ହେଡଲାଇନସ୍:

ଫୁଲିଲା  ବୈତରଣୀ ବଢ଼ିଛି ଚିନ୍ତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

 ବୈତରଣୀ ନଦୀରେ ବନ୍ୟା ମୁକାବିିଲା ନିମନ୍ତେ ପ୍ରସ୍ତୁତି ସହ ଅଂଟା ଭିଡିଲା  ଜିଲ୍ଲାପ୍ରସାଶନ 

22-07-18-Flood-Sitution-Mee.jpg - 62.10 kB

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ)  - ଲଘୁଚାପ ଜନିତ ଲଗାଣ ବର୍ଷାହେବା ଫଳରେ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି ।   ବିପଦସଂଙ୍କେତ ଜଳସ୍ତର ୧୭.୮୩ମିଟର ଥିବା ବୈତରଣୀ ନଦୀରେ  ରବିବାର  ଅପରାହ୍ନ୫ଟାସୁଦ୍ଧା ୧୭.୩୦ ମିଟର ଜଳସ୍ତର ପ୍ରବାହିତ ହେଉଥିବା ବେଳ ଏହା ବୃଢ଼ହି ପାଇଁ କଲେ ବନ୍ୟା ସୃଷ୍ଟି କରି ଭଣ୍ଡାରୀପୋଖରୀ , ଧାମନଗର  ଅଂଚଳରେ ବନ୍ୟାଜଳ ମାଡ଼ି ପାରେ, ଏହି ଆଶଙ୍କା କରି ପ୍ରଶାସନ ତତ୍ପରତା ପ୍ରକାଶ କରିଛି |

 ଏଥିପାଇଁ ଜିଲ୍ଳାପ୍ରଶାସନ ପକ୍ଷରୁ ଜିଲ୍ଳାପାଳ ଜ୍ଞାନଦାସଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସମ୍ଭାବ୍ୟ ବନ୍ୟାକୁ କିପରି ମୁକାବିଲା କରାଯିବା ସହ ଲୋକମାନଙ୍କର ଧନଜୀବନ ସୁରକ୍ଷା ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ  ଦେଇଥିଲେ । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଳାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଳାପାଳ ସୂଚାର ବଳ, ଡେ଼ପୁଟି କଲେକ୍ଟର ଜରୁରୀ କାଳୀନ ରାଜେନ୍ଦ୍ର ପଣ୍ଡା, ସିଡ଼ିଏମ୍ଓ ଡ଼ାକ୍ତର ମହମ୍ମଦ ଅବଦୁଲ ରସିଦ୍, ଜଳ ଓ ପରିମଳ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ ଅନ୍ତର୍ଯ୍ୟାମୀ ନାୟକ,ଧାମନଗର ଓ ଭଣ୍ଡାରୀପୋଖରୀର ବିଡ଼ିଓ ଓ ତହସିଲଦାର,ଭାରପ୍ରାପ୍ତ ଜିଲ୍ଲାଯୋଗାଣ ଅଧିକାରୀ, ଓସଡ୍ରମା ଜିଲ୍ଲାପ୍ରକଳ୍ପ ଅଧିକାରୀ ଭଦ୍ରକ କାର୍ଯ୍ୟନିର୍ବାହୀ ଅଧିକାରୀ , ଜଳନିଷ୍କାସନ ବିଭାଗର ନିର୍ବାହୀ ଯନ୍ତ୍ରୀ ସମେତ ଅନ୍ୟାନ ଅଧିକାରୀମାନେ ଯୋଗଦେଇଥିଲେ । ଭଣ୍ଡାରୀପୋଖରୀ ବ୍ଲକର ୯ଟି ଗ୍ରାମପଞ୍ଚାୟର ୩୯ଟି ଗ୍ରାମ ଓ ଧାମନଗର ବ୍ଲକର ୨୫ଟି ଗ୍ରାମପଂଚାୟତର ୧୦୫ଟି ଗ୍ରାମ ବନ୍ୟାପ୍ଲାବିତ ହେବାର ଆଶଙ୍କା କରାଯାଇଛି । ଏହିସବୁ ଅଂଚଳରୁ ଖାଲୁଆ ସ୍ଥାନର ଲୋକମାନଙ୍କୁ ଉଚ୍ଚା ସ୍ଥାନକୁ ସ୍ଥାନାନ୍ତରିତ କରିବା ଓ ଖାଦ୍ୟସାମଗ୍ରୀ,ଗୋଖାଦ୍ୟ, ଶୁଖିଲା ଖାଦ୍ୟ ସ୍ଥାନୀୟ ପଞ୍ଚାୟତ ଗୋଦାମଘରେ ଆଗୁଆ ମହଜୁଦ୍ ରଖିବାକୁ ଜିଲ୍ଳାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ  ଦେଇଥିଲେ । ବନ୍ୟାଆଶଙ୍କା ଥିବାରୁ ସ୍ଥାନୀୟ ବ୍ଲକଅଧିନରେ ଥିବା ଗ୍ରାମପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ପଂଚାୟତ ହେଡ଼କ୍ୱାଟରେ ଆଲଟ ରହି ବନ୍ୟାର ସ୍ଥିତି ସମ୍ପର୍କରେ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି । ସେହିପରି ସମ୍ଭାବ୍ୟ ବନ୍ୟାନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ତହସିଲ ଓ ବିଡ଼ିଓମାନେ ହେଡ଼କ୍ୱାଟରରେ ରହି ଗ୍ରାମପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଯୋଗାଯୋଗ ରଖିବାକୁ କୁହାଯାଇଛି  । ବନ୍ୟା ପୂର୍ବରୁ ଭଣ୍ଡାରୀପୋଖରୀ ଓ ଧାମନଗର ବ୍ଲକରେ ଦଶହଜାର ଲେଖାଏଁ ପାଣିପାଉଚ ମହଜୁଦ୍ କରି ରଖିବାକୁ ଜଳଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀକୁ କୁହାଯାଇଛି । ସେହିପରି  ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଭଣ୍ଡାରୀପୋଖରୀ ଓ ଧାମନଗର ଠାରେ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର ଖୋଲାଯିବା ସହ ଆଗୁଆ ଫାଷ୍ଟଏଡ଼ ଓ ଔଷଧ  ଗଛିତକରି ରଖିବାକୁ  ସିଡ଼ିଏମ୍ଙ୍କୁ କୁହାଯାଇଛି । ଏହି ବନ୍ୟା ଆଶାଙ୍କା ଅଂଚଳରେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦରଖିବାକୁ ସ୍ଥାନୀୟ ସିଡିପିଓଙ୍କୁ କୁହାଯାଇଛି ।  ବନ୍ୟାର ସ୍ଥିତଅନୁଧ୍ୟାନ କରିବାକୁ ଭଣ୍ଡାରୀପୋଖରୀ  ବ୍ଲକର ନୋଡାଲ ଅଫିସରଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଧାମନଗର ବ୍ଲକର  ନୋଡାଲ ଅଫିସର ଭାବରେ ଉପଜିଲ୍ଲାପାଳ ସୂଚାର ବଳଙ୍କୁ ଦାୟିତ୍ୱ ଦିଆଯାଇଛି ।

0
0
0
s2sdefault