ହେଡଲାଇନସ୍:

ବୁରୀ ନଜର ବାଲେ ତେରା ମୁହଁ କାଲା: ଗୁଜବକାରୀଙ୍କ ମୁହଁ ଚୁପ କରିଦେଲେ ମୁଖ୍ୟମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଉ ଯାଉ ଇସାରାରେ କହିଗଲେ "ମୁଁ ଅସୁସ୍ଥ କି କୋମାରେ ନାହିଁ, କିଛି ଲୋକଙ୍କ ମାନସିକତା କୋମାରେ"


ଭୁବନେଶ୍ୱର (ଶାସକ ପ୍ରଶାସକ) : "ମୁଖ୍ୟମନ୍ତ୍ରୀ ଅସୁସ୍ଥ ....ବାଥ ରୁମରେ ପଡିଗଲେ, ଅସୁସ୍ଥ | ମୁଖ୍ୟମନ୍ତ୍ରୀ କୋମାରେ ନାହାନ୍ତି ତ... ! ମୁଖ୍ୟମନ୍ତ୍ରୀଙ୍କ କଣ ହେଇଛି...ନିଆଁ ନଥିଲେ ଧୂଆଁ ବାହାରିବନି ..| ଜୟ ଲଳିତାଙ୍କ ଅବସ୍ଥା ମୁଖିଆଙ୍କର.! ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବାକୁ କାହିଁକି ଯିବେନି, କାରଣ ସେ ଅସୁସ୍ଥ " ଇତ୍ୟାଦି ଇତ୍ୟାଦି ଲେଖା ଛାଇଯାଇଥିଲା ସାମାଜିକ ଗଣମାଧ୍ୟମରେ | ରାଜ୍ୟ ବାସୀଙ୍କ ଭିତରେ ଗୋଟେ ଆଶଙ୍କା ସୃଷ୍ଟି ହେବ ବି ସ୍ୱାଭାବିକ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ | ହେବା ସ୍ୱାଭାବିକ | କିଛି ଲୋକ ଗୁଜବ ଓ କୁତ୍ସା ରଟନାରେ କରିବାରେ ସର୍ବନିମ୍ନ ସୌଜନ୍ୟତା ବି ହରାଇ ବସିଥିଲେ | ସାଧାରଣ ସୌଜନ୍ୟର ସବୁ ସୀମା ଲଂଘି ଯାଇଥିଲେ। ଆଉ ଏହି ଅପପ୍ରଚାରରେ ପ୍ରତିପକ୍ଷ ଦଳର ଅନେକ ଅନୁଗତ ମଧ୍ୟ ମଜା ନେଉଥିବା ଦେଖିବାକୁ ମିଳିଥିଲା | ଆଉ କେହି କେହି କହିଲେ " ସାଧାରଣ ତନ୍ତ୍ର ଦିବସ ଦିନ ଜଣା ପଡ଼ିଯିବ ମୁଖ୍ୟମନ୍ତ୍ରୀ ସୁସ୍ଥ କି ଅସୁସ୍ଥ |" ସମସ୍ତଙ୍କ ଅପେକ୍ଷା ଥିଲା ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମକୁ | ରାଜ୍ୟସାରା ଲୋକଙ୍କ ଆଖି ଥିଲା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଆସୁଛନ୍ତି କି ନାହିଁ | ହେଲେ ମୁଖ୍ୟମନ୍ତ୍ରୀ ଆଜି ପ୍ୟାରେଡ଼ ସ୍ଥଳକୁ ଆସିବା ଓ ତାଙ୍କର ପ୍ରତିଟି ଗତିବିଧି କହି କେଉଁଠି କିଛି ଆଭାସ ଦେଉନଥିଲେ ଯେ ସେ ସେପରି ସ୍ତରର ଅସୁସ୍ଥ ଥିଲେ, ଯେଉଁପରି ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଉଥିଲା | ସମଗ୍ର ପ୍ରଚାର କେବଳ ଅପପ୍ରଚାର ଥିଲା ଓ କିଛି ଅସହିଷ୍ଣୁ ବ୍ୟକ୍ତିଙ୍କ କାର୍ଯ୍ୟ ବୋଲି ପ୍ରମାଣିତ ହୋଇଗଲା | ଆଉ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ସମାଲୋଚନା କରିଥିବା ଗୁଜବକାରୀମାନଙ୍କୁ କହିଗଲେ "ବୁରୀ ନଜର ବାଲେ ତେରା ମୁହଁ କାଲା" | ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ଓ ଆଜିର ସମଗ୍ର ପ୍ରକରଣ , ଗୁଜବ କାରୀଙ୍କୁ ଇସାରାରେ କହିଗଲା  " ମୁଁ ଅସୁସ୍ଥ ନୁହେ କି ମୁଁ କୋମା ରେ ନାହିଁ, ତୁମ ଚିନ୍ତାଧାରା ରୁଗ୍ଣ, ଆଉ ତୁମ ମାନସିକତା କୋମାରେ , ଭେଣ୍ଟିଲେଟର ସାପୋର୍ଟ ରେ "।


