ହେଡଲାଇନସ୍:

ଧାନ କ୍ରୟ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମେଳନ କକ୍ଷରେ ମିଲର୍ ଙ୍କ ଧାନଉଠା ଏବଂ ଧାନମଣ୍ଡି ସମ୍ପର୍କିତ ବୈଠକ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ କାଶୀନଗର ଓ ଗୋଷାଣୀ ବ୍ଲକ୍ ର ମିଲର୍ ମାନଙ୍କ ସହ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଶତ୍ରୁଘ୍ନ ଗିରି , ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ମାନସ ରଞ୍ଜନ ପାତ୍ର , ଧାନ ସଂଗ୍ରହ ଅଧୀକ୍ଷକ ମାନେ ଉପସ୍ଥିତ ରହି ଧାନଉଠାଣ ସମ୍ପର୍କିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ମିଲର୍ ମାନେ ଅଦିନିଆ ବର୍ଷାରେ ନଷ୍ଟ ହୋଇଯାଇଥିବା ଧାନର ମିଲିଙ୍ଗ ଓ ତାର କ୍ରୟ ସମ୍ପର୍କିତ ଅସୁବିଧା ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଏଦିଗରେ ତୁରନ୍ତ ପଦକ୍ଷେପ ନେଇ ଧାନକ୍ରୟର ସୁବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ସହ ଚାଷୀମାନଙ୍କ ଧାନ କ୍ରୟ ଯେପରି ସୁରୁଖୁରୁରେ ହେବ ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

0
0
0
s2sdefault