ହେଡଲାଇନସ୍:

ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ହଜାର ପୋଷ୍ଟ କାର୍ଡ : କ୍ଷୁଦ୍ରଦାନା ଶସ୍ୟକୁ ପିଡିଏସରେ ସାମିଲ କରିବା ଓ ଅନ୍ୟାନ୍ୟ ଦାବୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ କୁମାର ସାହୁ) ଆଦିବାସୀ ମାନଙ୍କ ପ୍ରମୁଖ ଖାଦ୍ୟ ହେଉଛି ମାଣ୍ଡିଆ, ସୁଆଁ, କାଙ୍ଗୁ, ବାଜରା, ଖେଡଜନା ପ୍ରଭୃତି କ୍ଷୁଦ୍ରଦାନା ଶସ୍ୟ । ଯାହାର ବର୍ତମାନ ସୁଧା ସରକାରୀ ସ୍ତରରେ ବଜାର ସୁବିଧା ନାହିଁ ବା ଏହି କ୍ଷୁଦ୍ର ଶସ୍ୟକୁ ସରକାର ପିଡିଏସରେ ସାମିଲ କରି ନାହାଁନ୍ତି । ବର୍ତମାନ ଏହି କ୍ଷୁଦ୍ର ଶସ୍ୟକୁ ପିଡିଏସ ବ୍ୟବସ୍ଥାରେ ସାମିଲ କରିବାକୁ ଦାବୀ ଆରମ୍ଭ ହେଲାଣି । “ମିଲେଟ ନେଟୱାର୍କ ଅଫ ଇଣ୍ଡିଆ” (ମିନି) ତରଫରୁ ସାରା ଭାରତରେ ପୁଷ୍ଟିକର ନିରାପତା ନିମନ୍ତେ କ୍ଷୁଦ୍ରଦାନା ଶସ୍ୟକୁ ପୋଷଣ ଆଭିଯାନ ଜାତୀୟ ପୁଷ୍ଟିକର ମିଶନରେ ସାମିଲ ହେବା ସହ ସ୍ୱତନ୍ତ୍ର ଆଭିଯାନ ଆରମ୍ଭ କରିଛି । “ମିନି” ଦାବୀ କରିଛି ଯେ, ପ୍ରମୁଖ ଖାଦ୍ୟରେ କେଲୋରୀ ସମସ୍ୟା, ଆଣପୁଷ୍ଟିସାରର ଅଭାବ, ଅପପୃଷ୍ଟି, ପ୍ରକ୍ରିୟାକରଣ ଖାଦ୍ୟାମାତ୍ରା ବୃଦ୍ଧି, କୃଷିକୁ ଇଣ୍ଡଷ୍ଟ୍ରି ଭାବରେ ମାନ୍ୟତା ମିଳିବା ଓ କୃଷକ ଆନେ୍ଦାଳନ ଇତ୍ୟାଦି ନୀତି ପ୍ରଣୟନକାରୀ ମାନଙ୍କୁ ବିଶେଷ ଆକର୍ଷଣ କରିପାରୁନାହିଁ । ଦେଶରେ ଆଂଚଳିକ ଭିତିରେ ପୁଷ୍ଟିସାରରେ ଆଂଚଳିକ ବୈଷମତାରେ ମଧ୍ୟ ସମସ୍ୟା ରହିଛି । ନିକଟରେ ଯେଉଁ ନୀତିରେ ପରିବର୍ତନ ହୋଇଛି, ତାହା ମଧ୍ୟ ଏହି ସବୁ କ୍ଷେତ୍ରରେ ଯେଉଁ ଅଧୋଗତି ଦେଖାଯାଉଛି, ସେଥିରେ ବିଶେଷ ଲାଭ ହେଉନଥିବା ଉଲ୍ଲେଖ କରିଛି । “ମିନି” ଆହୁରି ଉଲ୍ଲେଖ କରିଛି ଯେ, ଭାରତରେ ବିଶେଷ ଭାବରେ ଅଧିକ କେତେକ ପ୍ରମୁଖ ଖାଦ୍ୟକୁ ଖାଦ୍ୟ ଭାବରେ ଗ୍ରହଣ କରୁଛନ୍ତି କିନ୍ତୁ କେତେ ଅଣୁପୁଷ୍ଟିର ଆଭାବକୁ ଗୁରୁତ୍ୱ ଦିଆଯାଉନାହିଁ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣ ରିପୋର୍ଟ ଅନୁଯାୟୀ ୨୦୨୧ ଅକ୍ଟୋବର ୧୪ ସୁଦ୍ଧା ଭାରତରେ ୧୭.୭୬ ଲକ୍ଷ ଶିଶୁ ଅତ୍ୟଧିକ ଅପପୃଷ୍ଟିର ଶିକାର ହୋଇଥିବା ବେଳେ ୧୫.୪୬ ଲକ୍ଷ ଶିଶୁ ସାଧାରଣ ଭାବରେ ଅପପୃଷ୍ଟିର ଶିକାର ହୋଇଛନ୍ତି । ଏଣୁ କ୍ଷୁଦ୍ରଦାନା ଶସ୍ୟରେ ଆମ ଦୈନନ୍ଦିନ ଖାଦ୍ୟରେ ଆବଶ୍ୟକ ହେଉଥିବା ଅଣୁପୃଷ୍ଟି ଗୁଡିକ ଭରି ରହିଛି ଏବଂ ଆମର ଖାଦ୍ୟ ଗ୍ରହଣରେ ଯାହା ଅଭାବ ରହିଛି ତାକୁ ଏହି କ୍ଷୁଦ୍ରଦାନା ଶସ୍ୟ ଦ୍ୱାରା ପୂରଣ ହୋଇପାରିବା ବୋଲି ଆସ୍ତେ ଆସ୍ତେ ଧାରଣା ହେଲାଣି । ଏହି