ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ପୁଡେଇଡା ଗ୍ରାମରେ ସ୍ୱୟଂ ସହାୟିକା ମହିଳା ମାନଙ୍କର ଛତୁ ଚାଷ ତାଲିମ କାର୍ଯ୍ୟକ୍ରମର ଉଦଘାଟନ ସଭା ଅନୁଷ୍ଠିତ ହୋଇଛି।
ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ପୁଡେଇଡା ଗ୍ରାମ ତଥା ଉଖୁରା ଗ୍ରାମ ପଞ୍ଚାୟତର ଅନ୍ୟାନ୍ୟ ଗ୍ରାମରୁ ମୋଟ ୩୦ ଜଣ ସ୍ଵୟଂ ସହାୟିକା ଗ୍ରୁପ ସଦସ୍ୟା ଏବଂ ସେମାନଙ୍କର ପରିବାରର ମହିଳା ସଭ୍ୟା ତାଲିମ ନେବେ ।
ଉଦଘାଟନ ସଭାରେ ଜିଲ୍ଲା ଲିଡ ବ୍ୟାଙ୍କ ମେନେଜର ଶ୍ରୀ କିଶୋର ଚନ୍ଦ୍ର ନାଇକ ସଭାପତିତ୍ଵ କରିଥିଲେ । ଗୁମ୍ମା ବ୍ଲକର ସହାୟକ ଉଦ୍ୟାନ ଅଧିକାରୀ ଶ୍ରୀ ଦିଲୀପ କୁମାର ଡିଙ୍ଗଳ ମୁଖ୍ୟ ଅତିଥି , ଗୁମ୍ମା ବ୍ଲକ ଜୀବିକା ମିଶନ ସଂଯୋଜକ ଶ୍ରୀ ସୁଶାନ୍ତ କୁମାର ରାଉତ , ବ୍ଲକ ଟେକନିସିଆନ ଶ୍ରୀମତୀ ରାଜେଶ୍ଵରୀ ପ୍ରଧାନ ଓ ୟଙ୍ଗ ପରସନ ଶ୍ରୀ ଗୌତମ ପରିଡା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।
ସମସ୍ତ ଅତିଥି ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ତନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ପୁଡେଇଡା ଗ୍ରାମରେ ସ୍ୱୟଂ ସହାୟିକା ମହିଳା ମାନଙ୍କର ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ
- Hits: 364