ହେଡଲାଇନସ୍:

ମା ମାହେଶ୍ୱରୀ କନିଷ୍ଠ କଲେଜର ୭ ଦିନିଆ ଏନଏସଏସ ଶିବିର ଉଦଯାପିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୌଦ୍ଧ, (ସିମୁନ ନାଏକ) : ବୌଦ୍ଧଜିଲା ବାଉଁଶୁଣୀ ମା ମାହେଶ୍ୱରୀ କନିଷ୍ଠ  କଲେଜର ୭ ଦିନିଆ ଏନଏସଏସ ଶିବିର ଉଦଯାପିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ମାନଭଂଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି ବର୍ଷାକଳୀନ ଶିବିରର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ କଂଟାମାଳ ଗୋଷ୍ଠୀ  ଶିକ୍ଷା ଅଧିକାରୀ ଦଶରଥ ମେହେର ଓ ସମ୍ମାନିତ ଅତିଥି ଭାବରେ ଦେବାର୍ଚ୍ଚନ ବେହେରା ଓ ମକର ମହାରଣା ଯୋଗଦେଇଥିଲେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ନିଯୁକ୍ତ ଏନଏସଏସ ପର୍ଯ୍ୟବେକ୍ଷକ ଡ. ମନୋରଂଜନ ଘଡେଇ ସ୍ୱତନ୍ତ୍ର ଅତିଥି  ଭାବେ ଯୋଗଦେଇ ଶିବିରାର୍ଥୀମାନଙ୍କୁ ସେବା ମନୋବୃତି ନେଇ ଜୀବନରେ ଜଣେ ଜଣେ ସଫଳ ମଣିଷ ହେବାକୁ ଉପଦେଶ ଦେଇଥିଲେ । ଶିବିରାର୍ଥୀମାନେ ସେମାନଙ୍କ ଅନୁଭୁତିକୁ ବର୍ଣ୍ଣନା କରି କହିଥିଲେଯେ, ସେମାନେ ବୃକ୍ଷ ରୋପଣ,ସର୍ବସାଧାଣ ସ୍ଥାନ ସଫେଇ,ସ୍ୱଛତା ସମ୍ବନ୍ଧୀୟ ସଚେତନତା,ଶିଶୁ ଓ ମହିଳାମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ଓ ସଂଚୟ ଆଦି କାର୍ଯ୍ୟକ୍ରମ ଉପରେ ତାଲିମ ଗ୍ରହଣ କରିବା ସହ ଶିକ୍ଷା ପ୍ରାପ୍ତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଉମାକାନ୍ତ ବିଶ୍ୱାଳ,ପ୍ରଦୀପ କୁମାର ଭୁକ୍ତା ପରିଚାଳନା କରିଥିଲେ । 

 

0
0
0
s2sdefault