ନାରୀ ଗାଁ ଚନ୍ଦନ ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଯାଜପୁର,(ଜୟଶଙ୍କର ଦାଶ)  : ପାରମ୍ପରିକ ରୀତି ନିତି ଅନୁସାରେ ନାରୀ ଗାଁ ସ୍ଥିତ ଚନ୍ଦନ ଶ୍ରୀକ୍ଷେତ୍ରର ଜଗନ୍ନାଥ ମହାପ୍ରଭୁଙ୍କର ବାହୁଡା ଯାତ୍ର ରବିବାର ଆନନ୍ଦ ଊଲ୍ଲାସ ମଧ୍ୟରେ ସଂପନ୍ନ ହୋଇଚ୍ଥି ।   ଜନଗହଳି ମଧ୍ୟରେ ୭ ଦିନ ଧରି ଜନ୍ମ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ମାନେ ରହିବା ପରେ ରତ୍ନ ବେଦୀକୁ ପ୍ରତ୍ୟାବର୍ତ୍ତନ କରିଚ୍ଥନ୍ତି ।  ପ୍ରବଳ ବର୍ଷା ସତ୍ୱେ ବିରିପଟା ଠାରୁ ନାରୀ ଗାଁ ପର୍ଯ୍ୟନ୍ତ ଦୀର୍ଘ ପଥରେ ହଜାର ହଜାର ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଶ୍ରୀ ଜୀଊ ମାନଙ୍କ ରଥକୁ ଆନନ୍ଦ  ଓ ଆବେଗ ମଧ୍ୟରେ ଟାଣି ନେଇଥିଲେ ।  ମନ୍ଦିରର ପ୍ରତିଷ୍ଠାତା  ଡକ୍ଟର ଶଶଧର ମେଦିନ ସିଂହ ମହାପାତ୍ରଙ୍କ ଅନୁଜ ତଥା ଶ୍ରୀ ଜଗନ୍ନାଥ ସେବା ସଂସ୍ଥାର ସଂପାଦକ ଘନଶ୍ୟାମ ରାୟ ବାହୁଡା ଯାତ୍ରାରେ ଚ୍ଥେରା ପହଁରା କରିଥିଲେ ।  ଘଣ୍ଟ, ଘଣ୍ଟା, ଧ୍ୱନୀ, ହରିବୋଲ, କୀର୍ତ୍ତନ  ଓ ନୃତ୍ୟର ତାଳେ ତାଳେ ଠାକୁର ମାନଙ୍କୁ ପହଣ୍ଡି ପରେ ଜଗନ୍ନାଥ ମନ୍ଦିର ନିକଟକୁ ଅଣାଯାଇଥିଲା ।  ସୋମବାର ଶ୍ରାବଣ ଏକାଦଶୀରେ ସୁନାବେଶ ଅନୁଷ୍ଠିତ  ହେବା ପରେ ଚତୁର୍ଦ୍ଧା ମୂତ୍ତିଙ୍କୁ ରତ୍ନ  ସିଂହାସନରେ ଊପବିଷ୍ଟ କରାଯିବ ।  ଶୃଙ୍ଖଳିତ ଯାତ୍ରା ପରିଚାଳନା ପାଇଁ  ଅନୁଷ୍ଠାନର ସଭାପତି ଶିକ୍ଷାବିତ୍ ସୁବାଷ ଚନ୍ଦ୍ର ରାଊତ, ପୂର୍ବତନ ସଭାପତି ରମେଶ ଚନ୍ଦ୍ର ରାଊତ, ଅକ୍ଷୟ ଧଳ, ପ୍ରମୋଦ ସ୍ୱାଇଁ, ନରେନ୍ଦ୍ର ରାଊତ, କ୍ଷୀରୋଦ ନାୟକ, ଚିତ୍ତ ରଂଜନ ନାୟକ, ପ୍ରହ୍ଲାଦ ମଲ୍ଳିକ, ମନୋରଂଜନ  ଧଳ, ବୃନ୍ଦାବନ ବେହେରା, ତପନ କୁମାର ନାଥ, ଅଶୋକ ସାମଲ, ବିକ୍ରମ ଦାସ ପ୍ରମୁଖ ସହଯୋଗ କରିଥିଲେ ।  ଅନ୍ୟପରେ ମଙ୍ଗଳପୁର ପୋଲିସ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ବିଭିନ୍ନ ସ୍ୱେଚ୍ଚ୍ଥାସେବୀ ସଂଗଠନ, ବିରିପଟା ଓ ନାରୀ ଗାଁ ଗ୍ରାମବାସୀ ମାନେ  ପୂର୍ଣ୍ଣ ସହଯୋଗ କରିଥିଲେ ।  

0
0
0
s2sdefault