ଜନସାଧାରଣଙ୍କ ଆଶୀର୍ବାଦରେ ପଂଚାୟତ ନିର୍ବାଚନ ନିର୍ବାଚନ ବୈତରଣୀ ପରା ହେବାକୁ ବିଜେଡ଼ି ଦୃଢ ଆଶାବାଦୀ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗି) : ରାଜ୍ୟ ପଂଚାୟତିରାଜ,ଆଇନ, ପାନୀୟଜଳ, ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଲୋକାଭିମୁଖୀ କାର୍ଯ୍ୟ ଏବଂ ଦୃଢ ନେତୃତ୍ୱରେ ନିଶ୍ଚିନ୍ତକୋଇଲି ବ୍ଲକ ୨୪ନଂ ଜିଲ୍ଲାପରିଷଦ ଜୋନ୍ରେ ରହିଥିବା ୮ଟି ପଂଚାୟତରେ ବିଜେଡ଼ିର ଐକ୍ୟବଦ୍ଧତା ସଂଗଠନ ବେଶ ମଜବୁତ୍ ହେବାରେ ଲାଗିଛି । ଏପରିକି ସମସ୍ତ ଜନସାଧାରଣଙ୍କ ଆର୍ଶିବାଦ, ଭଲପାଇବା ବିଜୁ ଜନତା ଦଳ ପ୍ରତି ରହିଥିବାରୁ ଏହି ସମସ୍ତ ପଂଚାୟତ ଗୁଡ଼ିକରେ ବିଜେଡ଼ି ବହୁସଂଖ୍ୟାରେ ବିଜୟ ଲାଭ କରିବ ବୋଲି ସାଧାରଣରେ କୁହାଯାଇଛି । ୨୪ନଂ ଜୋନ୍ ଅଧିନରେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ନିଶ୍ଚିନ୍ତକୋଇଲି, ଜିଗ୍ନୀପୁର,ବରାଦୋ,ଫଗୋଳ, ଜୟରାମପୁର,ରାମକୃଷ୍ଣପୁର,ବଡ଼କ୍ଷୀର ଏବଂ ନତକାଇ ପଂଚାୟତ ରହିଛି । ଏହି ପଂଚାୟତ ଗୁଡ଼ିକରେ ବିଜୁ ଜନତା ଦଳ ତରଫରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମର୍ଥନରେ ସ୍ଥାନୀୟ ଅଂଚଳବାସୀଙ୍କ ପାଖରେ ରହି ଯିଏ ଆଗାମୀ ଦିନରେ ଲୋକମାନଙ୍କ ସୁଖ, ଦୁଃଖ, ଭଲ,ମନ୍ଦ ରେ ଛିଡ଼ାହୋଇ ସହଯୋଗର ହାତବଢାଇ, ଜଣେ ସୁସଂଗଠକ,ମେଳାପୀ, ପରୋପକାରୀ ,ସମାଜସେବୀ ଭାବେ କାର୍ଯ୍ୟ କରିପାରିବ ସେହିଭଳି ଯୁବନେତା ବିପ୍ଳବ କାପଙ୍କୁ ଜିଲ୍ଲାପରିଷଦ ସଭ୍ୟ ଭାବେ ମନୋନୀତ କରାଯାଇଥିଲା ବେଳେ ଏହି ଅଂଚଳର ବହୁ ଆଗଧାଡ଼ିର ଯୁବନେତା, ବରିଷ୍ଠ ନାଗରିକ, ମହିଳା ମାନଙ୍କୁ ସରପଂଚ,ସମିତିସଭ୍ୟ ଭାବେ ବଛାଯାଇ ସେମାନଙ୍କ ନାମ ଘୋଷଣା କରାଯାଇଛି । ପଂଚାୟତ ସ୍ତରରେ ଯେଉଁ ଜିଲ୍ଲାପରିଷଦ, ସରପଂଚ, ସମିତିସଭ୍ୟ ସଭ୍ୟ ସଭ୍ୟାମାନଙ୍କୁ ବିଜୁ ଜନତା ତରଫରୁ ବଛାଯାଇଛି ସମସ୍ତେ ଐକ୍ୟବଦ୍ଧ ଭାବେ ମିଳିମିଶି କାର୍ଯ୍ୟକରି ଦଳୀୟ ସଂଗଠନକୁ ବେଶ୍ ମଝବୁତ୍ ରଖିପାରିଛନ୍ତି । ଅପରପକ୍ଷରେ ବିଜେଡ଼ି ଦଳ ପକ୍ଷରୁ ର୍ନିନ୍ଦ୍ୱନ୍ଦରେ ବଛା ଯାଇଥିବା ସରପଂଚ,ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କୁ ଟକ୍କର ଦେଲା ଭଳି ନେତା ବିରୋଧୀ ଦଳରେ ନାହାଁନ୍ତି ବୋଲି ସାଧାରଣରେ କୁହାଯାଇଛି । ଫଳରେ ଏହି ଗ୍ରାମପଂଚାୟତ ଗୁଡ଼ିକରେ ବିଜେଡ଼ି ଅତ୍ୟନ୍ତ ସୁବିଧାଜନକ ସ୍ଥିତିରେ ରହିଥିଲା ବେଳେ ବିରୋଧୀ ଦଳର ସ୍ଥିତି ସୁଦୃଢ ନଥିବାରୁ ବିଜେଡ଼ି ବହୁ ସଂଖ୍ୟା ଜନସମର୍ଥନରେ ବିଜୟର ସ୍ୱାଦ ଚାଖିବ ବୋଲି ବହୁ ବୁଦ୍ଧୀଜୀବୀ, ବରିଷ୍ଠ ନାଗରିକ, ଆଇନଜୀବୀ ମତପ୍ରକାଶ କରିଛନ୍ତି । ଅପରପକ୍ଷରେ ଏହି ବ୍ଲକ ଅଧିନରେ ରହିଥିବା ୨୬ ନଂ ଜୋନ୍ ଏବଂ ୨୭ନଂ ଜୋନ ରେ ବିଜେଡ଼ିର ଦଳୀୟ ସଂଗଠନ ମଜବୁତ୍ ରହିଥିବାରୁ ବିଜେଡ଼ି ବେଶ ସୁବିଧାଜନ ସ୍ଥିତିରେ ରହିଥିବାର ସାଧାରଣରେ କୁହାଯାଉଛି ।