ହେଡଲାଇନସ୍:

ଲୋକଙ୍କ ଟିକସ ସତେ ଯେମିତି ନେତା-ଅଫିସର-ଠିକାଦାରଙ୍କ ବାପା ସମ୍ପତ୍ତି !!!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡି28-07-18-adha.jpg - 76.23 kBରହିଛି କୋଟି କୋଟି ଟଙ୍କାର ସରକାରୀ ଗୃହ

 ସମ୍ପୂର୍ଣ୍ଣ କରିବା ପାଇଁ ନାହିଁ ସରକାରଙ୍କ ତତ୍ପରତା 

ଚିକିତ୍ସାଳୟର ମୁଖିଆଙ୍କ ପାଖରେ ମଧ୍ୟ ନାହିଁ ଗୃହର ସମ୍ପୂର୍ଣ୍ଣ ବିବରଣୀ   ।  

କନ୍ଧମାଳ/ ଗଗନ କୁମାର ପ୍ରଧାନ: କନ୍ଧମାଳ ଜିଲ୍ଲା ଅଧିନସ୍ଥ, ଘୁ.ଉଦୟଗିରି ବ୍ଲକ । ଏହି  ବ୍ଲକ  ଅଧିନରେ ଘୁ.ଉଦୟଗିରି ବିଜ୍ଞାପିତ ଅଂଚଲ  ପରିଷଦରେ ଜନ ସାଧାରଣଙ୍କ ହିତ ପାଇଁଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା । ବର୍ତ୍ତମାନ  ଏହି ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରେ ଘୁ.ଉଦୟଗିରି ବ୍ଲକ୍ ର ୮ ଟି ପଂଚାୟତ, ଟିକାବାଲି ବ୍ଲକ  ଓ ରାଇକିଆ ବ୍ଲକ  ର ଜନସାଧାରଣ ନିର୍ଭର କରନ୍ତି । ହେଲେ ସରକାରଙ୍କ ଅବହେଳା ଯୋଗୁଁ ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ତ୍ତମାନ  ଜଣେ ଡାକ୍ତର ଓ ଜଣେ ସୁପରିଟେଣ୍ଡାଂଟ ଥିବାରୁ ଅନେକ ସମୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ ହୋଇ ପଡୁଥିବା ଅଂଚଳବାସୀ ପ୍ରକାଶ କରୁଛନ୍ତି । ଅନ୍ୟଉର୍ଧ୍ଵ ବାସଗୃହ ଅଧାପାହାନ୍ତା ହୋଇ ପଡିରହିଛି । ବର୍ତ୍ତମାନ  ଏହି ଗୃହ ଭୂତକୋଠି  ଓ ଖଳ ପ୍ରକୃତିର ଲୋକଙ୍କର ବାସସ୍ଥଳୀରେ ପରିଣତ ହୋଇଥିବା ଶୁଣିବାକୁ ମିଳୁଛି । ଆଉ ସେଠି ବେଳେବେଳେ କେହି କେହି ଦୁର୍ବୃତ୍ତ ନିଜର ମନ୍ଦ ଉଦ୍ଦେଶ୍ୟ ସାଧିତ କରିବାକୁ ବି ବ୍ୟବହାର କରୁଥିବା ଲୋକ ଅଭିଯୋଗ କରୁଛନ୍ତି | କେବଳ ଏତିକି ନୁହେଁ କିଛି ଦିନ ପୂର୍ବେ ଆତ୍ମହତ୍ୟା ଘଟଣା କରିଥିବା ପଦାକୁ ଆସିଛି । ଏହି ଗୃହ ଗୁଡିକ ଅର୍ଦ୍ଧ ନିର୍ମିତ ହୋଇ ରହିଥିବାରୁ କର୍ମଚାରୀଙ୍କ ରହିବା ପାଇଁ ବହୁ ସମସ୍ୟା ଦେଖାଦେଉଛି ।  ଏହି ବାସଗୃହ ଗୁଡିକର ନିର୍ମାଣ କାମ ସମାପ୍ତ କରିବା ପାଇଁ ଅଂଚଳବାସୀ ବାରମ୍ବାର ଦାବି କରୁଛନ୍ତି । ହେଲେ ମଧ୍ୟ ବର୍ତମାନ ସୁଦ୍ଧା ବାସଗୃହ ଅଂସପୂର୍ଣ୍ଣ ହୋଇ ପଡି ରହିଛି ।ଲୋକଙ୍କ ଟିକସ ସତେ ଯେମିତି ନେତା-ଅଫିସର-ଠିକାଦାରଙ୍କ ବାପା ସମ୍ପତ୍ତି !!!!!ବାସଗୃହ ଗୁଡିକ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଥିବାରୁ ସରକାରଙ୍କ କୋଟି କୋଟି ଟଙ୍କା ଖତ ଖାଉଛି ବୋଲି ଅଂଚଳ ବାସୀ ପ୍ରକାଶ କରିଛନ୍ତି । ଘଟଣା ସମ୍ପର୍କରେ ସ୍ୱସ୍ଥ୍ୟକେନ୍ଦ୍ରର ଇନଚାର୍ଜ  ଡକ୍ତର ରବିନ୍ଦ୍ର କୁମାର ସାହୁଙ୍କ ପ୍ରତିକ୍ରିୟା ଗ୍ରହଣ କରାଯାଇଥିଲା । ୨୦୦୮ ମସିହାରେ ଏହି ଗୃହ ଗୁଡିକର ନିର୍ମାଣ କାମ ଘୁ.ଉଦୟଗିରି ବ୍ଲକ  ଗୋଷ୍ଠୀ  ଉନ୍ନୟନ ଅଧିକାରୀଙ୍କ ତତ୍ୱାବଧାନରେ ଆରମ୍ଭ ହୋଇଥିଲା  । ଏହି ଗୃହ ଗୁଡିକର ନିର୍ମାଣ ପାଇଁ କେଉଁ ଯୋଜନାରୁ କେତେ ଟଙ୍କା ବ୍ୟୟ ବରାଦ ହୋଇଥିଲା ଓ କେଉଁ ଠିକାଦାର ସଂସ୍ଥା କରିଥିଲେ ତାହା ଜଣା ନଥିବା ଡାକ୍ତର ସାହୁ ସୂଚନା ଦେଇଛନ୍ତି । ଘଟଣା ସମ୍ପର୍କରେ ଜାଣିବା ପାଇଁ ଆମ ପ୍ରତିନିଧି ଘୁ.ଉଦୟଗିରି ଗୋଷ୍ଠୀ  ଉନ୍ନୟନ ଅଧିକାରୀଙ୍କ ସହ ଫୋନ  ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଦୀର୍ଘ ଦିନ ଧରି ଉକ୍ତ ଗୃହ ଗୁଡିକ ପଡି ରହିଥିବାରୁ ଆସିଥିବା ସରକାରୀ ଅନୁଦାନ ହେରଫେର ହୋଇଥିବା ଅଂଚଳବାସୀ ସନ୍ଦେହ କରୁଛନ୍ତି । ତେଣୁ ଘଟଣାର ଯଥାଶୀଘ୍ର ତଦନ୍ତ କରି ଘର  ଗୁଡିକ ସମ୍ପୂର୍ଣ୍ଣ କରିବା ପାଇଁ ଜନସାଧାରଣରେ ଦାବୀ ହୋଇଛି  । 

0
0
0
s2sdefault