କ୍ଷୁଦ୍ରଦାନା ଶସ୍ୟକୁ ପୁଷ୍ଟି ଯୁକ୍ତ କରିବା ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ)ରେ ସାମିଲ କରିବା ପାଇଁ ଦାବୀ ହେଉଛି । “ମିନି” କରିଥିବା ଦାବୀ ଗୁଡିକ ମଧ୍ୟରେ ଜାତୀୟ ଖାଦ୍ୟ ନିରାପତା ଆଇନରେ ସାଧାରଣ ଖାଦ୍ୟ ବଣ୍ଟନରେ କ୍ଷୁଦ୍ରଦାନା ଶସ୍ୟକୁ ସମିଲ କରିବା ନେଇ ସରକାର ଯେଉଁ ପ୍ରତିଶୃତି ଦେଇଛନ୍ତି ତାହାକୁ କାର୍ଯ୍ୟକାରୀ କରିବା, ଆଇ.ସି.ଡି.ଏସ କାର୍ଯ୍ୟକ୍ରମରେ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ଯୋଗାଣରେ ୬ ବର୍ଷରୁ କମ ବୟସର ଶିଶୁ, ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମାଆ ମାନଙ୍କର ଖାଦ୍ୟରେ ଭିନ ଭିନ ପ୍ରକାର କ୍ଷୁଦ୍ରଦାନା ଶସ୍ୟକୁ ଖାଦ୍ୟ ପ୍ରସ୍ତୁତିରେ ସାମିଲ କରି ଅତିରିକ୍ତ ପୁଷ୍ଟିକର ଖାଦ୍ୟ ଭାବରେ ସେମାନଙ୍କୁ ଯୋଗାଇ ଦେବା, ଆଇ.ସି.ଡି.ଏସ ଯୋଜନା ମାଧ୍ୟମରେ କିଶୋରୀ ବାଳିକା ଏବଂ ମହିଳା ମାନଙ୍କ ମଧ୍ୟରେ କ୍ଷୁଦ୍ରଦାନାର ପୃଷ୍ଟିତତ୍ୱ, ଓ ଏହାର ଗୁଣବତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା, କ୍ଷୁଦ୍ରଦାନା ଶସ୍ୟର ସର୍ବନିମ୍ନ ଦର ନିର୍ଦ୍ଧାରଣ କରିବା, କ୍ଷୁଦ୍ରଦାନା ଶସ୍ୟର ମଣ୍ଡି କରିବା, ଓ କ୍ଷୁଦ୍ରଦାନା ଶସ୍ୟର ଫସଲ ବୀମା କରିବା ଦାବୀ ନେଇ ସାରା ଭାରତରେ ଥିବା ରାଜ୍ୟ ଆନ୍ଧ୍ରପ୍ରଦେଶ, ଓଡିଶା, କର୍ଣ୍ଣାଟକ, ତାମିଲନାଡୁ, ଗୁଜୁରାଟ, ହିମାଚଳ ପ୍ରଦେଶ, ଓ ନାଗାଲାଣ୍ଡ ରାଜ୍ୟରୁ ଜାତୀୟ ଅଭିଯାନ କାର୍ଯ୍ୟକ୍ରମରେ “ମିଲେଟ ନେଟୱାର୍କ ଅଫ ଇଣ୍ଡିଆ” ମାଧ୍ୟମରେ କ୍ଷୁଦ୍ରଦାନା ଶସ୍ୟ ଉତ୍ପାଦନ କରୁଥିବା ଚାଷୀ ଓ ବ୍ୟବହାର କରୁଥିବା ବ୍ୟକ୍ତୀ ମିଳିତ ଭାବେ ପ୍ରାୟ ୧ ଲକ୍ଷ ୫୦ ହଜାର ପୋଷ୍ଟ କାର୍ଡ ମାଧ୍ୟମରେ ଦାବୀ ଗୁଡିକ ଲେଖି ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ପାଠାଉଥିବା ସୂଚନା ଦେଇଛନ୍ତି । ସେହିଭଳି ରାୟଗଡ ଜିଲ୍ଲାର ଦୁଇ ଗୋଟି ବ୍ଲକ ଯଥା କାଶୀପୁର ବ୍ଲକର ମାଣ୍ଡିବିସି, ଗୋଡିବାଲି, ସିରିପାଇ. ରେଙ୍ଗା, ଖୁରିଗାଁ, କାଶୀପୁର, କୋଡିପାରି, ଡଙ୍ଗାସିଲି, କୁଚେଇପଦର ଓ ଶଙ୍କରଡା ପଂଚାୟତ ଓ ରାୟଗଡ ବ୍ଲକର ଗୁମ୍ମା, କୁମ୍ଭିକୋଟା, କୁଟୁଳି ଓ ନାକିଟି ଗ୍ରାମ ପଂଚାୟତରୁ ୧୨ ହଜାର ପୋଷ୍ଟ କାର୍ଡରେ ଦାବୀ ଗୁଡିକ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦେଶ୍ୟରେ ପଠାଉଥିବା “ମିଲେଟ ନେଟୱାର୍କ” କର୍ମୀ ଶ୍ରୀ ପ୍ରମୋଦ ପଣ୍ଡା ପ୍ରକାଶ କରିଛନ୍ତି ।

0
0
0
s2sdefault