ହେଡଲାଇନସ୍:

ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ"ଭୋଟର ସଚେତନତା"କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ମତଦାତା ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲୀପ କୁମାର ମହାରଣା ଯୋଗଦେଇ +୨ ଛାତ୍ରୀ ମାନଙ୍କୁ ଭୋଟର ଅଧିକାର , ଭୋଟ ସଚେତନତା , ଭୋଟର ହେବା , ଦେଶ ଗଢିବା , ମୌଳିକ ଅଧିକାର , ମୌଳିକ କର୍ତ୍ତବ୍ୟକୁ କିଭଳି ପାଳନ କରାଯିବ ବୁଝାଇଥିଲେ।
ଭୋଟର ହେଲପ୍ ଲାଇନ୍ ଆପ୍ ମାଧ୍ୟମରେ ନିଜର ମୋବାଇଲ୍ ମାଧ୍ୟମରେ କିଭଳି ଭୋଟର ଚିଠାରେ ନାମ ପଞ୍ଜିକରଣ କରିବେ ତାହା ସୁନ୍ଦର ଭାବରେ ବୁଝାଇଥିଲେ।
ଉପଜିଲ୍ଲାପାଳ ଶ୍ରୀ ମହାରଣା ଅତି ସୁନ୍ଦର , ସରଳ ଭାବରେ କିଭଳି ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ ସହିତ ପରିବାରର ଅନ୍ୟ ମାନଙ୍କର ଯଥା ପାଖ ପଡୋଶୀଙ୍କୁ ବୁଝାଇବେ ଏବଂ ଚିତ୍ର , ବକ୍ତୁତା ଏବଂ ରାଲି ମାଧ୍ୟମରେ ସଚେତନତା କରିବା ପାଇଁ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମକୁ କମ୍ ସମୟ ମଧ୍ୟରେ ପରିଚାଳନାର ନେତୃତ୍ବ ନେଇଥିଲେ ଅଧ୍ୟକ୍ଷା ଶ୍ରୀମତି ଅମ୍ବିକା ଦେବୀ , ପ୍ରାଧ୍ୟାପିକା ଡ଼.ମନୋଶ୍ୱିନୀ ଦାସ , ଅଧ୍ୟାପକ ଡ଼.ନୃସିଂହ ପ୍ରସାଦ ପାଣିଗ୍ରାହୀ , ଗୁରୁ ରଘୁନାଥ ପାତ୍ର , କ୍ରୀଡା ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ଅନ୍ୟ ଅଧ୍ୟାପକ , ଅଧ୍ୟାପିକା ଏବଂ ଅଣ ଶିକ୍ଷକ କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରି ସଫଳ କରାଇଥିଲେ।

0
0
0
s2sdefault