ରାଉରକେଲା,(ବସନ୍ତ ଜେନା); ଗତ ୨୧ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଗଙ୍ଗାଜଳ ସ୍ଥିତ ସ୍କାନ ଷ୍ଟିଲର ୟୁନିଟ- ୨ର ଫରନେସ ରେ ବିସ୍ପୋରଣ ରେ ଜଳିଯାଇ ମୃତ୍ୟୁ ବରଣ କରିଥିବା କ୍ରେନ ଅପରେଟର ବାଳମୁକୁନ୍ଦଙ୍କ ସିଂଙ୍କ ପରିବାରକୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯାଇଛି।
ଘଟଣାର ୩ ଦିନ ପରେ ସୁନ୍ଦରଗଡରୁ ସାଇଣ୍ଟିଫିକ ଟିମ କାରଖାନାରେ ପହଞ୍ଚି ତଦନ୍ତ କରିଛନ୍ତି । ଅନ୍ୟପକ୍ଷରେ ବିସ୍ପୋରଣରେ ଆହତ ହୋଇଥିବା ଅନ୍ୟ ଦୁଇ କର୍ମଚାରୀ ଆଇ ଜି ଏଚରେ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟଯେ ଗତ ୨୧ ତାରିଖରେ କୁତ୍ରା ଗଙ୍ଗାଜଳ ସ୍ଥିତ ସ୍କାନ ଷ୍ଟିଲରେ ୟୁନିଟ-୨ ର ଚତୁର୍ଥ ଫରନେସ ରେ ବିସ୍ପୋରଣ ହୋଇ କ୍ରେନ ଅପରେଟର ବାଳମୁକୁନ୍ଦଙ୍କ ସମେତ ୩ଜଣ କର୍ମଚାରୀ ଜଳି ଯାଇ ଆହତ ହୋଇଥିଲେ। ସେମାନଙ୍କ ଚିକିତ୍ସା ଆଇଜିଏଚ ରେ ଚାଲିଥିବା ବେଳେ ବାଳମୁକୁନ୍ଦଙ୍କ ମୃତ୍ୟୁ ଚିକିତ୍ସା ଧୀନ ଅବସ୍ଥାରେ ହୋଇଥିଲା।
ରାଜ୍ୟ
ସ୍କାନ ଷ୍ଟିଲରେ ବିସ୍ପୋରଣରେ ମୃତ କ୍ରେନ ଅପରେଟର ବାଳମୁକୁନ୍ଦଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ।
- Hits: 575