ବଲାଙ୍ଗୀର /ନିରୋଜ ମିଶ୍ର :,ଭାରତ ସରକାର ଙ୍କ ପ୍ରତିରକ୍ଷା ବିଭାଗ ଅଧୀନ ରେ ଥିବା ଓଡିଶାର ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନା ରେ ଦୁର୍ନୀତି ଚରମସୀମାରେ ପହଂଚିଥିବା ସତ୍ୱେ କେନ୍ଦ୍ରସରକାର କୌଣସି ପ୍ରକlର ପଦକ୍ଷେପ ନ ନେଉଥିବାରୁ ଏହି ଗୋଳାବାରୁଦ କାରଖାନାରେ କାର୍ଯ୍ୟରତ ଦୁର୍ନୀତିଗ୍ରସ୍ତ ଅଫିସର ବିନା ଭୟରେ କୋଟ,କୋଟି ଟଙ୍କା କ୍ୟାସ ପରଚେଜ ଓ ଏଲ.ପି.ସି ପରଚେଜ କରି କେନ୍ଦ୍ର ସରକାର ଓ ଓଡିଶା ସରକାରଙ୍କ ସେଲ ଟ୍ୟାକ୍ସ ଓ ଭ୍ୟlଟ ଟ୍ୟାକ୍ସ ,ତଥା ଜି.ଏସ.ଟି ଆଦି ରେ ଲକ୍ଷ ଲକ୍ଷ ଟଙ୍କl ହରlଇଆସୁଛନ୍ତି l ଏହି ଦୁର୍ନୀତି ଗ୍ରସ୍ତ ଅଫିସର ମାନେ ରାୟପୁର ଛତିଶଗଡ଼ ଏବଂ କଲିକତା ରୁ କମ ମୂଲ୍ୟରେ ଆଣି ଅତ୍ୟଧିକ ଚଢାଦରରେ ନିଜ ପରିଚିତ ଆତ୍ମୀୟ ବନ୍ଧୁମାନଙ୍କ ଜରରେ ଏ ସବୁ ସାମଗ୍ରୀ ଯୋଗାଇ ଥାନ୍ତି l ଯଦ୍ୱାରା ଓଡିଶା ସରକାରଙ୍କ ସମସ୍ତ ଟିକସ ଟଙ୍କl କ୍ଷତି ହୋଇଥାଏ ଓ ଅଫିସର ମାନେ ମlଲା ମାଲ ହୋଇ ଆସୁଛନ୍ତି l ଏଠାରେ ଲେବର ୱର୍କ୍ସ ମଧ୍ୟ କ୍ୟାସ ପରଚେସ ଓ ଏଲ ପି ସି ପରଚେସ ଅରଡର ରେ ବିଭିନ୍ନ କାମ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ହରି ଲୁଟ କରାଯାଉଥିବା ଉଚ୍ଚ ଅଧିକାରି ଜାଣି ବି ନିରବଦ୍ରଷ୍ଟା l ଶ୍ରମିକଙ୍କ ଜାଲ ନାମ ଜାଲ କାଗଜପତ୍ର କରି ଚାଲିଛନ୍ତି l ଜଣେ ଅଧୀକାରୀ ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି ଯେ ଏହି କ୍ୟାସ ପର ଚେଜ ଅତ୍ୟନ୍ତ ଜରୁରୀ କାଳୀନ ସ୍ତିତି ରେ କରାଯିବl ଉଚିତ l ଏହି ନିୟମ ର ଖୋଲା ଖୋଲି ଉଲ୍ଲଙ୍ଘନ ନେଇ ସି .ବି.ଆଈ,ଓ ସି.ଏ.ଜି ତଦନ୍ତ ଆବଶ୍ୟକ l ବିଗତ ଦିନରେ ଗୋଳାବାରୁଦ କାରଖାନା ରେ ଦୁଈ ସହ କେଜି ର ପିତଳ ଷ୍ଟ୍ରିପ ଓ ଚାରି କୁଣ୍ଟାଲ ତମ୍ବା ଷ୍ଟ୍ରିପ ତ୍ରିସ୍ତରୀୟ ସୁରକ୍ଷା ବଳୟ ରୁ କାଠ ବକ୍ସ ଗୁଡିକ ରେ ଡେଂଜର ବିଲଡିଂ ନ ୨ଶହ ବାର ରୁ ଚୋରି ହେବା ସଇଁତଳା ଥାନା କେଶ ନ ଏକଚାଲିସ ଅନୁଯାଇ ରୁଜୁ ହୋଇଛି l ହେଲେ ଆଜି ସୁଦ୍ଧା ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ l ଗୋଳାବାରୁଦ କାରଖାନା ର ଜଣେ ବଣିଆ ଉଚ ଅଧିକାରୀ ଙ୍କ ହାତ ଥିବା ଚର୍ଚା ହେଉଛି l ସେପରି ଦୁଈ ହଜାର ପନ୍ଦର ଏପ୍ରିଲ ତିରିଶ ତାରିଖ ରେ ଭୟାବହ ଅଗ୍ନିକାଣ୍ଡ ଓ ଏପ୍ରିଲ ପଚିଶ ତାରିଖ ଦୁଈ ହଜାର ଷୋହଳରେ ୟୁନିଟ ପନ୍ଦର ସ୍ତିତ ରୁଷିଆ ରୁ ଆସିଥିବା କେମିକାଲ ଗୋଦାମରେ ନିଆଁ ଲାଗି ପ୍ରତିରକ୍ଷାବିଭାଗ ର କୋଟି କୋଟି ଟଙ୍କା କ୍ଷତି ହୋଇଥିଲେ ମଧ୍ୟ ଏଠାକାର କୌଣସି ଉଚ ଅଧିକାରୀ ଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ଅବା ତଦନ୍ତ ହୋଇନି l ଏତେବଡ ଅଭିଯୋଗ ହେଉଥିବା ବେଳେ ଏହାର ନିରପେକ୍ଷ ତଦନ୍ତ ହେବ ଆବଶ୍ୟକ | ନେଇ ଚର୍ଚା ହେଉଛି l ଏଥିପ୍ରତି ପ୍ରତିରକ୍ଷା ବିଭାଗ ,ମନ୍ତ୍ରୀ ଓ ଗୃହମନ୍ତ୍ରୀ ଓ ଓଡିଶା ମୁଖ୍ୟମନ୍ତ୍ରୀ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି l