ହେଡଲାଇନସ୍:

ଦାଉଦପୁର ପଂଚାୟତ ଗୋପୀନାଥପୁର ବାବା ଆଖଣ୍ଡଳମଣି ମନ୍ଦିର ର ନୂତନ ବିଗ୍ରହ ପ୍ରତିଷ୍ଠା ଓ ଯଜ୍ଞ ଉତ୍ସବ ଅନୁଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଦେବେନ୍ଦ୍ର ଷଡ଼ଙ୍ଗୀ/ ମାହାଙ୍ଗା : ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁର ଗ୍ରାମ ପଞ୍ଚାୟତ ଗୋପୀନାଥପୁର ସ୍ଥିତ ବାବା ଆଖଣ୍ଡଳମଣୀ ମନ୍ଦିର ର ନୂତନ ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଯଥାବିଧି ରୀତିନୀତି ଅନୁଯାୟୀ କୋଭିଡ ନିୟମ ପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ମନ୍ଦିର ପୂଜକ ଭାବେ ନୃସିଂହ ପ୍ରସାଦ ମିଶ୍ର , ଯଜ୍ଞ କର୍ତା ଭାବେ ନୃସିଂହ ନାୟକ, ସୁମିତ୍ରା ନାୟକ, ମନ୍ଦିର କର୍ତା ଫକୀର ଚରଣ ରାୟ, ମଞ୍ଜୁଲତା ରାୟ ରହିଥିଲା ବେଳେ ମୁଖ୍ୟ ପଣ୍ଡିତ ଅମର କୁମାର ଦାଶ ସମାଜର ମଙ୍ଗଳ ପାଇଁ ବୈଦିକ ମନ୍ତ୍ର ପାଠ କରିଥିଲେ । ଏହି ଉତ୍ସବ  ୨୩ ତାରିଖ ଦିନ ଆରମ୍ଭ ହୋଇଥିଲାବେଳେ ଏହି ଯଜ୍ଞ ଉତ୍ସବ ର ପୂର୍ଣ୍ଣାହୁତି ଉତ୍ସବ ଆସନ୍ତା ୨୮ ତାରିଖ ଦିନ ଅନୁଷ୍ଠିତ ହେବ ବୋଲି ମନ୍ଦିର ସଭ୍ୟଙ୍କ ଦ୍ବାରା ପ୍ରକାଶ କରାଯାଇଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସମାଜସେବୀ ହିମାଂଶୁ ଶେଖର ମହାନ୍ତି, ସନ୍ତୋଷ କୁମାର ମହାନ୍ତି, ଦିବାକର ମହାନ୍ତି, ତରୁଣ କୁମାର ସାହୁ,ଅଜୟ କୁମାର ନାୟକ, ସପନ କୁମାର ସାହୁ,ଦୀପକ ରାୟ, ଚନ୍ଦ୍ରକାନ୍ତ ଜେନା ଙ୍କ ସମେତ ଗୋପୀନାଥପୁର ର ବାବା ଆଖଣ୍ଡଳମଣୀ ଯୁବ ପରିଷଦ ସମସ୍ତ କର୍ମକର୍ତ୍ତା , ଗ୍ରାମବାସୀବୃନ୍ଦ ପୂର୍ଣ୍ଣ ସହଯୋଗ କରୁଛନ୍ତି । ବିଶ୍ଵ ରୁ ମହାମାରି କରୋନା ଦୁରୀଭୂତ ହେବା ପାଇଁ ଏହି ଯଜ୍ଞ ଉତ୍ସବ ସମ୍ପୂର୍ଣ୍ଣ କୋଭିଡ କଟକଣା ନିୟମ ପାଳନପୂର୍ବକ ଅନୁଷ୍ଠିତ ହେଉଅଛି ।

0
0
0
s2sdefault