ପଦ୍ମପୁର : ପଦ୍ମପୁର ନିକଟସ୍ଥ ବାଦିମାଲ ଠାରେ ଏମ.ଏଲ.ସି.ସି. ଦ୍ଵାରା ଆୟୋଜିତ ୧୮ତମ ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ଆମ୍ବବାହାଲ ଦଳ ବାଞ୍ଜେନମୁଣ୍ଡା ଦଳକୁ ଓ ପରବର୍ତ୍ତୀ ମ୍ୟାଚରେ ଦହିତା ଦଳକୁ ହରାଇ ଏବଂ ଗଡ଼ଭାଟି ଦଳ ତେତେଲଖୁଣ୍ଟି ଦଳକୁ ହରାଇ କ୍ବାଟର ଫାଇନାଲ ରେ ପ୍ରବେଶ କରିଥିଲେ। କ୍ବାଟର ଫାଇନାଲ ମ୍ୟାଚ ରେ ଗଡ଼ଭାଟି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୪ ଉଇକେଟ ହରାଇ ୬୫ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ଆମ୍ବବାହାଲ ଦଳ ୪ ଓଭରରେ ଆବଶ୍ୟକ ରନ ସଂଗ୍ରହ କରି ୧୦ ଉଇକେଟରେ ବିଜୟୀ ହୋଇଥିଲେ। ଉଦଘାଟନୀ ଉତ୍ସବରେ ଗୁଡ୍ଡୁ ଅଗ୍ରୱାଲ ମୁଖ୍ୟ ଅତିଥି ଏବଂ ଗୁରୁ ବରିହା ଓ ରାଜୁ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟିତ କରିଥିଲେ। ମ୍ୟାଚ ଶେଷରେ ସୁଦାମ ମେହେର ଓ ଗୋକୁଳ ବେହେରା ଅତିଥି ରୂପେ ଯୋଗଦେଇ ଆମ୍ବବାହାଲ ଦଳର ରାଜାଙ୍କୁ ମେନ ଅଫ ଦି ମେଚ ପୁରସ୍କାର ପ୍ରଦାନ କରିଥିଲେ । ନିଲେଶ, ସତ୍ୟ, ଜଗତ, ଧର୍ମେନ୍ଦ୍ର ଓ ରିଙ୍କୁ ଅମ୍ପାୟାରିଂ ଏବଂ ତାପସ ଓ ରାହୁଲ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ଗଣେଶ, ଦିଲୀପ ଓ ବିକାଶ ଧାରାବିବରଣୀ ପ୍ରଦାନ କରିଥିଲେ। ଦୀପକ, ସଦାନନ୍ଦ, ଗୋକୁଳ, ଓମ, ମହେଶ, ଆନନ୍ଦ, ଆକାଶ, ରାଜେଶ ଓ ଭବାନୀ ସହଯୋଗ କରିଥିଲେ।
ରାଜ୍ୟ
ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଉଦଘାଟିତ: ଆମ୍ବବାହାଲ ସେମିରେ
- Hits: 570