ହେଡଲାଇନସ୍:

  ସାମ୍ବାଦିକତା କ୍ଷେତ୍ରରେ ଦେଖାଦେଇଥିବା ନୂତନ ଆହ୍ୱାନ ସବୁକୁ ସାମନା କରିବାକୁ ପଡିବ: ବାଚସ୍ପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ସାମ୍ବାଦିକତା କ୍ଷେତ୍ରରେ ଦେଖାଦେଇଥିବା ନୂତନ ଆହ୍ୱାନ ସବୁକୁ ସାମନା କରିବାକୁ ପଡିବ: ବାଚସ୍ପତି 

 ବୌଦ୍ଧ  ଜିଲ୍ଲା ପ୍ରେସ କ୍ଳବର ପ୍ରଥମ ପ୍ରତିଷ୍ଠା  ଦିବସ ପାଳିତ

ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ପ୍ରେସ କ୍ଳବର ପ୍ରତିଷ୍ଠା ଦିବସ  ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ଶତାଦ୍ଧୀ କକ୍ଷରେ ଅନୁଷ୍ଠିତ  ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବାଚସ୍ପତି ପ୍ରଦିପ କୁମାର ଅମାତ ମୁଖ୍ୟ ଯୋଗଦେଇ ଆଜିର ସାମ୍ବାଦିକତା କ୍ଷେତ୍ରରେ ଦେଖାଦେଇଥିବା ନୂତନ ଆହ୍ୱାନ ସବୁକୁ ସାମନା କରିବାକୁ ପଡିବ ଓ ସାମ୍ବାଦିକତା ର ଗୁରୁଦାୟିତ୍ୱତୁଲାଇବାକୁ  ପଡିବ ବୋଲି କହିଥିଲେ । ସାମ୍ବାଦିକ ମାନେ ବିଭିନ୍ନସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ସେମାନଙ୍କ ଦାୟିତ୍ୱରୁ କେବେ ବିମୁଖ ହୋଇ ନାହାନ୍ତି ବୋଲି ଶ୍ରୀ ଅମାତ୍ କହିଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ  ବଲାଙ୍ଗିରର ସାମ୍ବାଦିକ ପ୍ରତିନିଧି ବିରେନ୍ଦ୍ର ଝାଙ୍କର ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା ସାମ୍ବାଦିକ ଦିବ୍ୟଶଂକର ରାଉତ ଯୋଗ ଦେଇଥିଲେ  । ଜିଲ୍ଲା ପ୍ରେସ କ୍ଳବର ସଭାପତି ବରଜ କୁମାର ବେହେରା ସଭାପତିତ୍ୱ କରିଥିବା ବେଳେ  ସାଧାରଣ ସଂପାଦକ  ରଘୁନାଥ ଷଡଙ୍ଗୀ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ  ପ୍ରେସ କ୍ଳବର  ମୁଖପତ୍ର “ଶାକ୍ୟ ସ୍ୱର’ ଉନ୍ମୋଚିତ ହୋଇଥିଲା ।  ସଭାପରିଚାଳନା କରିଥିଲେ ବାଲାଜୀ ବିଭୁରଂଜନ  ତରାସିଆ ।   ପ୍ରେସ କ୍ଳବର ପ୍ରତିଷ୍ଠା  ଉତ୍ସବ ଅବସରରେ  ସକାଳୁ  ପୁରୁଣାକଟକ ମା ଭୈରବୀ ଙ୍କ ଠାରେ  ଅଖଣ୍ଡ ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ବୀରନରସିଂହପୁର ସ୍ଥିତ ରାମକୃଷ୍ଣ ବାଳାଶ୍ରମରେ ବାଳକ ଭୋଜନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ହରଭଙ୍ଗା ବ୍ଳକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ , ବୀରନରସିଂହପୁର ସରପଂଚ  ସୁବର୍ଣ୍ଣ ମଲ୍ଲିକ ଅତିଥି ଭାବେ  ଯୋଗ ଦେଇ  ଅନାଥଶ୍ରମ ପିଲାଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ । ଏହାପରେ ବୌଦ୍ଧ ରକ୍ତଭଣ୍ଡାର ଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ୨୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସିଡିଏମଓ ଦିପିକା ଦତ୍ତରାୟ ଏହି ଶିବିରକୁ ଉଦ୍ଘାଟନ କରିଥିଲେ ।  କ୍ଳବର  ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ  ସଭାପତି ବରଜ କୁମାର ବେହେରା କ୍ଳବର ପତାକା ଉତ୍ତୋଳନ କରିଥିଲେ । ଏଥିରେ ଯୁଗଳ ସମାଲ, ସମରେଶ ମିଶ୍ର, ଦେବାନନ୍ଦ ସାହୁ, ସଂଜୀବ ମହାକୁଡ, ଦୁର୍ଯେ୍ୟାଧନ ବିଶି, ପ୍ରଦୋଷ ମିଶ୍ର, ମନୋରଂଜନ  ମିଶ୍ର, ନରେନ୍ଦ୍ର ସାହୁ, ଦୁର୍ବାକ୍ଷ ବସ୍ତିଆ, ପୁର୍ଣ୍ଣଚନ୍ଦ୍ର ସାହୁ, ଅଜିତ ବସ୍ତିଆ, ଜୟନାରାୟଣ ମହାରଣା, ବାସୁଦେବ ସାହୁ , ସତ୍ୟନାରାୟଣ ପାଣି, ବଂଶିଧର ମାଝୀ, ରଂଜନ ଦାସ, ସିମୁନ୍ ନାଏକ, ଅଜିତ ବସ୍ତିଆ ପ୍ରମୁଖଙ୍କ ସମେତ କ୍ଳବର ସମସ୍ତ ସଭ୍ୟ ମାନେ ସକ୍ରିୟ ସହଯୋଗ କରିଥିଲେ । 

0
0
0
s2sdefault