ହେଡଲାଇନସ୍:

ଇସ୍ପାତ କାରଖାନାରେ ସେଲ୍ ଗୌରବ ଦିବସକୋଭିଡ୍ କଟକଣାରେ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା,(ବସନ୍ତ ଜେନା) ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ଜାନୁଆରୀ ୨୪ ତାରିଖରେ ସେଲ୍ ସ୍ଥାପନା ଦିବସ ଉପଲକ୍ଷେ ଇସ୍ପାତ ଷ୍ଟାଡିୟମଠାରେ ସେଲ୍ ଗୌରବ ଦିବସ ପାଳନ କରାଯାଇଥିଲା । ସେଲ୍ ଏହାର କର୍ମଚାରୀ, ପୂର୍ବତନ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ଗୌରବର ଭାବନାକୁ ଅଧିକ ସୁଦୃଢ କରିବା ନିମନ୍ତେ ସେଲ୍ ସ୍ଥାପନା ଦିବସକୁ ସମଗ୍ର ସେଲରେ ସେଲ୍ ଗୌରବ ଦିବସ ରୂପେ ପାଳନ କରାଯାଉଛି ।
କୋଭିଡ ମାର୍ଗଦର୍ଶିକା ଗୁଡିକର କଡାକଡି ଅନୁପାଳନ ପୂର୍ବକ ଏହି ଉତ୍ସବ ପାଳିତ ହୋଇଥିଲା । ଏହି ଉତ୍ସବରେ ଆରଏସପି ଖଣି ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ଏ କେ କୁଣ୍ଡୁ ସେଲ୍ ପତାକା ଉତ୍ତୋଳନ କରିଥିଲେ । ଏହା ପରେ ସେଲ ସଙ୍ଗୀତ ପରିବେଷଣ କରାଯାଇଥିଲା । ସେ ଉତ୍ସବ ପାଳନର ଏକ ଅଂଶସ୍ୱରୂପ ଆକାଶକୁ ରଙ୍ଗୀନ ବେଲୁନ୍ ଛାଡିଥିଲେ ଏବଂ ସମସ୍ତଙ୍କୁ ସ୍ୱାସ୍ଥ୍ୟ ଓ ଫିଟନେସ ଶପଥ ପାଠ କରାଇଥିଲେ ।ମୁଖ୍ୟ ଅତିଥିଙ୍କ ସହିତ ଶ୍ରୀ ଏସ ଆର ସୂର୍ଯ୍ୟବଂଶୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଶାରୀରିକ ସୁସ୍ଥତାର ମହତ୍ତ୍ଵକୁ ପ୍ରୋତ୍ସାହିତ କରିବା ପାଇଁ ଷ୍ଟାଡିୟମ ଚାରିପାଖରେ ଚାଲିଥିଲେ । ଶ୍ରୀ ବି କେ ରାଉତ ସ୍ଵାଗତ ଅଭିଭାଷଣ ପ୍ରସ୍ତୁତ କରିଥିଲେ ଓ ଶ୍ରୀ ଅନିଲ ମଲ୍ଲିକ ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅପରାହ୍ନରେ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଉପସ୍ଥାପିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ସଂଗୀତ କାର୍ଯ୍ୟକ୍ରମ ‘ହମ୍ ହିନ୍ଦୁସ୍ତାନୀ’, ସ୍କିଟ୍ ‘ମେରା ସେଲ୍ ମେରା ଗୌରବ’, ଲୋକପ୍ରିୟ ସଙ୍ଗୀତ ‘ରଙ୍ଗବତୀ’ର ସ୍ୱରରେ ନୃତ୍ୟ ଏବଂ ଓଡ଼ିଶୀ, ପାଲା ଓ ଦାଶକାଠିଆର ମିଶ୍ରଣରେ ଉପସ୍ଥାପିତ ଏକ ନୃତ୍ୟ ନାଟକ ‘ଇସ୍ପାତ କଥା ସରିତା’ର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ।

ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ୧୯୭୩ ଜାନୁୟାରୀ ୨୪ ତାରିଖରେ ସ୍ଥାପିତ ହୋଇଥିଲା । ରାଷ୍ଟ୍ରାୟାତ ମହାରତ୍ନ କମ୍ପାନୀ ସେଲ ଏହାର ୫ ଟି ସମନ୍ଵିତ ଇସ୍ପାତ କାରଖାନା ଯଥା ଭିଲାଇ, ବୋକାରୋ, ଦୁର୍ଗାପୁର, ରାଉରକେଲା ଏବଂ ବର୍ନପୁର ଏବଂ ୩ଟି ସ୍ପେଶାଲ ଷ୍ଟିଲ ପ୍ଳାଣ୍ଟ ଯଥା ଭଦ୍ରାବତୀ, ଦୁର୍ଗାପୁର ଏବଂ ସାଲେମ୍ ରୁ ବିବିଧ ପ୍ରଭେଦର ଇସ୍ପାତ ଉତ୍ପାଦ ପ୍ରସ୍ତୁତ କରୁଛି । ସେଲ ଦେଶର ଦ୍ଵିତୀୟ ସର୍ବବୃହତ ଲୌହପଥର ଉତ୍ତୋଳନକାରୀ ଅଟେ ଏବଂ ଦ୍ଵିତୀୟ ସର୍ବବୃହତ ଖଣି ଶୃଙ୍ଖଳର ଗୌରବ ବହନ କରୁଛି । ପ୍ରାରମ୍ଭରୁ ଦେଶର ଶିଳ୍ପ ବିକାଶ ପାଇଁ ଏକ ସୁଦୃଢ ଭିତ୍ତିଭୂମି ସ୍ଥାପନ କରିବାରେ ସେଲ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । ଏହା ବ୍ୟତୀତ ବୈଷୟିକ ଏବଂ ପରିଚାଳନା ଗତ ଜ୍ଞାନର ବିକାଶରେ ଏହା ଅତୁଳନୀୟ ଅବଦାନ ରଖିଛି । ଉପଭୋକ୍ତା ଶିଳ୍ପ ପାଇଁ କ୍ରମାଗତ ଭାବରେ ଇନପୁଟ୍ ଯୋଗାଇ ଏହା ଅର୍ଥନୈତିକ ଅଭିବୃଦ୍ଧିର ଦ୍ଵିତୀୟ ଏବଂ ତୃତୀୟ ଲହରକୁ ତ୍ୱରାନ୍ୱିତ କରିଛି ।

0
0
0
s2sdefault