ହେଡଲାଇନସ୍:

ମିସାଇଲ ମ୍ୟାନଙ୍କୁ ସ୍ମରଣ କଲେ ପିଲାମାନେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଆୟୋଜିତ 

ପାଇକମାଲ/ ଗୌରାଙ୍ଗ ଚରଣ ଦାଶ 

 ପାଇକମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡଃ ଏ ପି ଜେ ଅବଦୁଲ କଲାମଙ୍କ ପବିତ୍ର ତିଥିରେ ଏକ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଆୟୋଜନ କରାଯାଇଥିଲା। ବ୍ଲକ ଶିକ୍ଷା ଅଧିକାରୀ ଚୁଡ଼ାମଣି ବାରିକ ଏହାକୁ ମୁଖ୍ୟ ଅତିଥି ଭାବେ ଉଦ୍ଘାଟନ କରିଥିଲେ। ଏବିଇଓ  ଜନକଲାଲ ମେହେର ଓ ସିଆରସିସି  ମହାଦେବ ବେହେରା, ପ୍ରମୋଦ ଖରସେଲ,ଦିବାକର ତାଣ୍ଡି,ପୁନିତରାମ ସୋନି ଯୋଗଦେଇଥିଲେ। ଏଥିରେ ମୋଟ ୬୭ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ଅନିଲ କୁମାର କାଲିଆ ଓ ଅପର୍ଣ୍ଣା ସେଠ୍ ପ୍ରକଳ୍ପ ଗୁଡିକର ବିଚାର ବା ଆକଳନ  କରିଥିଲେ। ବିଦ୍ୟାଳୟର ଶିକ୍ଷକ/ ଶିକ୍ଷୟିତ୍ରୀ ସୁଶାନ୍ତ କୁମାର ସାହୁ, ଦୀପାଞ୍ଜଳୀ ବରିହା, ସୋନାଲି ମହାଲିକ,ନାରାୟଣ ନାଏକ ସହଯୋଗ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପବିତ୍ରା ପାଣିଗ୍ରାହୀ ସଂଯୋଜନା କରିଥିଲେ। ଝୁମି ସାହୁ (୧ମ)ମିଲନ ହାତି(୨ୟ) ଓ ରାକା ସାମୁଦ୍ରିକା(୩ୟ) ହୋଇ ପୁରସ୍କାର ପାଇଥିଲେ।

0
0
0
s2sdefault