ହେଡଲାଇନସ୍:

ଚାଇଲ୍ଡଲାଇନ ର ୨୫ତମ ପ୍ରତିଷ୍ଠା ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର:  ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ଓ ଚାଇଲ୍ଡଲାଇନ ର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆଜି ଦିନକୁ ଚାଇଲ୍ଡଲାଇନ (1098) ତାର ୨୫ବର୍ଷ ପୂରଣ କରିଛି।୨୫ତମ ପ୍ରତିଷ୍ଠା ଦିବସ ଓ ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ କିଶୋରୀ ବାଳିକା ଓ ବାଳକ ମାନଙ୍କୁ ନେଇ ଦେବଗଡ଼ ଚାଇଲ୍ଡଲାଇନ ଦ୍ୱାରା ଚିତ୍ରାଙ୍କନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଦିବସରେ ଚାଇଲ୍ଡଲାଇନ ସଦସ୍ୟ ଉପେନ୍ଦ୍ର ଭଞ୍ଜ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଆଜି ଦିନର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ। ୨୫ ବର୍ଷ ପୂର୍ତ୍ତି ଅବସରରେ ବିଗତ ବର୍ଷ ମାନଙ୍କରେ ଶିଶୁ ମାନଙ୍କ ପ୍ରତି ସୁରକ୍ଷା, ଯତ୍ନ ତଥା ଶିଶୁ ମାନଙ୍କର ବିକାଶ କାର୍ଯ୍ୟକ୍ରମ କୁ କରାଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ଏବଂ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରିବା ସଂଗେସଂଗେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏହି ଦିବସର ଅତିଥି ଶ୍ରୀ ଭଞ୍ଜ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଚାଇଲ୍ଡଲାଇନ ର କର୍ମକର୍ତ୍ତା ମୋଜାହିଦ୍ ଆଲମ୍, ଶ୍ରିଲେଖା ମେହେର, ତେମୀୟ ରଞ୍ଜନ ପ୍ରଧାନ, ସୁବିଲ ପ୍ରଧାନ, ଜାହା ଆରା ବେଗମ୍, ଅଷ୍ଟମୀ ପାତ୍ର ପ୍ରମୁଖ ସହଯୋଗ କରିଥଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ର ସମାପ୍ତି କରାଗଲା।

0
0
0
s2sdefault