ହେଡଲାଇନସ୍:

 ନିଶାମୁକ୍ତ ସମାଜ ଗଠନ ନିମନ୍ତେ ତାତିଲେ ମହିଳା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦାରୁ ଦିଲୀପ ମହାନ୍ତି : - ମୁଖ୍ୟମନ୍ତ୍ରୀ ନବୀନ ମହିଳାମାନଙ୍କର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରାଇବା ସଂଗେସଂଗେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରି ଗଢ଼ିତୋଳିବା ନିମନ୍ତେ ରାଜ୍ୟରେ ଗଠନ କରିଥିଲେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ  । ଆଜି ଏହି ଗୋଷ୍ଠୀ ନିଶାମୁକ୍ତ ସମାଜ ଗଠନକୁ ନେଇ ଓହ୍ଲାଇ ଆସିଛନ୍ତି ରାଜରାସ୍ତାକୁ । 

             ଅକ୍ଟୋବର ୧୧ରେ ମୟୂରଭଞ୍ଜ ଜିଲା ବାରିପଦା ନିର୍ବାଚନ ମଣ୍ଡଳୀର ସାନକେରକୋ ପଂଚାୟତର ପ୍ରାୟ ୩୫ରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠୀ  ସଦସ୍ୟାମାନେ ନିଶାମୁକ୍ତ ସମାଜ ଗଠନ କରିବା ନିମନ୍ତେ ଏକ ସଂଘ ଗଠନ କରି ସଂଘର ସଭାପତି ମମତା ମହାନ୍ତ ଓ ସମ୍ପାଦିକା ବବିତା ମହାନ୍ତଙ୍କ ନେତୃତ୍ୱରେ ଶତାଧିକ ମହିଳା ନିଶାମୁକ୍ତ ସମାଜ ଗଠନ ନିମନ୍ତେ ବିଭିନ୍ନ ସ୍ଲୋଗାନ ସହିତ ହାତରେ ପ୍ଲେକାଡର଼୍ ଧରି ଏକ ର୍ୟାଲିରେ ବାରିପଦା ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାକୁ ଅବରୋଧ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକ ପତ୍ର ଜିଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ । ନିଶାମୁକ୍ତିଆନ୍ଦୋଳନ  ସଂଘର ସମ୍ପାଦିକା ବବିତା ମହାନ୍ତଙ୍କ କହିବା ଅନୁସାରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନଥିଲା ନିଶାମୁକ୍ତ ସମାଜର ଗଠନ । ନବ କୃଷ୍ଣ ଚୌଧୁରୀ ୧୯୫୬ରେ ନିଶା ନିବାରଣ ଆଇନ ପ୍ରଣୟନ କରିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ରାଜସ୍ୱ ଆଦାୟ ଲୋଭରେ ମଦକୁ ଗାଁ ଗାଁରେ ପହଁଚାଇ ଦେଇଛନ୍ତି । ଏଥି ସହିତ ଛତୁଫୁଟିଲା ଭଳି ସରକାରୀ ମଦ ଦୋକାନ ଯେତିକି ରହିଛି ତାର ଶହେଗୁଣା ଚୋରା ମଦ ଦୋକାନ ଚାଲିଛି । ବ୍ରାଉନସୁଗାର ଭଳି ମାରାତ୍ମକ ନିଶା କାରବାର ସହରରୁ ଯାଇ ମଫସଲରେ ତାର ସାମ୍ରାଜ୍ୟ ବିସ୍ତାର କଲାଣି । ପୁଣି ବିଭିନ୍ନ ସ୍ଥାନରେ ଗଞ୍ଜେଇ, ଅଫିମ, ଭାଙ୍ଗ, ହାଣ୍ଡିଆ ଓ ରସି ବିକ୍ରି ଚାଲିଛି । ଘରର ପୁରୁଷମାନେ ନିଶା ପାଇଁ ତାଙ୍କର ସମସ୍ତ ଆୟ ଉପାର୍ଜନକୁ ବ୍ୟୟ କରି ଦେଉଛନ୍ତି । ପିଲାମାନେ ମଧ୍ୟ ନିଶାଗ୍ରସ୍ତ ହେଉଛନ୍ତି । ଯାହା ଫଳରେ ପରିବାରରେ ନିଶାପାଇଁ ଅର୍ଥକୁ ନେଇ ଅଶାନ୍ତି, କଳହ ବୃଦ୍ଧି ପାଇବାଫଳରେ ଶାନ୍ତି ଭଙ୍ଗ ହେଉଛି । ପରିବାର ଭୋକ ଉପବାସରେ ଦିନ କଟାଉଛନ୍ତି । କେବଳ ଏତିକି ନୁହେଁ ଅପରାଧ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି । ଚୋରୀ, ଛିନ୍ନତାଇ ଆଦି ନିତିଦିନିଆ ଘଟଣାରେ ପରିଣତ ହେବା ପଛରେ ଏହି ନିଶା ରହିଛି । ସ୍ଥଳ ବିଶେଷରେ କେତେକ  ନିଶାଶକ୍ତ ବ୍ୟକ୍ତି ନାବାଳିକା ହେଉ ଅଥବା ବୃଦ୍ଧା ସେମାନଙ୍କ ସହିତ ବଳପୂର୍ବକ  ଦୁଷ୍କର୍ମ କରୁଛନ୍ତି । ପୁଲିସ ଓ ଅବକାରୀ ବିଭାଗ ଚୋରା ନିଶାକାରବାର ପ୍ରତି ଆଖି ବନ୍ଦ କରିଦେଇଛି । ବିଭିନ୍ନ ସମୟରେ ନିଶାମୁକ୍ତ ସମାଜ ଦାବି ନେଇ ଆନ୍ଦୋଳନ କରାଯାଉଥିଲେ ମଧ୍ୟ ଏହାର ପ୍ରଭାବ ସରକାରଙ୍କ ଉପରେ ପ୍ରତିଳିତ ହେବା ପରି ମନେହେଉ ନାହିଁ । ଆମେ ସାଧାରଣ ଜନତା ସବୁ କଥା ସରକାରଙ୍କ ଉପରେ ନ୍ୟସ୍ତ କରି ନିଜ ସାମାଜିକ ଗୁରୁଦାୟିତ୍ୱରୁ ଖସିଯିବା ଉଚିତ ନୁହେଁ । ତେଣୁ ନିଜର ପରିବାର ସୁଖଶାନ୍ତି  ଫେରାଇଆଣିବା ସଂଗେସଂଗେ ପିଲାମାନଙ୍କର ଭବିଷ୍ୟତର ସୁରକ୍ଷା ନିମନ୍ତେ ଆମକୁ ଆଜି ରାଜ ରାସ୍ତାକୁ ଉହ୍ଲାଇଆସିବା ନିମନ୍ତେ ସରକାର ବାଧ୍ୟ କରିଛି । ଆମେ ଆମର ଦାବିକୁ ପୂରଣ କରିବୁ , ଏଥି ନିମନ୍ତେ ଯେକୌଣସି ମୂଲ୍ୟ ଦେବାକୁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛୁ ବୋଲି ଶ୍ରୀମତୀ ମହାନ୍ତ କହିଥିଲେ । 

 

0
0
0
s2sdefault