ହେଡଲାଇନସ୍:

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେଙ୍କ ବାହୁଡ଼ା ପହଣ୍ଡି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 à¬¦à­à­±à¬¿à¬¤à­€à­Ÿ ଶ୍ରୀକ୍ଷେତ୍ରରେ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେଙ୍କ ବାହୁଡ଼ା ପହଣ୍ଡି

ବାରିପଦା(ଦିଲ୍ଲୀପ ମହାନ୍ତି ) ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀଶ୍ରୀହରିବଳଦେବ ଜୀଉ ମହାପ୍ରଭୂ ମାଉସୀ ମାଙ୍କ ଘରେ(ଜନ୍ମବେଦୀରେ) ନବ ଦିବସ ଲୀଳାଖେଳା ଶେଷ କରି ବଡ଼ଜଗନ୍ନାଥ ମନ୍ଦିରକୁ(ରତ୍ନସିଂହାସନକୁ)  ବାହୁଡ଼ିବା  ନିମନ୍ତେ ଗୋଟି ପହଣ୍ଡି ବିଜେରେ ଆସି ରଥାରୂଢ଼ ହୋଇଛନ୍ତି । ଏଥି ନିମନ୍ତେ ରବିବାର ସକାଳ ସମୟରେ ମହାପ୍ରଭୂଙ୍କ ନିକଟରେ ମଙ୍ଗଳା ଆଳତୀ ପରେ ମହାସ୍ନାନ, ଅବକାଶନୀତି ସହିତ ପ୍ରସାଦ ଲାଗି ହୋଇଥିଲା । ପୂର୍ବାହ୍ନ ୯ରୁ୧୧ ମଧ୍ୟରେ ମହାପ୍ରଭୂ ଦ୍ୱାରିକା ବେଶ(ସୁନାବେଶ)ରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ଉକ୍ତ ବେଶ ଦର୍ଶନ  କରିବା ନିମନ୍ତେ ହଜାର ହଜାର ଭକ୍ତ ପ୍ରତିକୂଳ ପାଘ ସତ୍ୱେ ଧୀର୍ଘ ସମୟଧରି ଧାଡ଼ିବାନ୍ଧି ଅପେକ୍ଷାରେ ରହିଥିଲେ । ଏହାପରେ ପୂଜା ନୀତି ଓ ଠା ନୀତି ଶେଷ ହେବା ପରେ ପରିଚ୍ଛାଙ୍କ ଦ୍ୱାରା ପୁଷ୍ପଭେଟି ଓ ଅତର ଲାଗି ଆଦି କାର୍ଯ୍ୟ ସମ୍ପନ୍ନ କରିଥିଲେ । ଅପରାହ୍ନରେ ମା ଅମ୍ବିକା ଠାକୁରାଣୀଙ୍କ ଦାସୀଙ୍କ ଦ୍ୱାରା ତିନି ରଥ ପ୍ରଦକ୍ଷିଣ ଓ ଚକାଛଡ଼ା ପରେ ପହଣ୍ଡି ବେଶ ନିମନ୍ତେ ନାଟ ମନ୍ଦିର ବିଜେ ହୋଇଥିଲା । ଠିକ୍ ଅପରାହ୍ନ ୫ଟା ସମୟରେ ମହାପ୍ରଭୂ ବାଟଫୁଲ ସୁସଜ୍ଜିତ ଟାହିଆ ପରିଧାନ, କର୍ପୂର ଲାଗି, ବାଟ ପୂଜା ହୋଇ ଦକ୍ଷିଣ ଦ୍ୱାରରେ ଗୋଟି ପହଣ୍ଡିରେ ରଥରୂଢ଼ ହୋଇଥିଲେ ।  ମହାପ୍ରଭୂଙ୍କ ଏହି ପହଣ୍ଡି ବିଜେ ଦର୍ଶନ ନିମନ୍ତେ ସହରରେ ପ୍ରବଳ ଜନଗହଳି ଦେଖା ଦେଇଥିଲା । ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।ସେହିପରି ବାରିପଦା ସହରର ସାନ ଜଗନ୍ନାଥ ମନ୍ଦିରର ମାଉସୀ ମା ମନ୍ଦିରରେ ମଧ୍ୟ ମହାପ୍ରଭୂଙ୍କ ପହଣ୍ଡି ବିଜେ କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ସମାପନ ହୋଇଥିଲା ।

 

0
0
0
s2sdefault