ହେଡଲାଇନସ୍:

ସ୍ଵଜଳ ଧାରା ପାଣି ବି ସଂକ୍ରମିତ, ଲୋକେ ପିଇବେ କଣ ?

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଢାମୁଣୀ ଗାଁ ଗ୍ରାମରେ ସଂକ୍ରମିତ ହୋଇ ଟାଇଫଏଡ ଜ୍ୱର ବ୍ୟାପିଲା, ୧୭ଜଣ ଆକ୍ରାନ୍ତ, ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଢାମୁଣୀ ଗାଁ ଗ୍ରାମରେ ପାନୀୟଜଳ ଓ ଅନ୍ୟଜଳ ଉତ୍ସ ସଂକ୍ରମିତ ହୋଇ ଟାଇଫଏଡ ଜ୍ୱର ବ୍ୟାପିବା ସହ ଏହି ରୋଗରେ ୧୭ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛି । ଖବର ପାଇ ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡା ପତିତପାବନ ବାରିକଙ୍କ ନେତୃତ୍ୱରେ ଏକ ଡାକ୍ତରୀଦଳ ଗ୍ରାମରେ ପହଞ୍ଚି ଗତ ତିନିଦିନ ଧରି ଘରଘର ବୁଲି ଚିକିତ୍ସା ସେବା ଆରମ୍ଭ କରିଛନ୍ତି । ଏହି ଡାକ୍ତରୀ ଦଳରେ ଡାକ୍ତର ବାରିକଙ୍କ ସମେତ ସ୍ୱାସ୍ଥ୍ୟ ସୁପର ଭାଇଜର ପ୍ରମୋଦ ନାୟକ, ଗୋଷ୍ଠି କାର୍ଯ୍ୟକ୍ରମ ପରିଚାଳକ ଖଗେଶ୍ୱର, ଗୋଷ୍ଠୀଡାଟା ମ୍ୟାନେଜର ମିହିରଦାସ ପ୍ରମୁଖ ସମେତ ଆଶା,ଅଙ୍ଗନଵାଡି କର୍ମୀ ଓ ଅନ୍ୟମାନେ ରହିଥିଲେ ।

ଡାକ୍ତରୀ ଦଳ ପକ୍ଷରୁ ଗ୍ରାମରେ ଥିବା ୨୦୮ ଘରକୁ ଯାଇ ଘରେ ରହୁଥିବା ୭୩୭ଜଣଙ୍କୁ ପରୀକ୍ଷା କରିଥିଲେ । ସେମାନଙ୍କପକ୍ଷରୁ ୭୨ ଜଣଙ୍କୁ ରୋଗ ଆକ୍ରମଣ କରିଥିବା ବେଳେ ୧୧ଜଣ ରୋଗୀ ସେମାନଙ୍କୁ ଅଜଣା ରୋଗ ହୋଇ ଛାଡୁନଥିବା ଡାକ୍ତରୀଦଳ ପାଖରେ ଅଭିଯୋଗ କରିଥିଲେ । ହେଲେ ମଧ୍ୟ ରୋଗ ଚିହ୍ନଟ ହୋଇଥିବା ୭୨ ଜଣଙ୍କ ମେଲେରିଆ ପରୀକ୍ଷା କରାଯାଇଥିଲା ଏବଂ ୨୪ଜଣଙ୍କୁ ରକ୍ତ ପରିକ୍ଷା କରାଯିବା ପରେ ୧୭ ଜଣଙ୍କ ଦେହରେ ଟାଇଫଏଡ ଜ୍ୱର ଥିବା ବାହାରିଥିଲା ।

ଡାକ୍ତରୀଦଳ ସମସ୍ତ ଘରଘର ଯାଇ ସ୍ୱାସ୍ଥ୍ୟ ଚିକିତ୍ସା କରିବା ସହ  ଜଳ ବିଶୋଧନ କାରୀ ବଟିକା ହାଲୋଜିନ ଦେଇ ତାର ବ୍ୟବହାର କରି ଏବଂ ଗରମ ଖାଦ୍ୟ ଖାଇବା, ହାତ ଧୋଇ ଖାଇବା ପରିସ୍କାର ପରିଛନ୍ନ ରହିବା, ପାଇଖାନା ବ୍ୟବହାର କରିବା , ନଳକୂପ ପାଣି  ବ୍ୟବହାର କରିବା ପ୍ରଭୃତି ଉପରେ ସଚେତନ କରାଇଥିଲେ । ଗ୍ରାମରେ ଥିବା ନାଳ, ନର୍ଦ୍ଦମା, ପୋଖରୀ କୁଅ ଓ ଅପରିସ୍କାର ସ୍ଥାନ ମାନଙ୍କରେ ବ୍ଲିଚିଂ ପାଉଡର ଓ ମଶାତେଲ ପକାଯାଇଛି ।

ସ୍ୱାସ୍ଥ୍ୟ ଅଧିକାରୀ ଡା ପତିତପାବନ ବାରିକ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ନିୟନ୍ତଣାଧୀନ ରହିଛ । ଅସ୍ଥାୟୀ ଶିବିର ଖୋଲାଯାଇ ଚିକିତ୍ସା ସେବା ଚାଲିଛି । ଏହା ପାନୀୟ ଜଳ ସଂକ୍ରମିତ ହେବା ଫଳରେ ଏଭଳି ରୋଗ ଦେଖାଦେଇଛି । ଗ୍ରାମରେ ଥିବା ସ୍ଵଜଳ ଧାରା  ଧାରା ପାଣି ପକ୍ଷରୁ ପାଇପଯୋଗେ ଯୋଗାଇ ପିଆଯାଉଥିବା ପାଣିକୁ ବ୍ୟବହାର ନକରିବା ପାଇଁ ଗ୍ରାମବାସୀଙ୍କୁ କୁହାଯାଇଛି । ଗ୍ରାମରେ ରହିଥିବା ୩ଟି ଜଳ ଉତ୍ସର ଜଳ ନମୁନା ସଂଗ୍ରହ କରାଯାଉ ପରିକ୍ଷା ଗାରରେ ପରିକ୍ଷା କରାଯିବା ପରେ ୨ଗୋଟି ଜଳ ଭୟ ସଂକ୍ରମିତ ବୋଲି ଜଣାପଡିଥିଲା । ତାକୁ ବ୍ୟବହାର ନକରିବାକୁ କୁହାଯାଇଛି ବୋଲି ଡାକ୍ତର ବାରିକ କହିଥିଲେ ।

0
0
0
s2sdefault