ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟପିର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ Covid victim ମାନଙ୍କ ମଙ୍ଗଳ ନିମନ୍ତେ ଥିବା ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଉପରେ ଏକ ଅନଲାଇନ ସ୍ତରରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ଶ୍ରୀ ରବି ନାରାୟଣ ବେହେରା ସରକାରଙ୍କ Covid Victim ଙ୍କ ମଙ୍ଗଳ ପାଇଁ ଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ।
ଏହାସହିତ ଡ଼ଃ. ଏମ୍.ଏମ୍ ଅଲି ଯୋଗୋଦେଇ Covid ରୋଗୀ ଏବଂ Covid victim ଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ପୁଙ୍ଖାନୁପୁଙ୍ଖ ଭାବେ କହିଥିଲେ । ଏହାସହିତ ସମ୍ମାନିତ ଅତିଥି ଭାବେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ , ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ଏହି କାର୍ଯ୍ୟକ୍ରମରେ ଯୋଗୋଦେଇଥିଲେ।
ଆଇନଜୀବୀ ବୃନ୍ଦ ଏବଂ ପାରା ଲିଗାଲ ଭଲ୍ୟୁଣ୍ଟର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ ।
ରାଜ୍ୟ
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର
- Hits: 1044







