ହେଡଲାଇନସ୍:

ବଲାଙ୍ଗିର ଜିଲ୍ଲାର ନାଁ ରଖିଲେ ଅଭିଳାଷ ପଣ୍ଡା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବଲାଙ୍ଗିରରୁ ନିରୋଜ ମିଶ୍ର - ଭୁବନେଶ୍ୱର ସ୍ଥିତ ଆଂଚଳିକ ବିଜ୍ଞାନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ବିଜ୍ଞାନ ଆଲୋଚନା  ଚକ୍ର ପ୍ରତିଯୋଗୀତାରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଓଡିଶା ଆଦର୍ଶ ବିଦ୍ୟାଳୟ, ଭଇଁଷାର ଅଷ୍ଟମ ଶ୍ରେଣୀ ଛାତ୍ର  ଅଭିଳାଷ ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରି ଆସନ୍ତା ନଭେମ୍ବର ମାସ ୯ ତାରିଖରେ ବି.ଆଇ.ଟି.ଏମ୍, କୋଲକତା ଠାରେ ହେବାକୁ ଥିବା  ଜାତୀୟ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ରେ ଯୋଗ ଦେବେ । ଅଭିଳାଷ ପଣ୍ଡା ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ସୁବୋଧ କୁମାର ଦାଶ, ଜିଲ୍ଲା ବିଜ୍ଞାନ ତତ୍ୱାବଧାରକ ନିଳମଣୀ ପଟେଲ , ବିଶିଷ୍ଟ ଶିକ୍ଷାବିତ୍ ସନାତନ ଠାକୁର, ସୁରେନ୍ଦ୍ର ତ୍ରିପାଠୀ, ଅଙ୍ଗୀରା ସାହୁ, ବ୍ଲକ ଟେକ୍ନୋଲୋଜି ମ୍ୟାନେଜର, କୃଷି ବିଭାଗ ସୂର୍ଯ୍ୟ କୁମାର ଦାଶ, ଓଡିଶା ଆଦର୍ଶ ବିଦ୍ୟାଳୟ ଭଇଁଷାର ଅଧ୍ୟକ୍ଷ, ସମସ୍ତ ଶିକ୍ଷକ ତଥା ଶିକ୍ଷା କର୍ମଚାରୀ, ବିଜ୍ଞାନ ସୋସାଇଟିର ସମସ୍ତ କର୍ମକର୍ତା, ଅଭିଳାଷ ପଣ୍ଡାଙ୍କ ମାତା ପିତା ଓ ବିଜ୍ଞାନ ଶିକ୍ଷକ କାହ୍ନୁ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି 

0
0
0
s2sdefault