ହେଡଲାଇନସ୍:

ସୁକିନ୍ଦାରେ ଡି.ଏମ୍.ଏଫ୍ ପାଣ୍ଠିରେ ମେଡିକାଲ୍ କଲେଜ କରିବାକୁ ପ୍ରଫୁଲ୍ଲ ଘଡେଇଙ୍କ ସରକାରଙ୍କୁ ପତ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପଦକ୍ଷେପ ପାଇ କୃତଜ୍ଞତା ଜଣାଇଲେ ସ୍ଥାନୀୟ ସଂଗଠନ  ଓ ଅଧିବାସୀ 

ଡୁବୁରୀ (ସନାତନ ମହାନ୍ତ) – ସୁକିନ୍ଦା  କଳିଙ୍ଗନଗର ଖଣିଖାଦାନ ଶିଳ୍ପାଂଚଳରେ ବିସ୍ଥାପନର ଦ୍ୱାହିରେ ଲୋକେ ଭିଟାମାଟି ହରାଇଲେ । ଚାଷ ଜମି ଏବଂ ଭବିଷ୍ୟତର ଦାନାପାଣି ଉଜୁଡିଲା । ୧୩ଜଣ ଆଦିବାସୀ ଚାଷି ସହିଦ୍ ହେଲେ । ବିଶେଷ କରି ଆଦିବାସୀ , କୁଡୁମୀ ସଂପ୍ରଦାୟର ଚାଷି ଆଜି ବେଘର ହୋଇଛନ୍ତି । ତା ବଦଳରେ ପ୍ରଦୁଷଣର ବିଷ ସମଗ୍ର କଳିଙ୍ଗନଗର ପରିବେଷକୁ ଗ୍ରାସ କରିଗଲା । ବାୟୁରେ ବିଷ , ଜଳରେ ଜହର ପାଇଁ ଲୋକେ ନାନା ରୋଗରେ ଆକ୍ରାନ୍ତ  ହେଉଛନ୍ତି । ଭବିଷ୍ୟତ ବଂଶଧର ଉନ୍ନତ ଚିକିତ୍ସା ସେବା ପାଇବାରୁ ବଂଚିତ । ସୁକିନ୍ଦା ଏବଂ ଦାନଗଦୀରେ ସର୍ବାଧିକ ଆଦିବାସୀ କୁଡୁମୀ ସଂପ୍ରଦାୟର ଯକ୍ଷ୍ମା , କ୍ୟାନସର୍ , କିଡନୀ , ମ୍ୟାଲେରିଆ , ଚର୍ମରୋଗୀ ରହିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଖରେ ସଂପୂର୍ଣ୍ଣ ତଥ୍ୟ ରହିଛି । ଆଜି ପର୍ଯ୍ୟନ୍ତ କଳିଙ୍ଗନଗରବାସୀଙ୍କ ପାଇଁ ସାମାନ୍ୟ ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା ହୋଇ ପାରିଲା ନାହିଁ । ଟାଟା ମେଡିକାଲ  ହେଉଛି କେବଳ ଧନୀଙ୍କ ଗୋଷ୍ଠୀଙ୍କ ପାଇଁ | ସାଧାରଣ ନିର୍ମାଣ  ଶ୍ରମିକଟିଏ ତା ପାଖକୁ ଯାଇ ପାରୁନି ଅର୍ଥ ଅଭାବରୁ । ପ୍ରଦୁଷଣ ମୁକ୍ତପରିବେଶ ନାଗରିକର ଅଧିକାର ହୋଇଥିଲେ ମଧ୍ୟ ଏଠାରେ ଲୋକେ ବିସ୍ଥାପନର ବୋଝ ବୋହି ରୋଗକୁ ପ୍ରତି ବଦଳରେ ପାଇଛନ୍ତି । ଯା ହେଉ ବହୁ ଦିନପରେ ପୂର୍ବତନ ସ୍ୱ୍ୟସ୍ଥ୍ୟ ମନ୍ତ୍ରୀ ଶ୍ରମିକ ନେତା ପ୍ରଫୁଲ୍ଳ ଘଡାଇ ଆମ ନିର୍ମାଣ ଶ୍ରମିକଙ୍କ ଦୁଃଖ ବୁଝି ଡି.ଏମ୍.ଏଫ୍ ପାଣ୍ଠିରେ ମେଡିକାଲ କଲେଜ୍ ସୁକିନ୍ଦା କଳିଙ୍ଗନଗରରେ ହେଉ ବୋଲି ମୁଖ୍ୟ ଶାସନ ସଚିବ , ଇସ୍ପାତ ଓ ଖଣି ମନ୍ତ୍ରୀ , ସ୍ୱ୍ୟାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ସମେତଉଭୟ  ବିଭାଗର ସଚିବଙ୍କୁ ଚିଠି ଲେଖିବା ପଦକ୍ଷପଙ୍କୁ ସୁକିନ୍ଦାବାସୀ ସ୍ୱାଗତ ଜଣାଇଛନ୍ତି । ସୁକିନ୍ଦାରେ ପର୍ଯ୍ୟପ୍ତ ପରିମାଣରେ ସରକାରୀ ଜମି ରହିଅଛି ଏକଥା ସରକାରଙ୍କୁ ଜଣା । ଯଥ ଶିଘ୍ର ଜମି ଚିହ୍ନଟ କରାଯାଉ ବୋଲି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ  ମନ୍ତ୍ରୀ , ଶ୍ରମିକ ନେତାଙ୍କ ସୁପୁତ୍ର ବିଧାୟକ ଇଂ ପ୍ରିତିରଞ୍ଜନ ଘଡାଇଙ୍କୁ ସୁକିନ୍ଦାବାସୀଙ୍କ ତରଫରୁ ମାନବିକ ଅଧିକାରମଂଚ , ଓଡ଼ିଶା ରାଜ୍ୟ ସଭାନେତ୍ରୀ ଗୀତାଞ୍ଜଳୀ ମହାନ୍ତ , ବିସ୍ଥାପିତ ଓ କ୍ଷତିଗ୍ରସ୍ଥ ଉନ୍ନୟନ କମିଟି ଉପଦେଷ୍ଟା ଶମ୍ଭୁନାଥ ମହାନ୍ତ , ସଂପାଦକ ପୂର୍ଣ୍ଣଚନ୍ଦ୍ର ସଏ , ସଭାପତି ପୁଷ୍ପଲତା ଉଗ୍ରସୁଣ୍ଡି ଓ କଳିଙ୍ଗ ସେନା ଯାଜପୁର ଜିଲ୍ଲା ସାଧାରଣ ସଂପାଦକ ଯଦୁମଣୀ ମହାନ୍ତଙ୍କ ତରଫରୁ ଦୃଢ ଦାବୀ ହେଉଅଛି । 

 

 

 

0
0
0
s2sdefault