ମୟୂରଭଞ୍ଜ ଜିଲ୍ଲାରେ ରହିଥିବା ସମସ୍ତ ବନ ବିଭାଗର କାର୍ଯ୍ୟାଳୟଗୁଡ଼ିକୁ ଅଚଳ କରି ଦିଆଯିବ ଓ ସେହି ସମୟରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥି ନିମନ୍ତେ ବନ ବିଭାଗ ଉତ୍ତରଦାୟୀ ରହିବେ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି । 

              ଖବରଦାତା ସମ୍ମିଳନୀରେ ମୟୂରଭଞ୍ଜ ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ କରାଯାଇଥିବା ଅଭିଯୋଗ ଆଧାରରେ, ବାରିପଦା ପୌରପରିଷଦର ପାଲବଣିସ୍ଥିତ ଓଡ଼ିଶା ବନ ଉନ୍ନୟନ ନିଗମର ଖଣ୍ଡିୟ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଶାହା କାଠ ଡ଼ିପୋକୁ ଆସୁଥିବା କାଠଗଣ୍ଡିକୁ ଖୁଚୁରା ଦରରେ ସ୍ଥାନୀୟ ଓ ଜିଲ୍ଲାର ଲୋକମାନଙ୍କୁ ନ ଦେଇ ସିଏଫଟି  ପିଛା ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ୨ଶହ ଟଙ୍କା ମାଗାଯିବା ସାଙ୍ଗକୁ ବିପିଏଲ ବ୍ୟକ୍ତିମାନଙ୍କୁ ପାନକାଡର଼୍ ଦାଖଲ କରିବାକୁ କହୁଛନ୍ତି । ସେହିପରି ଡ଼ିପୋରେ ନିଲାମ କରାଯାଇଥିବା କାଠରେ ଲଟ ନମ୍ବରକୁ ବଦଳାଇ ନିଲାମ ଧାରୀଙ୍କୁ ଉକ୍ତ କାଠ ନ ଦେଇ ଅନ୍ୟ ବ୍ୟକ୍ତିଙ୍କୁ ବିକ୍ରି କରୁଛନ୍ତି । ଜାଳେଣି କାଠ ସାଧାରଣ ଜନତାଙ୍କୁ ନ ଦେଇ ଧାର୍ଯ୍ୟ ମୂଲ୍ୟଠାରୁ ୫୦ ଟଙ୍କାରୁ ଅଧିକ ମୂଲ୍ୟରେ ଇଙ୍କାଭାଟି ଓ ମଦଭାଟିର ବ୍ୟବସାୟୀମାନଙ୍କୁ ବିକ୍ରି କରୁଛନ୍ତି । ବାହାର ରାଜ୍ୟରୁ ବ୍ୟବସାୟୀମାନଙ୍କୁ ଡ଼କାଇ ସରକାରୀ ମୂଲ୍ୟଠାରୁ ସିଏଫଟି ପିଛା ୨ ଶହରୁ ଅଧିକ ହାତଗୁଞ୍ଜା ନେଇ ସେମାନଙ୍କୁ ସମସ୍ତ କାଠ ଦେଇ ଦେଉଛନ୍ତି । ପୁଣି ବାରିପଦା କାଠର ନିଲାମ ନ କରାଇବାର ଚକ୍ରାନ୍ତ କରି ଏହାକୁ ଚକ୍ରାନ୍ତମୂଳକ ଓ ମନ୍ଦ ଉଦେ୍ଧଶ୍ୟ ରଖି ଭୂବନେଶ୍ୱରୁକୁ ସ୍ଥାନାନ୍ତରିତ କରାଇବା ଏବଂ କୌଣସି ବ୍ୟକ୍ତି ଏହାର ପ୍ରତିବାଦ କରିଲେ ତୁ ଗୁହାରୀ କରିବୁ ଯାହା ଠେଁ, ମୁଁ ମରଦ  କରିଛେ ତାହା ଠେଁ ଆଦି ବାରିପଦା ଓଡ଼ିଶା ବନ ଉନ୍ନୟନ ନିଗମର