ହେଡଲାଇନସ୍:

ଅଙ୍ଗନବାଡି କେନ୍ଦ୍ରରୁ ତାଲା ଭାଙ୍ଗି ଚୋରି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

23-07-18-anga.gif - 267.85 kB

ପଦ୍ମପୁର(ନୀଳ ଦୀପ ) - ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନଂ -୪ର ଅଙ୍ଗନବାଡି କେନ୍ଦ୍ରରୁ ଗତ ରବିବାର ରାତ୍ରି ସମୟରେ ଦୃବୁର୍ତମାନେ ତାଲା ଭାଙ୍ଗି ଭିତରେ ଥିବା ଜିନିଷପତ୍ର ଚୋରି କରି ନେଇଥିବା ଅଭିଯୋଗ ହୋଇଛି  । ଏ ନେଇ ଆଙ୍ଗନବାଡି କର୍ମୀ ଗୀତା ବହିଦାର ସୋମବାର ଦିନ ପଦ୍ମପୁର ଥାନାରେ ଲିଖିତ ଅଭିଯୋଗ ଜଣାଇଛନ୍ତି  । ଲିଖିତ ଅଭିଯୋଗ ଅନୁଯାୟୀ, ରବିବାର ରାତିରେଚୋରମାନେ ସ୍ଥାନୀୟ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ·ଲୁଥିବା ଅଙ୍ଗନବାଡି କେନ୍ଦ୍ରରୁ ଚୋର ମାନେ ଭିତରେ ଥିବା ଆଲମିରା ଭାଙ୍ଗି ସେଥିରେ ଥିବା ବିଭିନ୍ନ କାଗଜପତ୍ର ତଥା ଛୋଟ ପିଲାମାନଙ୍କ ପାଇଁ ଉଦ୍ଧିଷ୍ଟ ଖେଲଣା ପୋଡି ଦେବା ସହିତ ·ଉଲ, ଦାଲି ଓ ଛତୁଆ ଆଦି ଜିନିଷ ଚୋରଇ ନେଇଛନ୍ତି  । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୱାର୍ଡ ନଂ- ୪ର ଆଙ୍ଗନବାଡି କେନ୍ଦ୍ର ଦୀର୍ଘ ୬ ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଥିବାରୁ ଏହି କେନ୍ଦ୍ର ବାଳକ ବିଦ୍ୟାଳୟର ଏକ ଶ୍ରେଣୀଗୃହ ମଧ୍ୟରେ ଅସ୍ଥାୟୀ ରୁପେ ଚାଲି ଆସୁଛି  । ଏ ବିଷୟରେ ରାଜବୋଡାସମ୍ବର ବିଡିଓ ଏବଂ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷଙ୍କୁ ପଡାବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହି କେନ୍ଦ୍ରକୁ ସମ୍ପୁର୍ଣ୍ଣ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ  । ଏହା ଫଳରେ ଆଙ୍ଗନବାଡି କେନ୍ଦ୍ରକୁ ଆସୁଥିବା ଛୋଟ ଛୋଟ ଛୁଆମାନଙ୍କୁ ଖାଇବା ପିଇବା ସହ ପାଠପଢାରେ ମଧ୍ୟ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି  । ଏଥି ସହିତ ବାଳକ ଉ.ପ୍ରା. ବିଦ୍ୟାଳୟ ନିକଟରେ ଥିବା ବ୍ରାହ୍ମଣି ବନ୍ଧର ହିଡ ଏବେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳିରେ ପରିଣତ ହୋଇଥିବାରୁ ଏହି ଅଂଚଳରେଚୋରି  ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି  । ଅପରାହ୍ନ ୭ଟାରୁ ବିଳମ୍ବିତ ରାତ୍ରି ଯାଏଁ ଏଠାରେ କିଛି ଅସାମାଜିକ ଯୁବକ ଆଡ୍ଡା ଜମାଇବା ସହିତ ମଦ, ଗଂଜେଇ, କଫ ସିରଫ, ନିଶା ଟ୍ୟାବଲେଟ ଭଳି ନିଶା ବ୍ୟବହାର କରି ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରୁଥିବା ପଡାବାସୀ ଅଭିଯୋଗ କରିଛନ୍ତି  । ସଂଧ୍ୟା ହେଲା ମାତ୍ରେ ମହିଳାମାନେ ମଧ୍ୟ ଏହି ଅଂଚଳକୁ ଯିବା ପାଇଁ ଭୟ ମନେ କରୁଛନ୍ତି  । ପଦ୍ମପୁର ପୋଲିସ ଏଥି ପ୍ରତି ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି  ।

0
0
0
s2sdefault