ହେଡଲାଇନସ୍:

ପଞ୍ଚାୟତ ନିର୍ବାଚନ ପର୍ଯ୍ୟବେକ୍ଷଙ୍କ ଗଜପତି ଜିଲ୍ଲା ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମଗ୍ର ରାଜ୍ୟରେ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ହେଉଥିବା ନାମାଙ୍କନ ପତ୍ର କାର୍ଯ୍ୟକ୍ରମ ଆଜି ସରିଛି । ଏଥିଲାଗି ଗଜପତି ଜିଲ୍ଲାରେ ମଧ୍ୟ ନାମାଙ୍କନ ପତ୍ର ସୁଚାରୁ ଭାବେ ସରିଛି । ଏହାକୁ ପରିଚାଳନା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ କଡାକଡି ନିୟମାବଳୀ ପାଇଁ ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି । ଏହାକୁ ପାଳନ କରିବା ପାଇଁ ଗଜପତି ଜିଲ୍ଲାକୁ ପର୍ଯ୍ୟବେକ୍ଷକ ତଥା ସ୍ୱତନ୍ତ୍ର ସଚିବ ଶ୍ରୀ ଯୁକ୍ତ ବିଶ୍ୱମୋହନ ରାୟ ଗଜପତି ଜିଲ୍ଲା ଗସ୍ତ କରି ନିର୍ବାଚନର ସମସ୍ତ କାର୍ଯ୍ୟକ୍ରମ ଅନୁଧ୍ୟାନ କରିଛନ୍ତି ।
ପର୍ଯ୍ୟବେକ୍ଷକ ଶ୍ରୀ ରାୟଙ୍କ ସମେତ ପାରଳାଖେମୁଣ୍ଡି ଠାରେ ଥିବା ଉପ-ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଜିଲ୍ଲା ପରିଷଦ ସଭ୍ୟ ସଭ୍ୟାଙ୍କ ଲାଗି ନାମାଙ୍କନ ଦାଖଲ କରିଥିବା ବିଭିନ୍ନ ପ୍ରାର୍ଥି ପ୍ରାର୍ଥିନୀଙ୍କ ସମସ୍ତ ଦସ୍ତାବିଜ ତଥା ଶୃଙ୍ଖଳିତ ନିର୍ବାଚନ ପ୍ରକ୍ରିୟାର ନିର୍ଦ୍ଦେଶାବଳୀ , କୋଭିଡ୍ ଗାଇଡ୍‌ଲାଇନ ଆଦିର ଅନୁଧ୍ୟାନ କରିଥିଲେ। ଅନୁଧ୍ୟାନ ଓ ପରିଦର୍ଶନ ପରେ ଶ୍ରୀ ରାୟ ସନ୍ତୋଷ ବ୍ୟକ୍ତ କରିଥିବାର ମଧ୍ୟ ଜଣାପଡିଛି । ପର୍ଯ୍ୟବେକ୍ଷଙ୍କ ଏହି ଗସ୍ତ ଓ ଅନୁଧ୍ୟାନବେଳେ ଉପଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ କୁମାର ମହାରଣା , ସହକାରୀ ଉପ ଜିଲ୍ଲାପାଳ ଶ୍ରୀ ଜୁବୁଲି ଚରଣ ବେହେରା ପ୍ରମୁଖ ଉପସ୍ଥିତଥିଲେ।

0
0
0
s2sdefault