ଖଣ୍ଡିୟ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଶାହାଙ୍କ ଏତାଦୃଶ କଳାକାରନାମାର ପ୍ରତିବାଦ କରିବାକୁ ଆଗେଇ ଆସିଛି ବାରିପଦା ମୟୂରଭଞ୍ଜ ସ୍ୱାଭିମାନ ସୁରକ୍ଷା ମଞ୍ଚ । ଏହି ପରିପ୍ରେକ୍ଷୀରେ ମଞ୍ଚକୁ ସମର୍ଥନ ଜଣାଇଥିବା ବୈପ୍ଳବିକ ଯୁବ ଛାତ୍ର ସଂଗଠନର ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବିବାହ ମଣ୍ଡପ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବାରିପଦା ଏମସିସି ବ୍ୟାଙ୍କ ନିର୍ଦ୍ଦେଶକ  ସୁବ୍ରମଣ୍ୟମ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ସମୟରେ ମୟୂରଭଞ୍ଜ ସୁରକ୍ଷା ମଞ୍ଚର ସଭାପତି ତଥା ମୟୂରଭଞ୍ଜ ବାର ଆସୋସିଏସନର ପୂର୍ବତନ ସମ୍ପାଦକ ଆଇନଜୀବୀ ବିଭୂ ପ୍ରସାଦ ଦାସ, ବିଶିଷ୍ଟ ସମାଜ ସେବୀ ତଥା ବୈପ୍ଳବିକ ଛାତ୍ର ସଂଗଠନର ଉପଦେଷ୍ଟା ଗିରିଶ ଚନ୍ଦ୍ର ଦାସ, ବାରିପଦା ପୌରପରିଷଦର ଅଧ୍ୟକ୍ଷା ବବିତା ଦାସ, ବରିଷ୍ଠ  କାଉନସିଲର ସରୋଜ ମହାପାତ୍ର, ପୂର୍ବତନ ନଗରପାଳ ତଥା ବର୍ତ୍ତମାନର କାଉନସିଲର କୃଷ୍ଣାନନ୍ଦ ମହାନ୍ତି, ସ୍ୱରୂପ ପଟ୍ଟନାୟକ, ଦେବାଶିଷ ପାତ୍ର, ପୂର୍ବତନ କାଉନସିଲର ଅନନ୍ତ ଦାସ ପ୍ରମୁଖ ମଞ୍ଚାସୀନ ହୋଇଥିବା ସମୟରେ ବିରଞ୍ଚି ମହାପାତ୍ର, କପିଲ ଖଣ୍ଡେଲୱାଲ, ଅଭୟ ସିଂ, ଛାତ୍ର ନେତା ଆଭାସ ଦେ, ପ୍ରଦୀପ ଦାସ, ରାଜେନ୍ଦ୍ର ବାରିକ, ଲଲାଟେନ୍ଦୁ ବେହେରା, ଶିବୁ ପଟ୍ଟନାୟକ, ଅଭିରାମ ଦାସ, ଦୀପକ ଘୋଷ, ମାନସ ମହାନ୍ତି, ଭାଗିରଥୀ ଘଢେ଼ଇ, ରାମ ହେମ୍ବ୍ରମ , ଦୀପକ ଦାସ, ତମାଲ ଜେନା, ବିନୋଦ ଲାଲବାବୁ, ବିନୋଦ ତୁଙ୍ଗ, ରାଜୀବ ଶାହା, ଏସକେ ମହମ୍ମଦ ପ୍ରମୁଖଙ୍କ ସମେତ ଶତାଧିକ ସମାଜ ସେବୀ, ବୁଦ୍ଧିଜୀବୀ ଓ ମୟୂରଭଞ୍ଜ ସୁରକ୍ଷା ସ୍ୱାଭିମାନ ମଞ୍ଚକୁ ସମର୍ଥନ ଜଣାଇଥିବା ମୟୂରଭଞ୍ଜ ଅଟୋ ଆସୋସିଏସନ, ମାତୃଭୂମି ସ୍ୱେଚ୍ଛାସେବୀ ସଙ୍ଗଠନ ଆଦି ସହିତ ବିଭିନ୍ନ ରାଜନୈତିକ ଓ ଅଣରାଜନୈତିକ ଦଳର ନେତା ଓ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । 

0
0
0
s2sdefault