ନୂଆପଡ଼ା ଜିଲ୍ଲା ରୁ ଯଶୋବନ୍ତ କୁମାର:ନୂଆପଡା ଜିଲ୍ଲା ହାଡିପାଗୁରୁ ମହାସମାଜର ବାର୍ଷିକ ଅଧିବେଶନ ଓ ଜିଲ୍ଲାସ୍ତରୀୟ କର୍ମକର୍ତା ଚୟନ କାର୍ଯ୍ୟକ୍ରମରେ ହାଡିପାଗୁରୁ ମହାସମାଜ ର ଜିଲ୍ଲା ସଭାପତି ଭାବରେ ବିଜୟ କୁମାର ସହିସଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି |କୋମନା ବ୍ଲକ ର ଲୋୟର ଇନ୍ଦ୍ର ପ୍ରକଲ୍ପର ବଙ୍ଗଲା ପରିସର ମଧ୍ୟ ରେ ଆଜି ବାର୍ଷିକ ଧିବେଶନ ଓ କର୍ମକର୍ତା ଚୟନ ଆୟୋଜନ ହୋଇଥିଲା | ହାଡିପାଗୁରୁ ମହାସମାଜ ର କର୍ମକର୍ତା ଚୟନ ପୁର୍ବ ରୁ ଅତିଥି ପରିଚୟ ମହାସମାଜର ବରିଷ୍ଠ ସଦସ୍ୟ ମୁଲଚନ୍ଦ ସୁନାନୀ କରିଥିଲେ | ସେହିଭଳି ବିଜୟ କୁମାର ସହିସ ନୂଆପଡା ଜିଲ୍ଲା କୋଣ ଅନୁକୋଣ ମଧ୍ୟରୁ ଆସିଥିୂୂବା ହାଡିପାଗୁରୁ ସମାଜ ର ସମୁହ ସଦସ୍ୟ ଙ୍କୁ ସ୍ବାଗତ ଜଣାଇଥିଲେ | ହାଡିପାଗୁରୁ ମହାସମାଜ ର ମୁଖ୍ୟ ଗୁରୁ ହାଡିପା ଙ୍କୁ ପୁଜା ପାଠ କରି ଧୁପ ଦୀପ ପ୍ରଜ୍ଜଲନ କରିଥିଲେ | ଏହାପରେ ସମୁହ ସଦସ୍ୟ ବିଗତ ଦିନ ରେ ସମାଜ ପାଇଁ ଉତ୍ସର୍ଗିକୃତ କାମ କରି ଇହଧାମ ହୋଇଥିବା ବରିଷ୍ଟ ନାଗରିକ ଙ୍କ ଉଦେଶ୍ୟରେ ଶୋକସଭା ଆୟୋଜନ ହୋଇଥିଲା |ଏହି ଜିଲ୍ଲା ସ୍ତରିୟ ଅଧିବେସନ କୁ ମଂଚର ସଭାପତି ଭାବରେ ବିଜୟ କୁମାର ସହିସ ସଭାପତିତ୍ବ ଭାଷଣ ପ୍ରଦାନ କରିଥିବାବେଳେ ମହାଦେବ ପାତ୍ର ମୁଖ୍ୟ ଅତିଥି ,ସମ୍ମାନୀତ ଅତିଥି ଭାବରେ ଆଇନଜୀବୀ ଶଙ୍କର ସୁନା,ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସତ୍ୟସଗଡିଆ,ପୁର୍ବତନ ସୈନିକ ସୁରେନ୍ଦ୍ର କୁମାର ଓ ସୋଭା ସିନ୍ଦୁର ଉପସ୍ଥିତ ରହି ହାଡିପାଗୁରୁ ଙ୍କ ଉଦେଶ୍ୟ ଓ ସମାଜ ର ଏକତା ଉପରେ ଆଲୋକପାତ କରିଥିଲେ |
ହାଡିପାଗୁରୁ ମହାସମାଜ ର ଦ୍ବିତୀୟ ଅଧିବେସନ ରେ ଜିଲ୍ଲା ସ୍ତରିୟ କର୍ମକର୍ତା ଚୟନ ହୋଇଥିଲା,ଏଥିରେ ଅବସର ପ୍ରାପ୍ତ ସୈନିକ ତଥା ହାଡିପାଗୁରୁ ଯୁବ ସଂଗଠକ ସୁରେନ୍ଦ୍ର କୁମାର ମଂଚ ପରିଚାଲନା କରିଥିଲେ | ହାଡିପାଗୁରୁ ମହାସମାଜ ର ଜିଲ୍ଲା ସଭାପତି ଭାବରେ ବିଜୟ କୁମାର ସହିସ ଙ୍କୁ ଜଗନ୍ନାଥ ସାଗର ପ୍ରସ୍ତାବ ଆଗତ କରିଥିବାବେଳେ ଇଥୁନ ସିନ୍ଦୁର ସମର୍ଥନ ଜଣାଇ ସର୍ବସମ୍ମତି କ୍ରମେ ସଭାପତି ଭାବରେ ଚୟନ କରିଥିଲେ | ସେହିଭଳି ଜିଲ୍ଲା ସାଧାରଣ ସଂପାଦକ ଭାବରେ ମୁଲଚନ୍ଦ ସନାନୀ ଓ ନୂଆପଡା ସଦର ସହିସ ସମାଜ ର ଯୁବ ସଂଗଠକ ଉପେନ୍ଦ୍ର କୁମାର ଙ୍କୁ ଚୟନ କରାଯାଇଥିଲା | ହାଡିପାଗୁରୁ ମହାସମାଜ ର ୫ ଗୋଟି ଜିଲ୍ଲା ଉପସଭାପତି ଚୟନ ହୋଇଥିଲା ନୂଆପଡା ବ୍ଲକ ଉପସଭାପତି ଭାବରେ ଆଇନଜିବୀ ଶଙ୍କର ସୁନା ମନୋନୀତ ହୋଇଥିବା ବେଳେ ଅଧ୍ୟାପକ ରାଜକୁମାର ସୁନା ଙ୍କୁ କୋମନା ବ୍ଲକ ଉପସଭାପତୀ,ସୁରେନ୍ଦ୍ର କୁମାର ଙ୍କୁ ଖଡିଆଳ ବ୍ଲକ ଉପସଭାପତି,ଶୁଭମ କୁମାର ଙ୍କୁ ସିନାପାଲି ବ୍ଲକ ଉପସଭାପତି,ବୋଡେନ ବ୍ଲକ ଉପସଭାପତି ପାଇଁ ତେଜରାଜ ସୁନା ଙ୍କୁ ମନୋନିତ କରାଯାଇଥିଲା,ସେହିଭଳି ନୂଆପଡା ଜିଲ୍ଲା ର ୫ ଟି ବ୍ଲକ ପାଇ ୫ଜଣ ସହ ସଂପାଦକ ଚୟନ ହୋଇଥିଲା,ସିନାପାଲି ବ୍ଲକ ର ସହ ସଂପାଦକ ଭାବରେ ସତ୍ୟ ସଗଡିଆ,ଖଡିଆଳ ବ୍ଲକ ରୁ ସମ୍ରାଟ ପାତ୍ର,କୋମନା ବ୍ଲକ ରୁ ଦାରାସିଂ ପାତ୍ର,ନୂଆପଡା ବ୍ଲକ ରୁ ହିରାଲାଲ କୁମାର ଙ୍କୁ ଚୟନ କରାଯାଇଥିଲା,ହାଡିପାଗୁରୁ ମହା ସମାଜ ର କୋଷାଧ୍ୟକ୍ଷ ଭାବରେ ଇଜାର ତାଣ୍ଡି ମନୋନୀତ ହୋଇଛନ୍ତି | ହାଡିପାଗୁରୁ ମହାସମାଜ ର ୨୧ ଜଣ ସଦସ୍ୟ ଙ୍କୁ ନେଇ କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବରେ ମନୋନିତ ହୋଇଥିବାବେଳେ ୮ ଜଣ ବରିଷ୍ଟ ସଦସ୍ୟ ଙ୍କୁ ନେଇ ଉପଦେଷ୍ଟା ମଣ୍ଡଲି ଚୟନ ହୋଇଥିଲା | ନବ ନିର୍ବାଚିତ ଜିଲ୍ଲା ସଭାପତି ବିଜୟ କୁମାର ସହିସ ଗଣ ମାଧ୍ୟମ ପ୍ରତିନିଧୀ ଙ୍କ ସାକ୍ଷାତକାର ରେ କହିଛନ୍ତି ଯେ ହାଡିପାଗୁରୁ ସମାଜ ର ଲୋକମାନେ ସମସ୍ତ କ୍ଷେତ୍ର ରେ ଏବେ ମଧ୍ୟ ଅବହେଳିତ ଓ ନିଷ୍ପେସିତ ଭାବରେ ରହିଛନ୍ତି ଏବଂ ବିକାଶ ଏମାନଙ୍କ ପାଖ କୁ ଠିକ ଭାବରେ ପହଚିଂ ପାରି ନାହିଁ | ଏହି ବର୍ଗ ର ଲୋକ ଙ୍କୁ ସମାଜ ର ମୁଖ୍ୟସ୍ରୋତ କୁ ଆଣିବା ର ଆବଶ୍ୟକତା ରହିଛି | ଆଗାମି ଦିନ ରେ ହାଡିପା ଗୁରୁ ମହାସମାଜକୁ ରାଜ୍ୟ ତଥା ଜାତୀୟ ସ୍ତରରେ ସଂଗଠନ ନିର୍ମାଣ କରାଯିବ ଓ ସାମାଜିକ ଅର୍ଥନୈତିକ ଓ ଶିକ୍ଷା ର ବିକାସ କରାଯିବ ବେଲି ନିଜ ପ୍ରତିକ୍ରିୟା ରେ ଜଣାଇଛନ୍ତି।
ରାଜ୍ୟ
ହାଡିପାଗୁରୁ ମହାସମାଜର ବାର୍ଷିକ ଅଧିବେଶନ ଓ ଜିଲ୍ଲାସ୍ତରୀୟ କର୍ମକର୍ତା ଚୟନ
- Hits: 609