ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ ବିଭାଗ ତରଫରୁ ସେବା ଯୋଜନା ଅଧିକାରୀ ଡ଼ଃ. ଭାରତୀ ପାଣିଗ୍ରାହୀଙ୍କ ଦ୍ୱାରା ଏକ ୱେବ୍ ମିଟିଂ ର ଆୟୋଜନ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କନ୍ୟା ସନ୍ତାନର ଆବଶ୍ୟକତା , ସୁରକ୍ଷା ଓ ଦେଶ ପ୍ରତି ତାର ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ସାଂପ୍ରତିକ ଯୁଗରେ ନାରୀର ଆବଶ୍ୟକତା କେତେ ଗୁରୁତ୍ବପୂର୍ଣ୍ଣ ବୁଝାଇ କହିଥିଲେ।
ସେହିଭଳିଏନ୍ ଏସ୍ ଏସ୍ ପି ଓ ଡ଼ଃ. ପାଣିଗ୍ରାହୀ ମଧ୍ୟ ବୈଦିକ ଯୁଗରୁ ନାରୀର ମହାନତା ଓ ଇଂରେଜ ମାନଙ୍କ ସମୟରେ କିଭଳି ନାରୀ ଶିକ୍ଷାର ପ୍ରଗତି ହେଲା ତଥା ଆଜିର ଯୁଗରେ କନ୍ୟା ଶିଶୁର ସୁରକ୍ଷା ପାଇଁ ସରକାର ଆହୁରି ଅଧିକ ପଦକ୍ଷେପ ନେବାକୁ ହେବ ବୋଲି କହିଥିଲେ। ରଶ୍ମିତା ଓ କଳ୍ପନା ଛାତ୍ରୀ ଦ୍ୱୟ ମଧ୍ୟ ନିଜ ଅଭିମତ ରଖିଥିଲେ। ଏହାପରେ ସଭା ଶେଷ ହୋଇଥିଲା।
ରାଜ୍ୟ
ଜାତୀୟ କନ୍ୟା ଦିବସ ଆଲୋଚନା ଚକ୍ର
- Hits: 604








