ହେଡଲାଇନସ୍:

ସୁନ୍ଦରଗଡ ଜିଲ୍ଲାରେ ଗୁରୁତର କୋଭିଡ ରୋଗୀଙ୍କୁ ଡାକ୍ତରଖାନା ନେବା ଆଣିବା ଲାଗି ସ୍ୱତନ୍ତ୍ର ଆମ୍ବୁଲାନ୍ସର ସୁବିଧା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା,(ବସନ୍ତ ଜେନା):ସୁନ୍ଦରଗଡ଼ ଜିଲ୍ଲାରେ ଗୁରୁତର ରୋଗୀଙ୍କୁ ଡାକ୍ତରଖାନାକୁ ଆଣିବା ପାଇଁ ଆତ୍ୟାଧୁନିକ ଆମ୍ବୁଲାନ୍ସ କାମ କରୁଛି। ତେବେ ବର୍ତ୍ତମାନ କୋଭିଡର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୩ଟି ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ଗୁରୁତର କୋଭିଡ୍ ରୋଗୀଙ୍କୁ ଡାକ୍ତରଖାନାକୁ ନେବାରେ ଏହି ଆମ୍ବୁଲାନ୍ସ ସେବା ବିଶେଷ ସହାୟକ ହେଉଛି। ଏହି ସେବା ଦ୍ୱାରା ୨୦୨୨ ଜାନୁୟାରୀ ୧ ତାରିଖରୁ ବର୍ତ୍ତମାନ ସୁଦ୍ଧା ୫୦୦ରୁ ଅଧିକ ରୋଗୀ ଉପକୃତ ହୋଇଛନ୍ତି।
ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡର ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। କୋଭିଡ୍ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ ରହିଥିବା ବେଳେ ସଂକ୍ରମଣ ନିୟନ୍ତ୍ରଣ ପାଇଁ କୋଭିଡ୍ ପରୀକ୍ଷା ଏବଂ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି।
ସରକାରଙ୍କ କୋଭିଡ୍ ଗାଇଡଲାଇନ ଅନୁଯାୟୀ ବର୍ତ୍ତମାନ ଆକ୍ରାନ୍ତ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କୁ ଅତି କମରେ ୭ ଦିନ ଯାଏଁ ଗୃହ ସଙ୍ଗରୋଧରେ ରହିବାକୁ ପରାମର୍ଶ ରହିଛି। ଏହାସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆବଶ୍ୟକ ଚିକିତ୍ସାରେ ରହିବାକୁ କୁହାଯାଉଛି। ତେବେ ଏହି ସମୟ ଭିତରେ ଯେଉଁମାନେ ଅଧିକ ଚିକିତ୍ସା ସେବା ଆବଶ୍ୟକ କରନ୍ତି ସେମାନଙ୍କୁ ଘରୁ କୋଭିଡ୍ ଡାକ୍ତରଖାନାକୁ ନେବା ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ସେବା ବିଶେଷ ଫଳପ୍ରଦ ହେଉଛି।
ଆମ୍ବୁଲାନ୍ସ ଏକ ଅତି ଜରୁରିକାଳୀନ ସେବା। ତେଣୁ ଏହାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାରେ ୧୦୨ ଏବଂ ୧୦୮ ଆମ୍ବୁଲାନ୍ସ ସହିତ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାରେ ୩୯ଟି ଅତିରିକ୍ତ ଅତ୍ୟାଧୁନିକ ଆମ୍ବୁଲାନ୍ସ ରହିଛି। ସେଥିମଧ୍ୟରୁ ୩୦ଟି ବେସିକ୍ ଲାଇଫ୍ ସପୋର୍ଟ (ବିଏଲଏସ) ଏବଂ ୯ଟି ଆଡଭାନ୍ସଡ୍ ଲାଇଫ ସପୋର୍ଟ (ଏଏଲଏସ) ଆମ୍ବୁଲାନ୍ସ ରହିଛି।
୩୯ଟି ଆମ୍ବୁଲାନ୍ସ ଭିତରୁ ବର୍ତ୍ତମାନ ୧୩ଟିକୁ କୋଭିଡ୍ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ବ୍ୟବହାର କରାଯାଉଛି। ରାଉରକେଲା ପାଇଁ ୪ଟି ଆମ୍ବୁଲାନ୍ସ ନିୟୋଜିତ ରହିଥିବା ବେଳେ ସୁନ୍ଦରଗଡ଼ ପାଇଁ ୩ଟି ରହିଛି। ସେହିପରି ବୀରମିତ୍ରପୁର, ରାଜଗାଙ୍ଗପୁର, ବଣାଇଁ, ହେମଗିର, କୋଇଡ଼ା ଏବଂ ଲହୁଣୀପଡ଼ା ପାଇଁ ଗୋଟିଏ କରି ଆମ୍ବୁଲାନ୍ସ ରଖାଯାଇଛିl
ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସରେ କାଡିଆକ୍ ମନିଟର ଭଳି ଅତ୍ୟାଧୁନିକ ଯନ୍ତ୍ର ସହ ଅକ୍ସିଜେନ ଦେବା ଲାଗି ବ୍ୟବସ୍ଥା ରହିଛି। ଏହାସହ ଏଥିରେ ଭେଣ୍ଟିଲେଟରର ସୁବିଧା ମଧ୍ୟ ରହିଛି। ବେସିକ୍ ଲାଇଫ ସପୋର୍ଟ ଆମ୍ବୁଲାନ୍ସରେ ମଧ୍ୟ ରୋଗୀଙ୍କ ପାଇଁ ଆବଶ୍ୟକ ସୁବିଧା ରହିଛି।
ସେହିପରି ଜିଲ୍ଲାରେ ଥିବା ୧୫ଟି ମହାପ୍ରୟାଣ ଗାଡ଼ି ଭିତରୁ ୨ଟିକୁ କୋଭିଡ୍ ସଟଲ ଭାବେ ବ୍ୟବହାର କରାଯାଉଛି। କୋଭିଡରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରୁ ଏହି ଗାଡ଼ିରେ ନିଆଯାଇ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି।
କୋଭିଡ୍ ସମୟରେ ଏହି ସ୍ୱତନ୍ତ୍ର ଆମ୍ବୁଲାନ୍ସ ସେବା ପାଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ୍ ୧୮୦୦ ୩୪୫ ୭୪୬୧ ଏବଂ ରାଉରକେଲା ହେଲ୍ପଲାଇନ୍ ୧୮୦୦ ୩୪୫ ୭୪୬୮କୁ କଲ୍ କରିପାରିବେ।

0
0
0
s2sdefault