ହେଡଲାଇନସ୍:

ଭଟଲି ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ସୁଶାନ୍ତ ଦେଖାଇଲେ ସାଙ୍ଗଠନିକ କରିସ୍ମା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଆମ୍ବଭନା ବ୍ଲକର ଗୋଟିଏ ଜିଲ୍ଲା ପରିଷଦ ଆସନ ନିର୍ବିରୋଧ

  • ସୋହେଲାରୁ ୧୮ ବିଜେଡି ସମର୍ଥିତ ପ୍ରାର୍ଥୀ ଅପ୍ରତିଦ୍ବନ୍ଦୀ


ବରଗଡ :- ଜଣେ ସଫଳ ନିର୍ବାଚନ ଫ୍ଲୋର ମ୍ୟାନେଜର ଭାବେ ଜଣାଶୁଣା ପଶ୍ଚିମ ଓଡ଼ିଶାର ଟାଣୁଆ ଯୁବ ନେତା ସୁଶାନ୍ତ ସିଂ ଦେଖାଇଛନ୍ତି ତାଙ୍କ ସାଙ୍ଗଠନିକ କରିସ୍ମା | ବିରୋଧୀଙ୍କ ସବୁ ଚାଲକୁ ମାଦ ଦେଇ ଲଢେଇ ଆରମ୍ଭ ଆଗରୁ ଗୋଟିଏ ଜିଲ୍ଲା ପରିଷଦ ଦଳ ସପକ୍ଷରେ ହାତେଇବା ସହ ସୋହେଲା ପଂଚାୟତ ସମିତି ଏକ ପ୍ରକାର ନିଜ ଦଳ ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ଆଣିବାରେରେ ସକ୍ଷମ ହୋଇଛନ୍ତି ମନ୍ତ୍ରୀ ଶ୍ରୀ ସିଂ |
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରକ୍ରିୟା ଅନ୍ତର୍ଗତ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ମଧ୍ୟ ସରି ଯାଇଛି । ମୁଖ୍ୟତଃ ବିଜେପି , ବିଜେଡି କଂଗ୍ରେସ ତଥା ସମସ୍ତ ନିର୍ଦଲୀୟ ପ୍ରାର୍ଥୀ ମାନେ ନିର୍ବାଚନ ଜିତିବା ପାଇଁ ପ୍ରୟାସ ଆରମ୍ଭ କରିବା ସହିତ ଜିତିବା ପାଇଁ ପ୍ରଚାର ମଧ୍ୟ ଆରମ୍ଭ କରିଦେଇଛନ୍ତି । ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଆମ୍ବଭନା ଜିଲ୍ଲା ପରିଷଦ ଯୋନ ଦୁଇରୁ ବିଜୁ ଜନତା ଦଳର ପ୍ରାର୍ଥୀ କଳ୍ପନା ପ୍ରଧାନ ନିର୍ବିରୋଧ ନିର୍ବାଚିତ ହୋଇଥିବା ବେଳେ , ସୋହେଲା ପଞ୍ଚାୟତ ସମିତି ପାଇଁ ରହିଥିବା ୨୭ ସମିତି ସଭ୍ୟ ପଦ ମଧ୍ୟରୁ ୧୮ ଜଣ ବିଜେଡି ସମର୍ଥିତ ପ୍ରାର୍ଥୀ ନିର୍ବିରୋଧ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ପ୍ରତିନିଧି ମାନେ ହେଲେ ରେଙ୍ଗାଲି ଗ୍ରାମପଞ୍ଚାୟତରୁ ଦେଶା ମହାନନ୍ଦ, ବେହେରାପାଳିରୁ ଅଦ୍ୟା ପଟେଲ, କନଗାଁ ରୁ ଦୟାସଗାର ସୁଇ, ଛୁରିଆପାଳିରୁ ଦିବାକର ବାରିହା , ଡୁମେରପାଳି