ହେଡଲାଇନସ୍:

ଶ୍ରୀବାଣୀକ୍ଷେତ୍ରରେ ଶ୍ରୀଜିଉଙ୍କ ରାଜ ରାଜେଶ୍ୱର ବେଶ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

23-07-18-kiit.jpg - 115.69 kBଭୁବନେଶ୍ୱର, : ପ୍ରତିବର୍ଷପରି ଚଳିତବର୍ଷ କିସ୍ ପରିସରସ୍ଥ ଶ୍ରୀବାଣୀକ୍ଷେତ୍ର ମନ୍ଦିର ପ୍ରାଙ୍ଗଣରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ଶୁଭଦ୍ରାଙ୍କ ସୁନାବେଶ ସୁରୁଖୁରୁରେ ସଂପନ୍ନ ହୋଇଯାଇଛି । ସହସ୍ରାଧିକ ଶ୍ରଦ୍ଧାଳୁ  ରାଜ ରାଜେଶ୍ୱର ବେଶରେ ତିନି ଠାକୁରଙ୍କ ଭବ୍ୟ ଆଉ ଦିବ୍ୟ ରୂପ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ |

ଏଠାରେ ତିନିଠାକୁରଙ୍କ ବାହୁଡ଼ା ଯାତ୍ରା ମଧ୍ୟ ମହାଆଡ଼ମ୍ବରରେ ସଂପନ୍ନ ହୋଇଥିଲା । ବାହୁଡ଼ା ପରଦିନ ଗୁଣ୍ଡିଚା ମନ୍ଦିରରୁ ଠାକୁରମାନେ ଫେରିବା ପରେ ଶ୍ରୀବାଣୀକ୍ଷେତ୍ରରେ ପ୍ରତିବର୍ଷ ସୁନାବେଶ ଆୟୋଜିତ ହୋଇଥାଏ ।  ଠାକୁରଙ୍କ ସୁନାବେଶ ଦେଖିବା ପାଇଁ ବହୁ ଭକ୍ତ ସମାଗମ ହୋଇଥିଲା । ଠାକୁରମାନଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଆଦି ଦିଆଯାଇ ସୁନାବେଶ ବା ରାଜାଧିରାଜ ବେଶ କରାଯାଇଥାଏ । ଭକ୍ତମାନେ ଆଜି ଠାକୁରମାନଙ୍କ ସ୍ୱର୍ଣ୍ଣ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ଦେଖିବାର ସୁଯୋଗ ପାଇଥିଲେ । ସୁନାବେଶରେ ସାଧାରଣତଃ ଠାକୁରମାନଙ୍କର ଶ୍ରୀପୟର, ଶ୍ରୀଭୂଜ, ଶ୍ରୀ କିରିଟି, ସୂର୍ଯ୍ୟ, ଚନ୍ଦ୍ର, ମାଳି, ତିଳକ, ଚନ୍ଦି୍ରକା, ଝୋବାକଣ୍ଠି ଓ ଆୟୁଧ  ଲାଗି କରାଯାଇଥାଏ । ପରମ୍ପରା ଅନୁସାରେ ଉପରୋକ୍ତ ବେଶମାନ ଠାକୁରଙ୍କଠାରେ ଶୋଭା ପାଇଥିଲା । ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଥିଲା । ଅପରାହ୍ନରେ ମହାପ୍ରଭୁଙ୍କ ଏହି ମହାବେଶ ଅତି ସୁନ୍ଦର ଭାବେ ପରିବେଶକୁ ଆଧ୍ୟାତ୍ମିକମୟ କରି ତୋଳିଥିଲା । ଏହି ଅବସରରେ ଶ୍ରୀବାଣୀକ୍ଷେତ୍ରରେ ଭଜନ ସମାରୋହ ମଧ୍ୟ ଅନୁଷ୍ଠିତ  ହୋଇଥିଲା ।

0
0
0
s2sdefault