ହେଡଲାଇନସ୍:

ଦମାପଲା ଠାରେ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ରାହାସ ଲୀଳା ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ାରୁ ଯଶୋବନ୍ତ କୁମାର: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ମାସ ଅବସରରେ ନୂଆପଡା ଜିଲ୍ଲା ଖଡି଼ଆଳ ଦମାପଲା ଠାରେ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ରାହାସ ଲୀଳା ଆରମ୍ଭ ହୋଇ ଯାଇଛି । ପାଞ୍ଚ ଦିନ ଧରି ହେବାକୁ ଥିବା ଏହି ଲୀଳା ରେ ଆଜି ପ୍ରଭୁ ଙ୍କ ଜନ୍ମ ଲୀଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ବାତ୍ସଲ୍ୟ ଲୀଳା, ଦଧି ମନ୍ଥନ, ଗୋଷ୍ଠ ,କାଳିଆ ଦଲନ, ବସ୍ତ୍ର ହରଣ ଲୀଳା ଅନୁଷ୍ଠିତ ହେବ । ଆଜି ଉଦଘାଟିତ ଉତ୍ସବ ରେ ପ୍ରଥମେ ସ୍ବର୍ଗତ କଳାକାର ସୌରୀ ଶଙ୍କର ବାରିକ, ଦେବବ୍ରତ ବିଶି, ପରମାନନ୍ଦ ବାରିକ ଙ୍କ ସ୍ମୃତିଚାରଣ କରିଥିଲେ । ପରେ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ଜନ୍ମ ଲୀଳା ଆରମ୍ଭ ହୋଇଥିଲା ।। ଏହି ଅବସର ରେ ପୂର୍ବତନ କଳାକାର ମାନଙ୍କୁ କମିଟି ତରଫରୁ ଅଶ୍ୱନୀ ପ୍ରଧାନୀ ଓ ନନ୍ଦ କିଶୋର ପ୍ରଧାନୀ ଙ୍କ ଦ୍ଵାରା ବାର ଜଣ କଳାକାରଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଲୀଳା ରେ ବାୟକ ଭାବରେ ହୀରାଲାଲ ଦଣ୍ଡସେନା ଓ କୁମୁଦ ଦଣ୍ଡସେନା ଯୋଗ ଦେଇଥିବା ବେଳେ ଗାୟକ ଭାବରେ ଦାମୋଦର ବିଶି, ରାହାସ ବିହାରୀ ବିଶି, ରାଧା ମୋହନ ଦଣ୍ଡସେନା, ସୁଶାନ୍ତ କୁମାର ବିଶି ଭଗବାନ ଦଣ୍ଡସେନା, ଡୋଲାମଣି ଦଣ୍ଡସେନା, ଚିନ୍ତା ପ୍ରଧାନୀ, ତପଳେଶ୍ୱର ପ୍ରଧାନୀ ପ୍ରମୁଖ ଯୋଗଦେଇ ଥିଲେ । ଏଥିରେ କାର୍ତିକବ୍ରତୀ ମହିଳା ଓ ପୁରୁଷ ମାନଙ୍କୁ ଅନୁଷ୍ଠାନ ର କଳାକାର ମାନେ ରାତିତମାମ ମନୋରଞ୍ଜନ କରି ବାନ୍ଧି ରଖିଥିଲେ । ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଶିରି ଶଙ୍କର ବାରିକ, ସୁମନ୍ତ ଦଣ୍ଡସେନା, କେସିନ ପ୍ରଧାନୀ, ପରେଶ ବାରିକ,ରାଜକପୁର ବାରିକ, ସନ୍ତୋଷ ଦଣ୍ଡସେନା ରମାକାନ୍ତ ନାଏକ, ଦିଲୀପ ବାରିକ, ଗୋପବନ୍ଧୁ ବିଶି ସୁଶୀଲ ବାରିକ ପ୍ରମୂଖ ସହଯୋଗ କରିଥିଲେ । ଏହି ଲୀଳା ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ରେ ଉଦଯାପିତ ହେବ ।

0
0
0
s2sdefault