ସୁଚିତ୍ରା ଲୁହା, ସର୍କଣ୍ଡା ରୁ ସରସ୍ୱତୀ ବାଗ , କରଣ୍ଡଳା ରୁ ରାଜେଶ୍ୱରୀ ଭୁଏ, ଘେଁସ ରୁ ଯଶୋଦା ବାରିହା , ଦୋହେଲା ରୁ ମାନୁ ଛତର , ସନୀମାଲ ରୁ ଦୀପାଞ୍ଜଳି ଚୌହାନ , କଲଙ୍ଗାପାଳିରୁ ଅମୃତ ପ୍ରଧାନ , କୁଚିପାଳିରୁ ବେବି ପ୍ରଧାନ , କନାପାଳି ରୁ ଦିବ୍ୟ କୁମାର ପ୍ରଧାନ, ଟୁଙ୍ଗିବନ୍ଧଲିରୁ ଜୟନ୍ତ ବାସୀ, ଯଟଲାରୁ ବନିତା ନାୟକ , ଲେବିଡ଼ିରୁ ତ୍ରିବିକ୍ରମ ସାହୁ ଓ ବିଜାପାଲି ରୁ ନିଲିମା ବାରିକ ପ୍ରମୁଖ ରହିଛନ୍ତି ।
"ଏହି ସମସ୍ତ ପ୍ରାର୍ଥୀ ଦଳୀୟ ତଥା ଦଳ ସମର୍ଥିତ ପ୍ରାର୍ଥୀ ମାନଙ୍କର ନିର୍ବିରୋଧ ନିର୍ବାଚିତ ହେବାର ଏକ ମାତ୍ର କାରଣ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟ । ଏହା ସହିତ ସ୍ଥାନୀୟ ବିଧାୟକ ଓ ରାଜ୍ୟ ସରକାର ଙ୍କର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ନିଃସ୍ୱାର୍ଥପର ସେବା ଓ ପ୍ରବଳ ଲୋକପ୍ରିୟତା କାରଣରୁ ଏହା ସମ୍ଭବ ହୋଇ ପାରିଛି । ଆସନ୍ତା ମାସରେ ହେବା କୁ ଥିବା ନିର୍ବାଚନ ରେ ମଧ୍ୟ ବିଜେଡି ସମଗ୍ର ଜିଲ୍ଲା ରେ ନିଶ୍ଚିତ ଭାବରେ ଭଲ ପ୍ରଦର୍ଶନ କରିବ । ନିର୍ବିରୋଧ ନିର୍ବାଚିତ ସମସ୍ତ ସଭ୍ୟ ମାନଙ୍କୁ ଶୁଭେଛା ଜଣାଉଛି" ବୋଲି ସୋହେଲା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବେହେରା ଜଣାଇଛନ୍ତି ।
"ମନ୍ତ୍ରୀ ସୁଶାନ୍ତ ସିଂ ଙ୍କର ଜନସେବା ଓ ଲୋକପ୍ରିୟତା ତଥା ସାଙ୍ଗଠନିକ କ୍ଷମତା ବାବଦରେ ସମସ୍ତେ ଜାଣିଛନ୍ତି । ଯେତେବେଳେ ଯାହାର ବି ଆବଶ୍ୟକତା ପଡିଥାଏ ମନ୍ତ୍ରୀ ସୁଶାନ୍ତ ସିଂ ସବୁବେଳେ ଲୋକଙ୍କୁ ପୂର୍ଣ ମାତ୍ରାରେ ସହଯୋଗ କରିବା ପାଇଁ ଆଗେଇ ଆସିଥାନ୍ତି । ତାଙ୍କର ଲୋକପ୍ରିୟତା ଓ ବଳିଷ୍ଠ ନେତୃତ୍ୱରେ ତଥା ମୁଖ୍ୟମନ୍ତ୍ରୀ ଙ୍କର ଜନହିତକର କାର୍ଯ୍ୟ କୁ ପାଥେୟ କରି ବିଜେଡି ତାର ଜୟ ଯାତ୍ରା ଆଗକୁ ମଧ୍ୟ ଜାରି ରଖିବ ଏଥିରେ ସନ୍ଦେହ ନାହିଁ " ବୋଲି ଜିଲ୍ଲା ଯୁବ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ କହିଛନ୍ତି ।

0
0
0
s2sdefault