ଜଗତସିଂହପୁର,(ସୁମନ୍ତ କୁମାର ଦାସ)-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ଦିନରେ ଜିଲ୍ଲା ପରିଷଦ ପଦ ପାଇଁ ୭୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ସୂଚନା ମିଳିଛି। ପ୍ରଥମ ଓ ଦ୍ୱିତୀୟ ଦିବସରେ କୌଣସି ଜଣେ ବି ପ୍ରାର୍ଥୀ ଜିଲ୍ଲା ପରିଷଦ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିପାରି ନ ଥିଲେ। ତେବେ ଶେଷ ଦିବସରେ ସର୍ବାଧିକ ୭୯ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଜିଲ୍ଲାର ୨୬ଟି ଜିଲ୍ଲା ପରିଷଦ ଆସନ ପାଇଁ ମୋଟ ୧୦୬ ଜଣ ପ୍ରାର୍ଥରୀ ନାମାଙ୍କନ ଭରିଥିବା ଜଣାପଡ଼ିଛି।ଆଜି ଜିଲ୍ଲା ପରିଷଦ ପାଇଁ ଏରସମା-୧ ପାଇଁ ୪ ଜଣ,ଏରସମା-୨ ପାଇଁ ୩ ଜଣ, ଏରସମା-୩ ପାଇଁ ୩ ଜଣ, ଏରସମା-୪ ପାଇଁ ୨ଜଣ, କୁଜଙ୍ଗ-
୧ ପାଇଁ ୪ ଜଣ, କୁଜଙ୍ଗ-୨ ପାଇଁ ୩ ଜଣ, କୁଜଙ୍ଗ-୩ ପାଇଁ ୨ଜଣ, କୁଜଙ୍ଗ- ୪ ପାଇଁ ୨ଜଣ , ଜଗତସିଂହପୁର-୧ ପାଇଁ ୩ ଜଣ, ଜଗତସିଂହପୁର-୨ ପାଇଁ ୪ ଜଣ, ଜଗତସିଂହପୁର-୩ ପାଇଁ ୪ ଜଣ, ଜଗତସିଂହପୁର-୪ ପାଇଁ ୪ ଜଣ, ତିର୍ତ୍ତୋଲ-୧ ପାଇଁ ୨ ଜଣ, ତିର୍ତ୍ତୋଲ-୨ ପାଇଁ ୪ଜଣ, ତିର୍ତ୍ତୋଲ-୩ ପାଇଁ ୩ ଜଣ, ତିର୍ତ୍ତୋଲ-୪ ପାଇଁ ୨ ଜଣ, ନାଉଗାଁ-୧ ପାଇଁ ୨ ଜଣ, ନାଉଗାଁ-୨ ପାଇଁ ୩ ଜଣ, ବାଲିକୁଦା-୧ ପାଇଁ ୨ ଜଣ, ବାଲିକୁଦା ୨ ପାଇଁ ୫ଜଣ , ବାଲିକୁଦା-୩ ପାଇଁ ୪ଜଣ , ବାଲିକୁଦା-୪ ପାଇଁ ୪ଜଣ, ବିରିଡି-୧ ପାଇଁ ୨ଜଣ, ବିରିଡି-୨ ପାଇଁ ୩ ଜଣ, ରଘୁନାଥପୁର-୧ ପାଇଁ ୨ଜଣ ଓ ରଘୁନାଥପୁର-୨ ପାଇଁ ୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିବା ସୂଚନା ମିଳିଛି।
ରାଜ୍ୟ
୭୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ
- Hits: 615