ହେଡଲାଇନସ୍:

ଏମ୍ସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

09-06-18-ganaeshi-laal-w.jpg - 22.07 kB

ଭୁବନେଶ୍ୱର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପରିଦର୍ଶନ କରିଥିଲେ । ବିଭିନ୍ନ ୱାଡର଼୍ ବୁଲିବା ସହ ଚିକିତ୍ସାଧୀନ  ରୋଗୀମାନଙ୍କ ସହ କଥାବାର୍ତ୍ତା କରିଥିଲେ । ଏମ୍ସରେ ଉପଲବ୍ଧ ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ସଂପର୍କରେ ପଚାରି ବୁଝିଥିଲେ ।

ରାଜ୍ୟପାଳ ପ୍ରଫେସର ଲାଲ ଏମ୍ସରେ କାର୍ଯ୍ୟରତ ଡ଼ାକ୍ତରମାନଙ୍କ ସହ ଏକ ପୃଥକ ବୈଠକରେ ଯୋଗ ଦେଇଥିଲେ । ଉଚ୍ଚମାନର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏମ୍ସର ସ୍ୱତନ୍ତ୍ର ପରିଚୟ ଓ ପ୍ରତିଷ୍ଠା  ରହିଛି । ଏହା ବଜାୟ ରଖିବା ସହିତ ସମପି ର୍ତ ସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ରାଜ୍ୟପାଳ ଡ଼ାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସଙ୍ଗୀତର ବିପୁଳ ଶକ୍ତି ଓ ସାମର୍ଥ୍ୟ ରହିଛି । ମଣିଷର ଦୁଃଖ ଓ କଷ୍ଟ ଲାଘବରେ ଏହା ଉପକାରୀ ସାବ୍ୟସ୍ତ ହୋଇଛି । ଚିକିତ୍ସା  କ୍ଷେତ୍ରରେ ଏହାର ପ୍ରୟୋଗ କରାଯାଇପାରିବ । ଅନ୍ତତଃ ପ୍ରାତଃ କାଳରେ ରୋଗୀମାନଙ୍କ ପାଇଁ ମଧୁର ସଙ୍ଗୀତର ବ୍ୟବସ୍ଥା କରିବାପାଇଁ ରାଜ୍ୟପାଳ ପରାମର୍ଶ ଦେଇଥିଲେ ।

ଏମ୍ସ ନିର୍ଦ୍ଦେଶିକା  ସଂସ୍ଥାନ ସଂପର୍କରେ ବିସ୍ତୃତ ତଥ୍ୟ ଓ ସୂଚନା ପ୍ରଦାନ କରିଥିଲେ । ନାଲକୋ  ସହଯୋଗରେ ଏମ୍ସ ପରିସରରେ ୨୬କୋଟି ଟଙ୍କା ବିନିଯୋଗରେ ୫୦୦ ଶଯ୍ୟାବିଶିଷ୍ଟ ଏକ ଧର୍ମଶାଳା ରୋଗୀ ତଥା ଆଟେଡ଼ାଂଟଙ୍କ ସୁବିଧା ନିମନ୍ତେ ନିର୍ମାଣ କରାଯାଉଛି । ସେହିପରି ଏନଟିପିସି  ତରଫରୁ ବର୍ଣ୍ଣସେଣ୍ଟର ନିର୍ମାଣ କରାଯିବ । ଏମ୍ସର ସଂପ୍ରସାରଣ ନିମନ୍ତେ ଆହୁରି ଜାଗା ଦରକାର ଓ ଏଥିପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ନିର୍ଦ୍ଦେଶିକା  ସୂଚନା ଦେଇଥିଲେ । 

 

0
0
0
s2sdefault