ହେଡଲାଇନସ୍:

ବନ୍ଧକାଟିଆ ସେବା ସମବାୟ ସମିତିରେ ଧାନ ସଂଗ୍ରହ ; ୫୯୦ଜଣ ଚାଷୀ ପଂଜିକୃତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ନିଶ୍ଚିନ୍ତକୋଇଲି, (ଦେବେନ୍ଦ୍ର ଷଢଙ୍ଗି):- ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ବନ୍ଧକାଟିଆ ସେବା ସମବାୟ ସମିତି ତରଫରୁ ଚଳିତ ୨୦୨୧-୨୨ ବର୍ଷର ଖରିଫ ଧାନ କ୍ରୟ କାର୍ଯ୍ୟ ଜାରି ରହିଛି । ବନ୍ଧକାଟିଆ ସେବା ସମବାୟ ସମିତିରୁ ଚଳିତ ବର୍ଷର ପ୍ରଥମ ଖରିଫ ଧାନ ସରକାର ମିଲର ମାଧ୍ୟମରେ କିଣାଯାଉଛି । ସମବାୟ ସମିତିର ସମ୍ପାଦକ ଶିଶିର କୁମାର ସ୍ୱାଇଁ , ପ୍ୟାଡ଼ି କମିଟିର ସଭାପତି ତଥା ସମାଜସେବୀ ରବୀନ୍ଦ୍ରନାଥ ତ୍ରିପାଠୀ,କୈଳାଶ ସ୍ୱାଇଁ,ଯଶୋବନ୍ତ ସାହୁ,ଉଦୟନାଥ ବରାଳ , ଆରଏମସି ଅଧିକାରୀ ବ୍ରଜମୋହନ ପଣ୍ଡା ଙ୍କ ସମେତ ଚାଷୀଭାଇମାନେ ଉପସ୍ଥିତ ରହି ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏହି ସେବା ସମବାୟ ସମିତିରେ ମୋଟ୍ ୫୯୦ ଜଣ ଚାଷୀ ପଞ୍ଜିକରଣ କରିଥିଲା ବେଳେ ୦୪ ତାରିଖ ସୁଦ୍ଧା ୨୧୮୯ କ୍ୱି ।ଲ ଧାନ ସଂଗ୍ରହ କରାଯାଇଛି ।

0
0
0
s2sdefault