କେନ୍ଦୁଝର(ସିଦ୍ଧେଶ୍ୱର ସାହୁ) - ଆଜି କେନ୍ଦୁଝର ଜିଲ୍ଳାପାଳଙ୍କ ଦପ୍ତର ସାମ୍ନାରେ ଓଡିଶା ମୋଟର ଚାଳକ ସଂଘର କେନ୍ଦୁଝର ଶାଖା ଆନୁକୁଲ୍ୟରେ ଶହ ଶହ ମୋଟର ଚାଳକ ବିକ୍ଷୋଭ କରିଥିଲେ । କରୋନା କଟକଣା ସମୟରେ ମୋଟର ଚାଳକମାନେ ଜୀବନକୁ ପାଣି ଛଡେଇ ସେବା କରି ଥିବା କଥା ସେମାନେ ଦୋହରାଇ ଥିଲେ । ରୋଗୀ ବୋହିବା ଠାରୁ ଆରମ୍ଭ କରି ଶବ ବୋହିବା କରିଥିଲେ ମଧ୍ୟ ଉଚିତ୍ ନ୍ୟାୟ ପାଉ ନଥିବା କ୍ଷୋଭର ସହ କହୁଥିଲେ । ସେମାନଙ୍କ ପରିବାର ମଧ୍ୟ ସେ ସମୟରେ ଭୟରେ କାଳ କାଟିଥିଲେ । କାମଧନ୍ଦା ବନ୍ଦ ଥିବାରୁ ଡ୍ରାଇଭରମାନେ ଖୁବ୍ ହଇରାଣ ହୋଇଥିଲେ । ତେବେ ଏବେ କିଛି ସରକାରୀ ଘୋଷଣା ହୋଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ର ବହୁବାକି ଥିବା ସେମାନେ ଅଭିଯୋଗ କରିଛନ୍ତି । କେନ୍ଦୁଝରରେ ଏକ ବିଶାଳ ବିକ୍ଷୋଭ ମାଧ୍ୟମରେ ତା୦୭/୧୨/୨୦୨୧ରିଖରେ ସେମାନେ ଜିଲ୍ଳାପାଳଙ୍କୁଏକ ଦାବି ପତ୍ର ଦେଇଥିଲେ ଓଡିଶା ମୋଟର ଚାଳକ ସଂଘର କେନ୍ଦୁଝର ଶାଖାର ପ୍ରତିନିଧିମାନେ । ଏଥିରେ ମୁଖ୍ୟତଃ ସେମାନେ ଡ୍ରାଇଭର ମାନଙ୍କ ଲାଗି ରାଇସୁଆଁ ରହଣି ସ୍ଥଳରେ ଏକ ସବୁଦିନିଆ ଅଫିସ୍ ଗୃହ ଦାବୀ କରିଥିଲେ । ପ୍ରଶାସନ ସେତେବେଳେ ଏହା ପୂରଣକରିବାକୁ ଦୃୃଢ ପ୍ରତିଶୃତି ଦେଇଥିଲେ | ହେଲେ ଅଦ୍ୟାବିଧି ଏହାର ଅବମାନନା ହୋଇଛି କାଣିଚାଏ ଦାବୀ ପୂରଣ ହୋଇନି ବୋଲି ସେମାନେ କହିଥିଲେ । ତେଣୁ ଆଜି ସେମାନେ ପୁନଶ୍ଚ ଏକ ଦାବୀପତ୍ର ମାଧ୍ୟମରେ ଏକ ଅଫିସ୍ ଗୃହ ଯୋଗାଇ ଦେବାକୁ ଦାବି ଦୋହାରାଇ ଥିଲେ ।