ହେଡଲାଇନସ୍:

ଅଧିକ ସନ୍ତାନ ଥିବା ପିତାମାତାକୁ ନିର୍ବାଚନରୁ ବାଦ ଦେବାକୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ): ଚଳିତ ପଞ୍ଚାୟତ ନିର୍ବାଚନରେ ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା, ତମିଆ, ଖୁଣ୍ଟସମଲେଇ ଆଦି ୩ଟି ପଞ୍ଚାୟତରେ ୩ରୁ ଅଧିକ ପୁଅଝିଅ ଥିବାର ବାପା ମା’ ନିର୍ବାଚନ ଲଢ଼ୁଥୁବାରୁ ସେମାନଙ୍କ ନିର୍ବାଚନ ପାର୍ଥୀପତ୍ରକୁ ନାକଜ କରିବା ଦାବୀରେ ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ୩ ଜଣ ଆଶାୟୀ ପ୍ରାର୍ଥୀ । ଆଶାୟୀ ପାର୍ଥୀମାନେ ହେଲେ ତମିଆ ଗାଁର ସେବତୀ ଭୋଇ, ଖୁଣ୍ଟସମଲେଇ ଗାଁର ସାବିତ୍ରୀ ନାଗ ଏବଂ ଫଟାମୁଣ୍ଡାର ତପି ତାଣ୍ଡି । ସେମାନଙ୍କ ଅଭିଯୋଗ ହେଲା, ଫଟାମୁଣ୍ଡା ଏବଂ ଖୁଣ୍ଟସମଲେଇ ପଞ୍ଚାୟତରେ ପ୍ରତିଦ୍ୱନ୍ଦିତା କରୁଥୁବା ଉଭୟ ସ୍ୱାମୀ ସ୍ତ୍ରୀ ପଙ୍କଜିନୀ କୁମ୍ଭାର ଓ ଜୟନ୍ତ କୁମ୍ଭାରଙ୍କ ୪ ସନ୍ତାନ ଅଛନ୍ତି । ତେଣୁ ସରକାରଙ୍କ ନିର୍ବାଚନ ଗାଇଡ୍‌ଲାଇନ୍‌ ଅନୁସାରେ ବାଦ ଦେବାକୁ ଧାରଣା ଦେଇଥିବା ପାର୍ଥୀମାନେ କହିଛନ୍ତି । ଠିକ୍‌ ସେହିପରି ତମିଆ ପଞ୍ଚାୟତରେ ମଧ୍ୟ ସରପଞ୍ଚ ଆଶାୟୀ ପ୍ରାର୍ଥୀ ଭାବେ ଲଢ଼ୁଥିବା ତାହେରା ବିବି ବେଗମଙ୍କର ୩ଟି ପୁଅ ଝିଅ ଥିବାରୁ ତାଙ୍କୁ ମଧ୍ୟ ବାଦ ଦେବାକୁ ସରପଞ୍ଚ ଆଶାୟୀ ପ୍ରାର୍ଥୀ ସେବତୀ ଭୋଇ ଧାରଣା ଦେଇଛନ୍ତି । ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକିୟା ଦିନ ମଧ୍ୟ ଅଭିଯୋଗ ଆଣିଥିଲେ, ହେଲେ କୌଣସି ପଦକ୍ଷେପ ନନେଇ ଚୂଡାନ୍ତ ତାଲିକାରେ ନାମ ପ୍ରକାଶ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ବଲାଙ୍ଗିର ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ ପଞ୍ଚାୟତ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିବା ବେଳେ ବ୍ଳକ ନିର୍ବାଚନ ଅଧିକାରୀ ବିଡିଓଙ୍କ ପାଖରେ ମଧ୍ୟ ଅଭିଯୋଗ କରିଛନ୍ତି । ହେଲେ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଆଜି ଖୁଣ୍ଟସମଲାଇ ଗ୍ରାମ ପଞ୍ଚାୟତ ଆଶାୟୀ ସମିତି ସଭ୍ୟ ପ୍ରାର୍ଥୀ ସାବିତ୍ରୀ ନାଗ, ଫଟାମୁଣ୍ଡା ପଞ୍ଚାୟତ ଆଶାୟୀ ସମିତି ସଭ୍ୟ ପ୍ରାର୍ଥୀ ତପି ନାଗ, ତମିଆଁ ପଞ୍ଚାୟତ ଆଶାୟୀ ସରପଞ୍ଚ ପ୍ରାର୍ଥୀ ସେବତୀ ଭୋଇ ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏପରିକି ଦାବୀ ପୂରଣ ନହେବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ପାଟଣାଗଡ଼ ନିର୍ବାଚନ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଠା କରାଯାଇଥିଲେ ମଧ୍ୟ ସମ୍ଭଵ ପର ହୋଇନଥିଲା !!

0
0
0
s2sdefault