ମୁଖ୍ୟମନ୍ତ୍ରୀ ଙ୍କର ଉପରେ ରହିଛି ରାଜ୍ୟବାସୀଙ୍କ ଅତୁଟ ବିଶ୍ୱାସ :- ଭୋଜରାଜ ସିଂ
ବରଗଡ :- ଆସନ୍ତା ଷୋହଳ ତାରିଖ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟ ରେ ବରଗଡ଼ ଜିଲ୍ଲାର ପାଇକମାଲ ଓ ଝାରବନ୍ଧ ବ୍ଲକ ସାମିଲ ରହିଛି । ଭୋଟ ଗ୍ରହଣର ତାରିଖ ପାଖେଇ ଆସୁଥିବା ବେଳେ ପ୍ରଶାସନିକ ଓ ରାଜନୈତିକ ଦଳ ମାନଙ୍କର ତତ୍ପରତା ବୃଦ୍ଧି ପାଇଛି । ସ୍ୱଚ୍ଛତା ର ସହିତ ମତଦାନ ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ନିଜ ନିଜର ପ୍ରାର୍ଥୀ ମାନଙ୍କୁ ଜିତେଇବା ପାଇଁ କଠୋର ପରିଶ୍ରମ କରୁଛନ୍ତି ଦଳୀୟ କର୍ମୀ ଓ ନେତା । କୋରୋନା କଟକଣା ଥିବା କାରଣରୁ ବଡ଼ ଧରଣର ସଭା ସମିତି ବାରଣ ଥିବା କାରଣରୁ ପ୍ରାର୍ଥୀ ଓ କର୍ମୀ ମାନେ ଛୋଟ ଛୋଟ ଗ୍ରାମସଭା ଓ ଘରକୁ ଘର ଯାଇ ପ୍ରଚାର ଚଳାଇଛନ୍ତି ।
ପାଇକମାଲ ଓ ଝାରବନ୍ଧ ରେ ପାଞ୍ଚ ଗୋଟି ଜିଲ୍ଲା ପରିଷଦ ଯୋନ ଥିବା ବେଳେ ବିଜୁ ଜନତା ଦଳ ତରଫରୁ ଝାରବନ୍ଧ 1 ରେ ସୁଶୀଲ ମାରି , ଦୁଇ ନମ୍ବର ଯୋନ ରେ ସନ୍ତୋଷ ବେହେରା , ପାଇକମାଲ ଏକ ନମ୍ବର ଯୋନ ରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ପୁଟା , ଦୁଇ ନମ୍ବର ଯୋନ ରୁ ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀ ରାଜେନ୍ଦ୍ର ରାଉତ ଓ ତିନି ନମ୍ବର ଯୋନ ରୁ ବାସନ୍ତୀ ବାଲମ ଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ଯୁବନେତା ଶ୍ରୀ ଭୋଜରାଜ ସିଂ ବାରିହା ଓ ବିଜୁ କୃଷକ ସଙ୍ଗଠନ ର ଜିଲ୍ଲା ସଭାପତି ତଥା ଓଡ଼ିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌର ହରି ମିଶ୍ର ବିଭିନ୍ନ ଗ୍ରାମକୁ ଯାଇ ସିଧାସଳଖ ଲୋକଙ୍କ ସହିତ କଥା ହୋଇ ଦଳୀୟ ପ୍ରାର୍ଥୀ ମାନଙ୍କର ପାଇଁ ପ୍ରଚାର କରୁଛନ୍ତି । ଗତ ଥର ଏହି ପାଞ୍ଚ ଗୋଟି ଯୋନ ମଧ୍ୟରୁ ପାଇକମାଲ ଦୁଇ ଓ ତିନି ତଥା ଝାରବନ୍ଧ ର ଦୁଇଟି ଯାକ ଯୋନରେ ବିଜେପି ର ପ୍ରାର୍ଥୀ ବିଜୟ ଲାଭ କରିଥିବା ବେଳେ ଏଥର ଦୃଶ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ରହିଛି । ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାର ଙ୍କର ବିଭିନ୍ନ ଉନ୍ନୟନ ମୂଳକ ପଦକ୍ଷେପ ସହିତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଓ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ଅଂଚଳ ପାଇଁ ବିଗତ ଦିନରେ କରାଯାଇଥିବା କାମ ବଳିଷ୍ଠ ନେତୃତ୍ୱ ଲୋକଙ୍କ ମନରେ ନୂତନ ଆଶା ସୃଷ୍ଟି କରିଛି । ଆସନ୍ତା ଷୋହଳ ତାରିଖରେ ହେବାକୁ ଥିବା ନିର୍ବାଚନ ରେ ଲୋକ ମାନେ ଅଂଚଳର ବିକାଶ ପାଇଁ ନିଶ୍ଚିତ ଭାବରେ ବିଜୁ ଜନତା ଦଳର ପ୍ରାର୍ଥୀ ମାନଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି ଯୁବନେତା ଶ୍ରୀ ଭୋଜରାଜ ସିଂ ବାରିହା କହିଛନ୍ତି ।