ହେଡଲାଇନସ୍:

ବିଜେଡି କାର୍ଯ୍ୟାଳୟ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରବି ନାରାୟଣ ସାହୁ ଙ୍କ ରିପୋର୍ଟ(ଖୋର୍ଦ୍ଧା)--ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶା-"ମୋ ପରିବାର" ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଶ୍ରୀ ଦିଲ୍ଲୀପ କୁମାର ହୋତାଙ୍କ ସଂଯୋଜନାରେ ବିଜୁ ଜନତା ଦଳ କାର୍ଯ୍ୟାଳୟ ଖୋରଧା ଠାରେ ଅନୁଷ୍ଠିତ ରକ୍ତଦାନ ଶିବିରରୁ ମୋଟ ୪୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଏହି ଶିବିରକୁ ଖୋର୍ଦ୍ଧା ବିଧାୟକ ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଉଦଘାଟନ କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ବିଭୁପ୍ରସାଦ ସାହୁ,ଖୋର୍ଦ୍ଧା ଜିଲ୍ଲା ଛାତ୍ର ବିଜେଡି ସଭାପତି ବିଶ୍ୱଦୀପ ପ୍ରଧାନ,ଖୋର୍ଦ୍ଧା ଟାଉନ ଯୁବ ବିଜେଡି ସଭାପତି ଦିଲ୍ଲୀପ ପରିଡ଼ା,ଖୋର୍ଦ୍ଧା ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ସଂଗ୍ରାମ ପ୍ରଧାନ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରକୁ ରକି ସ୍ୱାଇଁ,ରାକେଶ ମାନ୍ଧାତା ପ୍ରମୁଖ ପରିଚାଳନା କରିଥିଲେ ।

0
0
0
s2sdefault