ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିବା ନେଇ ବିଜେପି ହୀନ ରାଜନୀତି କରୁଛି : ବିଜୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

17-07-18-bijay.jpg - 27.36 kB

ଭୁବନେଶ୍ୱର: କୋଣାର୍କ ମନ୍ଦିର ହେଉଛି ଓଡ଼ିଶାର ଗର୍ବ, ଗୌରବ ଓ ସ୍ୱାଭିମାନର ଏକ ପ୍ରତୀକ । ଏହା ମାଧ୍ୟମରେ ଓଡ଼ିଶା ନିଜର ପରିଚୟକୁ ପ୍ରସାରିତ କରିପାରିଛି । ଏହି ମନ୍ଦିରର ସୁରକ୍ଷା ପ୍ରତ୍ୟେକ ଓଡ଼ିଆଙ୍କର ପରମ କର୍ତ୍ତବ୍ୟ । ସଂପ୍ରତି କୋଣାର୍କ ମନ୍ଦିରର ରକ୍ଷଣାବେକ୍ଷଣା ଦାୟିତ୍ୱ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ପ୍ରତ୍ନତ୍ତତ୍ୱ  ବିଭାଗ ହାତରେ ରହିଛି । ବର୍ଷାରେ କୋଣାର୍କ ମନ୍ଦିରରେ ପାଣି ଜମିବା କେବଳ ପର୍ଯ୍ୟଟକ ତଥା କୋଣାର୍କକୁ ଦର୍ଶନ କରିବାକୁ ଆସୁଥିବା ଲୋକମାନଙ୍କୁ ଅସୁବିଧାରେ ପକାଉନାହିଁ, ବରଂ ଏହାଦ୍ୱାରା ଏକ ଐତିହାସିକ କୀର୍ତ୍ତିର ଅବକ୍ଷୟର କାରଣ ହେଉଛି । ଏହି ଅସୁବିଧାର ସ୍ଥାୟୀ ସମାଧାନ ପାଇଁ  ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ସଂପୃକ୍ତ ବିଭାଗ ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଆଗ୍ରହ ପ୍ରକାଶ କରିବାକୁ ବିଜେପି ବିରୋଧ କରିବା ହେଉଛି ଏକ ହୀନ ରାଜନୀତି । ସବୁକଥାରେ ବିଜେପି ତଳସ୍ତରକୁ ଆସି ରାଜନୀତି କରୁଛି । ଏହାକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ପାଣି ଜମିବା ଏବଂ କୋଣାର୍କ ମନ୍ଦିର ପରିସରରେ ପାଣି ଜମିବା, ଏକା କଥା ନୁହେଁ । ଏହାକୁ ବିଜେପିର କର୍ମକର୍ତ୍ତାମାନେ ନବୁଝିପାରିବା ଦୁର୍ଭାଗ୍ୟଜନକ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

0
0
0
s2sdefault