ଆଜି ଘଟଣା ଥିଲା ଏହିପରି | ମୁଖ୍ୟମନ୍ତ୍ରୀଙ୍କ କାରକେଡ ଆସି ଲାଗିଲା | ସମସ୍ତଙ୍କ ନଜର ଆଉ ଗଣମାଧ୍ୟମ କ୍ୟାମେରାର ଶାଗୁଣା ଆଖି ନିରିକ୍ଷୀତ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରେ | ଆଗରେ ବସିଥିଲେ ମୁଖ୍ୟମନ୍ତ୍ରୀ ଡ୍ରାଇଭର ପାଖ ସିଟରେ | ପଛ ସିଟରେ ସୁରକ୍ଷା ଅଧିକାର ଓ ବ୍ୟକ୍ତିଗତ ସଚିବ କାର୍ତ୍ତିକେୟନ ପାଣ୍ଡିଆନ | ସୁରକ୍ଷା ଅଧିକାରୀ ଆସି ମୁଖ୍ୟମନ୍ତ୍ରୀଙ୍କ ଡୋର ଖୋଲିଲେ | ମୁଖ୍ୟମନ୍ତ୍ରୀ ନିଜେ ଓହ୍ଲାଇଲେ ଡୋରକୁ ଧରି | ଗାଡ଼ିରୁ ଓହ୍ଲାଇ ସିଧା ହାତ ହଲାଇ ହଲାଇ ଖଣ୍ଡେ ବାଟ ସାଧାରଣ ମଣିଷ ଭଳି ଚାଲିଆସିଲେ | ସାଙ୍ଗରେ ଚାଲିଥାନ୍ତି ସୁରକ୍ଷା ଅଧିକାରୀ ଓ ଶ୍ରୀ ପାଣ୍ଡିଆନ | ମୁଖ୍ୟମନ୍ତ୍ରୀ ସିଧା ସଳଖ ମଂଚ ଉପର ପର୍ଯ୍ୟନ୍ତ ବିନା କାହା ସହାୟତାରେ ଗଲେ | ମଂଚ ଉପରେ ତାଙ୍କ ବ୍ୟକ୍ତିଗତ ସଚିବ ଓ ସୁରକ୍ଷା କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପାଇଁ ଉଦ୍ଦିଷ୍ଟ ଚେୟାର ଆଡେ ଇସାରା କରିବା ପରେ ସେ ନିଜେ ଯାଇ ତାଙ୍କ ଆସନରେ ବସିଥିଲେ | ତାପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆସିଲେ | ରାଜ୍ୟପାଳ ଆସିବା ପରେ ନିଜ ଆସନରୁ ଉଠି ଯଥା ରୀତି ମାନ୍ୟ କରିବା ପରେ ପତାକା ଉତ୍ତୋଳନ କରିଥିଲେ ରାଜ୍ୟପାଳ | ଜାତୀୟ ସଂଗୀତ ପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ନିଜ ନିଜ ଆସନରେ ଉପବିଷ୍ଟ ହେଲେ | ତାପରେ ରାଜ୍ୟପାଳ ଅଭିବାଦନ ଗ୍ରହଣ କରିବା ପରେ ରାଜ୍ୟପାଲ ବିଦାୟ ନେବା ବେଳକୁ ମୁଖ୍ୟମନ୍ତ୍ରୀ ତାଙ୍କ ଆସନରୁ ଉଠି ଯଥାରୀତି ମାନ୍ୟ କରିଥିଲେ | ତାପରେ ସ୍ୱାଭାବିକ ଭାବେ ନିଜ ଗାଡି ପାଖକୁ ଯାଇ ପ୍ୟାରେଡ଼ ସ୍ଥଳରୁ ବିଦାୟ ନେଲେ | ପୂର୍ବରୁ କେତେକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ବା ଅଧିକାରୀ ତାଙ୍କୁ ଲାଗିକି ରହିବା ବା ସପୋର୍ଟ ଦେଇଥିବା ଦେଖିବାକୁ ମିଳିଥିବା ବେଳେ ଆଜି ସମଗ୍ର ପ୍ରକରଣରେ ପ୍ରକାରଣରେ ମୁଖ୍ୟମନ୍ତ୍ରୀ କାହାର କୌଣସି ସହାୟତା ନେଇନଥିବା ଦେଖିବାକୁ ମିଳିଥିଲା |
ସ୍ୱାସ୍ଥ୍ୟ ଅନିଶ୍ଚିତ |ସ୍ୱାସ୍ଥ୍ୟକୁ ନେଇ କେହି ଅହଂକାରରେ ରହିବା ବି ଠିକ ନୁହେ |  କାହାର କେତେବେଳେ ସ୍ୱାସ୍ଥ୍ୟ କଣ ହେବ କେହି କେବେ କହିପାରିବେ ନାହିଁ |  ଶରୀର ଅଛି ମାନେ ଜରା ବ୍ୟାଧି ଅଛି | ନିଶ୍ୱାସ ଉପରେ ବିଶ୍ୱାସ ନାହିଁ କି ତା  ଉପରେ କାହାର ନିୟନ୍ତ୍ରଣ ନାହିଁ |  ତେଣୁ କାହାର ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରିବା ଓ ଅପପ୍ରଚାରରୁ ଆନନ୍ଦ ଉଠାଇବା ମାନବୋଚିତ ନୁହେଁ | ରାଜନୀତିରେ ନୀତି ଆଉ କାର୍ଯ୍ୟ ଶୈଳୀକୁ ନେଇ ସମାଲୋଚନା ହେଉ | ଭଲକାମକୁ ପ୍ରଶଂସା କରିବାର ସତ୍ସାହସ ନଥିଲେ ବି ଖରାପ କାମକୁ ସମାଲୋଚନା କରାଯାଉ | ରାଜନୀତିରେ ଏସବୁ ଚାଲିବ | ହେଲେ କାହାର (ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ, ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ମନ୍ତ୍ରୀ, ବିଧାୟକ, ସଂସଦ ଅବା ସାଧାରଣ ମଣିଷ ହୁଅନ୍ତୁ ନା କାହିଁକି)ସ୍ୱାସ୍ଥ୍ୟକୁ ନେଇ ସମାଲୋଚନା ନକରାଗଲେ ଭଲ ହୁଅନ୍ତାନି !!!!!

0
0
0
s2sdefault