ହେଡଲାଇନସ୍:

ବିଏସଏନଏଲ ମାନେ ଏଠି ଏଇଆ  : ବି-ବହୁ..ଏସ-ସମୟରେ..ଏନ-ନେଟୱାର୍କ..ଏଲ-ଲାଗେନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ତୁ ଯେତେ ମାଠିବୁ ମଠ ମୁଁ ସେଇ ଦରପଡା କାଠ, କନ୍ଧମାଳରେ ବିଏସଏନଏଲ ର ସେବା ନିମ୍ନମାନର

 କନ୍ଧମାଳ/ ଗଗନ କୁମାର ପ୍ରଧାନ

କନ୍ଧମାଳ ଜ଼ିଲ୍ଲା ରେ ଯୋଗାଉଥିବା ମୋବାଇଲ ସେବା ନିମ୍ନମlନର ହେଇଥିବା ଅଞ୍ଚଳ ବlସି ଦାବି କରିଛନ୍ତି, ଯାହାପାଇଁ ଏହି ଅଞ୍ଚଳର ଜନସାଧାରଣ ଡିଜିଟାଲ ଯୁଗରେ ମଧ୍ୟ ଇଣ୍ଟରନେଟ ବ୍ୟବହାର ଓ ଫୋନ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି l ଦୀର୍ଘ ଦିନ ହେବ ଘୁ. ଉଦୟଗିରିରେ ମୋବାଇଲ ସେବାରେ ବିଭ୍ରାଟ ଦେଖା ଦେଉଛି, ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ କଲ କଲେ କଲ ଯାଉନାହିଁ,  କ୍ରସ  କନେକ୍ସନ ହେଉଛି, କଲ ଲାଗିଲେ କିଛି ସେକେଣ୍ଡ ମଧ୍ୟ ରେ କଟି ଯାଉଛି, ଇଣ୍ଟରନେଟ ସେବା କିଛି ଦିନ ହେବ ବନ୍ଦ ହେଉଛି,  ବିଦ୍ୟୁତ କlଟ ହେଲେ ମୋବାଇଲ ସେବା ମଧ୍ୟ ବନ୍ଦ ହେଉଛି l ସହର ମଧ୍ୟରେ ହାତିବାଲି, କ୍ଲୁବ ସlହି, ଶ୍ରୀରାମପଦl ଏପରିକି ଟାୱାର ଠାରୁ ୧୦୦ ମି ଦୂରରେ ମଧ୍ୟ ଅନେକ ସ୍ଥାନରେ ସିଗନାଲ ମିଳୁନାହିଁ  ଯାହାପାଇଁ ଅଞ୍ଚଳ ବାସି ବହୁ ସମସ୍ୟାର ସମ୍ମୁଖୀନ ହେଉଥିବାର ଦେଖା ହେଉଛି l ବିଏସଏନଏଲ ମାନେ ଏଠି ଏଇଆ  ବି-ବହୁ..ଏସ-ସମୟରେ..ଏନ-ନେଟୱାର୍କ..ଏଲ-ଲାଗେନା |  ଘଟଣା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷ  ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସମସ୍ୟାରେ ପରିବର୍ତ୍ତନ ହେଉଥିବା ବି.ଏସ.ଏନ.ଏଲ ଗ୍ରାହକ ଅଭିଯୋଗ କରିଛନ୍ତି l ବର୍ତ୍ତମାନ  ଘୁ. ଉଦୟଗିରି ରେ ଦଶ ହଜାରରୁ ଉର୍ଦ୍ଧ ଗ୍ରାହକ ଥିବାବେଳେ ସେବା ଯୋଗେଇବl ପାଇଁ ମାତ୍ରକ ଗୋଟିଏ ୨G , ୩G ଟାୱାର  ସହର ମଧ୍ୟରେ ଅଛି l ତେଣୁ ଏହି ସମସ୍ୟାକୁ ଦୂର କରିବାକୁ ହେଲେ କାନବାଗେରି, ବାଉଡିନାଯୁ, ପଦlସlହି, ଠାରେ ଟାୱାର ସ୍ଥାପନ ପାଇଁ ଅନେକ ଦିନ ହେବ ଦାବି ହେଉଛି, କିନ୍ତୁ ବି.ଏସ.ଏନ.ଏଲ କର୍ତ୍ତୃପକ୍ଷ ଅଞ୍ଚଳ ଜନସାଧାରଣଙ୍କ ଦାବି ପ୍ରତି କର୍ଣପାତ ନ କରି ତୁ ଯେତେ ମାଠିବୁ ମlଠ ମୁ ସେଇ ଦରପଡା କାଠ ନୀତି ରେ ରହୁଥିବା  ସାଧାରଣ ରେ ଦାବି ହୋଇଛି l ସେହିପରି ରାଇକିଆ, ସୀମନବାଡୀ, ଦାରିଙ୍ଗବାଡ଼ି, କୋଟଗଡ, ତୁମୁଡିବନ୍ଧ, ବାଲିଗୁଡା ଇତ୍ୟାଦି ମୁଖ୍ୟ ଅଞ୍ଚଳରେ ବି.ଏସ.ଏନ.ଏଲ ମୋବାଇଲ ସେବାରେ ବ୍ୟାଘାତ ଘଟୁଥିବା ଅଞ୍ଚଳବlସି ଅଭିଯୋଗ କରିଆସୁଥିବାର ଶୁଣିବାକୁ ମିଳୁଛି l ତେଣୁ ଏହି  ଅଞ୍ଚଳରେ ଆବଶ୍ୟକ ସଂଖ୍ୟକ ଟାୱାର ସ୍ଥାପନ କରି ବିଭ୍ରାଟ ବିହୀନ ମୋବାଇଲ ସେବା ଯୋଗେଇବl ପାଇଁ ଦିଲୀପ ନାୟକ, ଦେବେନ୍ଦ୍ର ନାୟକ, ବିନୟ ଚନ୍ଦ୍ର ପ୍ରଧାନ, ସୁରଜ କଁହର, ଟାର୍ଜନ ସାହୁ, ଅଚ୍ୟୁତ ନାୟକ, ଆଲୋକ ପ୍ରଧାନ, ଅଭିଷେକ ନାୟକ, ସଂଜୀତ ନାୟକ, ପ୍ରମୁଖ ଦାବି କରିଛନ୍ତି l

0
0
0
s2sdefault