ହେଡଲାଇନସ୍:

କିଶାନ କଂଗ୍ରେସର ମଣ୍ଡି ପରିଦର୍ଶନ:ମିଲ ମାଲିକଙ୍କ ମର୍ଜିରେ ଚାଲିଛି ଧାନକିଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର/ନିରୋଜ ମିଶ୍ର : ଜିଲ୍ଲା ସ୍ତରୀୟ ଧାନକିଣା ପ୍ରସ୍ତୁତି ବୈଠକରେ ଗତ ନଭେମ୍ବର ୨୯ ତାରିଖ ଦିନ ମଣ୍ଡିରେ ଧାନ କିଣିବା ପାଇଁ ଧାର୍ଯ୍ୟ ହୋଇଥିଲା । କିନ୍ତୁ ବଲାଙ୍ଗିର ଜିଲ୍ଲାରେ ଆଜି କିଶାନ କଂଗ୍ରେସ ମଣ୍ଡି ପରିଦର୍ଶନ ସ୍ଥିତିରୁ ଜଣାପଡୁଛି ଯେ ଧାନକିଣା ପ୍ରସ୍ତୁତି ବୈଠକ ଏକ ପ୍ରହତ୍ସନ ମାତ୍ର ଥିଲା । ଯାହା କିଛି ବି ନିଷ୍ପତ୍ତି ହୋଇଥିଲା କୌଣସି ଗୋଟିଏ ବି ଦିଗ ପ୍ରତି ସରକାରଙ୍କ ନା ଜିଲ୍ଲା ପ୍ରଶାସନ ଧ୍ୟାନ ଦେଲା । ଏଠି ଦେଖାଯାଉଛି ମିଲ ମାଲିକଙ୍କ ଦୟାରେ ଧାନକିଣା ହେଉଛି । ଆଜି ସାମ୍ବାଦିକ ଭବନ ରେ ଜିଲ୍ଲା କିଶାନ ସେଲ ସଭାପତି ସାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କିଶାନ ସେଲର ଅଧ୍ୟକ୍ଷ ଅମିୟ ପଟ୍ଟନାୟକ କ୍ଷୋଭର ସହ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାରଙ୍କ ମୁତାବକ ଧାନ କ୍ରୟ କେନ୍ଦ୍ରରେ ଚାଷୀଙ୍କୁ ଯାହା କିଛି ସୁବିଧା ସୁଯୋଗ ଦେବା କଥା ମଣ୍ଡି ଗୁଡିକରେ ଏଭଳିଆ କୌଣସି ବ୍ୟବସ୍ଥା ହୋଇନାହିଁ । ଦୁର୍ନିତି କଥା ଯଦି ଚିନ୍ତା କରାଯାଏ ଧାନକିଣା ଦୁର୍ନିତି ମଧ୍ୟରେ ପ୍ରାୟ ୩ହଜାର କୋଟି ଟଙ୍କାର ଅଖା ଦୁର୍ନିତି ହୋଇଥିବା ସ୍ପଷ୍ଟ ଜଣାପଡୁଅଛି ବୋଲି ପ୍ରଦେଶ କଂଗ୍ରେସ ର ସାଧାରଣ ସଂପାଦକ ତଥା ବରିଷ୍ଠ ପ୍ରବକ୍ତା ସମରେନ୍ଦ୍ର ମିଶ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଚାଷ ଏବଂ ଚାଷୀଙ୍କ ସ୍ୱାର୍ଥ ପାଇଁ ଯଦି କିଏ ଲଢେଇ କରୁଅଛି ସେ ହେଲା କଂଗ୍ରେସ ଦଳ ଚାଷୀଙ୍କ ସମସ୍ୟା ନିରାକରଣ ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବାରମ୍ବାର ବିଭିନ୍ନ ମଣ୍ଡିକୁ ପରିଦର୍ଶନ କରି ବିଭାଗୀୟ ଅଧିକାରୀଙ୍କୁ ଦାଗିଦ କରିବା ସହ ·ଷୀ ଯେପରି ନିଜ କଷ୍ଟ ଉପାର୍ଜିତ ଧାନ ବିକ୍ରି ପାରିପାରିବ ସେ ଉପରେ ଯନôବାନ ହେବାକୁ ନିଦେ୍ର୍ଧଶ ଦେଉଛନ୍ତି । ·ଷୀଙ୍କୁ ମିଲର୍ସ ଅଖାର ଦେୟ ଦେଉନାହାନ୍ତି କିମ୍ବା ଅଖା ଫେରାଉ ନାହାନ୍ତି । ଗତ ଜିଲ୍ଲା ସ୍ତରୀୟ ଧାନକିଣା ମିଟିଂ ରେ ନିଷ୍ପତି ଅନୁଯାୟୀ ପ୍ରତ୍ୟେକ ମଣ୍ଡିରେ ସିସି ଟିଭି କ୍ୟାମେରା ଲାଗିବା କଥା ମିଲର୍ସ କିମ୍ବା ତାଙ୍କର କୋଣସି ପ୍ରତିନିଧି ଧାନକିଣା ଜାଗାରେ ଉପସ୍ଥିତ ରହିପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା । ଦୁଃଖର କଥା ମିଲର୍ସମାନଙ୍କ ଦୟାରେ ହିଁ ଧାନ କିଣା ହେଉଛି ଏବଂ ଏହି ଅସାଧୁ ମେଣ୍ଟକୁ ଲୁଚାଇବା ପାଇଁ ଧାନକିଣା କେନ୍ଦ୍ରରେ ଲାଗିଥିବା ସିସି ଟିଭି କ୍ୟାମେରାକୁ ବିଭାଗୀୟ ଅଧିକାରୀମାନେ ଅକାମି କରି ରଖୁଛନ୍ତି ବୋଲି ସମରେନ୍ଦ୍ର ମିଶ୍ର କହିଛନ୍ତି । ଯଦି ପାଣିପାଗ ବିଶେଷଜ୍ଞ କଥା ସତ ହୁଏ ଆସନ୍ତା ଦୁଇ ଦିନ ଭିତରେ ମଣ୍ଡିରୁ ସମସ୍ତ ଧାନ ନ ଉଠିଲେ ·ଷୀ ପାଇଁ ବିରାଟ ସମସ୍ୟା ସୃଷ୍ଟି ହେବ ବୋଲି ଜିଲ୍ଲା ସଭାପତି ଦିଲିପ ବେହେରା ନିଜ ବକ୍ତବ୍ୟରେ କହିଥିଲେ ।

ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ରାଜ୍ୟ କିଶାନ ସେଲର ପ୍ରତିନିଧି ଦଳ ଯୋଗସର୍ଡା, ଲୋଇସିଂହା, ଦେଓଗାଁ, କୁତୁର୍ଲା ଏବଂ ଚୁଡାପାଲି ମଣ୍ଡି ପରିଦର୍ଶନ କରିବା ସହ ଧାନକିଣା ସ୍ଥିତି ପରଖିଥିଲେ । ଏହି ପ୍ରତିନିଧି ଦଳ ସହିତ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ରାଜ୍ୟ କିଶାନ ସେଲ ଉପସଭାପତି ଚଗଲା ପରିଚ୍ଛା, ସଂପାଦକ ସରୋଜ ରଥ, ଜିଲ୍ଲା କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ସେବାଦଳ ଅଧ୍ୟକ୍ଷ ଅସୀତ ମିଶ୍ର, ଲଲିତ ପଟେଲ, ଗଗନ ନାଥ, କାନ୍ତେଶ୍ୱର ପ୍ରଧାନ, ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୈାଧୁରୀ, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault