ହେଡଲାଇନସ୍:

ବର୍ଷା ବିତ୍ପାତରେ ବୌଦ୍ଧ ଜିଲ୍ଲା ଉବୁଟୁବୁ, ସଡକ ,ବିଦ୍ୟୁତ  ଓ ଟେଲି ଯୋଗାଯୋଗ ବ୍ୟାହତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

24-07-18-simun.jpg - 158.49 kB

ବୌଦ୍ଧ (ସିମୁନ୍ ନାଏକ) ; ଗତ ୨ ଦିନ ଧରି ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ହରଭଙ୍ଗା ବ୍ଲକରେ ସାଧାରଣ ଜୀବନ ଯାତ୍ରା ଗଭିର ଭାବେ ପ୍ରଭାବିତ ହେବା ସହିତ ଜନଜୀବନ ଏକପ୍ରକାର ଠପ୍  ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ହରଭଙ୍ଗା ବ୍ଲକର ଚାରିଛକ ରୁ ଟିକରପଡା ପୁର୍ତ ରାସ୍ତା ର ବାଇଶପଡା , ଶଗଡିଆ, ଖୁଣ୍ଟପଡା, ସାଆଁପୁର ନାଳ, ଉଦଣ୍ଡି ଆଦି ନାଳରେ ପାଣି ରାସ୍ତା ଓ ପୋଲ ଉପର ଦେଇ ପ୍ରାୟ ୪-୫ ଫୁଟ ଉଚ୍ଚ ରେ ଦୀର୍ଘ ଘଣ୍ଟା  ଘଣ୍ଟା ଧରି ପ୍ରବାହିତ ହେବା ଯୋଗୁଁ ଶନିବାର ରାତି ଏହି ରାସ୍ତା ଦେଇ ଗମନା ଗମନ ଠପ୍ ହୋଇ ପଡିଥିଲା । ଅନ୍ୟପଟେ ମହାନଦୀ ପାଣି ତୁଡା ଦେଇ ନଦୀକୂଳ ଦେଇ ଯାଇଥିବା ବୌଦ୍ଧ ଠାରୁ ହରଭଙ୍ଗା ଜଗନ୍ନାଥ ସଡକର କୁଷ୍ନମୋହନପୁର, ହାଟଗାଁ, ସାମ୍ପୋଚ, ଲକ୍ଷ୍ମିନାଳ କୁଲିହାଁଖାଇ, ଖଉନାଳ, ମେଲିଆମୁଣ୍ଡା, ଭାଲୁକୋଣ,  ସାକୁଶିଙ୍ଗା, ପାଣିଘରା, ବୁଲୁରା, ଖଉନାଳ, ଅତଲସରା, ତୀରଡ, ମାରାଡା, କୁମାରୀ ଆଦି ନାଳ ଉପରେ ବନ୍ୟା ଜଳ ପ୍ରବାହିତ ହେବାରୁ ଏହା ମଧ୍ୟରେ ଥିବା ଗ୍ରାମ ଗୁଡିକ ଏକ ପ୍ରକାର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିଲା । ସେହିପରି ବୌଦ୍ଧ ଜିଲ୍ଲାର କଚେରୀ ପଡିଆ, ଜିଲ୍ଲା ମୁଖ୍ୟକାରାଗାର, ବସଷ୍ଟାଣ୍ଡ, ଏନଏସି ଅଫିସ୍ ସହ ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ ବିଦ୍ୟୁତ  ବିଭାଗୀୟ କନିଷ୍ଠ  ଯନ୍ତ୍ରୀଙ୍କ କାର୍ଯ୍ୟଳୟ ସମେତ ବ୍ଲକ, ତହସିଲ , କୃଷି ବିଭାଗ ଓ ପୁରୁଣାକଟକ ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସେବା ସମବାୟ ସମିତି, କ୍ଷୁଦ୍ର ଜଳସେଚନ, ବନବିଭାଗ ଆଦି କାର୍ଯ୍ୟଳୟରେ ୨-୩ ଫୁଟ ପାଣି ଭର୍ତି ହୋଇଯିବାରୁ ନାହିଁନଥିବା ସମସ୍ୟା ଉପୁଜିଥିଲା । ସେହିଭଳି ତିଲେଶ୍ୱର ଗ୍ରାମର ହୃଷିକେଶ ପ୍ରଧାନ, ଯଦୁନାଥ ରଣା ଓ ହରଭଙ୍ଗା ଗ୍ରାମର ସୁରୁବୁଢା ବେହେରା ଙ୍କ ସମେତ ପ୍ରାୟ ୨୫ ରୁ ଉର୍ଦ୍ଧ ଲୋକଙ୍କ ଘର କାନ୍ଥ ମାଡି ବସିଥିବା ବେଲେ ବୁରୁବୁଡା ଗ୍ରାମର ରାଧା ନାଏକ, ଲୋକନାଥ ନାଏକ ଙ୍କ ଘର ଉପରେ ଏକ ମସ୍ତବଡ ଶିଶୁ ଗଛ ମାଡି ବସିଥିବା ଦ୍ୱାରା ଉଭୟଙ୍କ ଘର ବ୍ୟାପକ କ୍ଷତି ହୋଇଥିବା ଦେଖାଦେଇଛି । କେବଳ ଜନଜୀବନ ନୁହେଁ ଗୃହପାଳିତ ଗୋରୁ, ଗାଇ, ମଇଁଷି, ଛେଳି, ମେଣ୍ଢା ଆଦି ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିବା ଦେଖାଦେଇଥିଲା । ଅନ୍ୟପଟେ ଲଗାଣ ବର୍ଷା ଓ ପବନ ଯୋଗୁଁ ବିଦୁ୍ୟତ ଓ ଟେଲି ଯୋଗାଯୋଗ ସେବା ଦୁଇଦିନ ଧରି ଏକ ପ୍ରକାର ଅଚଳ ହୋଇପଡିଥିଲା । 

0
0
0
s2sdefault