ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲ ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କବିଚନ୍ଦ୍ର ପାଠାଗାରରେ ଜିଲ୍ଲା ସାମ୍ବାଦିକ ପରିବାର ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି ।
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁତ୍ର ମନିଷ ଅନୁରାଗ ଦାସଙ୍କ ଅକାଳ ବିୟୋଗରେ ଏହି ଶୋକସଭା ଆୟୋଜିତ ହୋଇଥିଲା । ଏହି ଅବସରରେ ୨ ମିନିଟ୍ ଅମର ଆତ୍ମାର ସର୍ଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା । ପରେ ଅନୁରାଗଙ୍କ ଫୋଟ ସମ୍ମୁଖରେ ପୁଷ୍ପମାଲ୍ୟାର୍ପଣ ସହ ଧୁପ ଓ କ୍ୟାଣ୍ଡେଲ ଜାଳାଯାଇଥିଲା । ତେବେ ଓଡିଶା ପୋଲିସ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବା ସହ ଅନୁରାଗଙ୍କ ବାପା ଅଭିଯୋଗ କରିଥିବାନୁସାରେ ଯଦି ହତ୍ୟା ହୋଇଛି ତାହା ହେଲେ ହତ୍ୟାକାରୀଙ୍କୁ କଡାରୁ କଡା ସଜ୍ଜା ଦେବାପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଦାବୀ କରିଛନ୍ତି ।
ଏପରିକି କେବଳ ସାମ୍ବାଦିକ ହତ୍ୟା, ଧମକ, ମାଡ ଓ ବିପଦର ସମ୍ମୁଖୀନ ହେଉଥିବା ସମଗ୍ର ଓଡିଶାରେ ପୂର୍ବରୁ ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ସାମ୍ବାଦିକ ମାନଙ୍କ ପରିବାରକୁ ଟାର୍ଗେଟ କରାଯିବା ଆଇନ ବ୍ୟବସ୍ଥାକୁ ଦୋହଲାଇବା ଭଳି ସ୍ଥିତି ଓଡିଶାରେ ସୃଷ୍ଟି ହେଲାଣି ବୋଲି ଚିନ୍ତା ଜଣାଇଛନ୍ତି ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧି ।
ଏହି ଶୋକ ସଭାରେ ବରିଷ୍ଠ ସାମ୍ବାଦିକ ଦେବାଶିଷ ପାଢୀ , ଗଶେଷ ରାଜୁ , ଆଦର୍ଶ ଦାସ , ବାସୁଦେବ ଦାସ , ହରିହର ପଟ୍ଟନାୟକ, ଗୋବିନ୍ଦ ଆଚାର୍ଯ୍ୟ, ଏସ୍.ରୁଷୀ , ଦୀଲୀପ ସତପଥୀ , ବସନ୍ତ ପଣ୍ଡା , ସନ୍ତୋଷ କୁମାର ପାଟଯୋଶୀ , ଶିବ ପ୍ରସାଦ ପ୍ରାଣୀଗ୍ରାହୀ , କୃଷ୍ଣ ବେହେରା , ଗିରିଧାରୀ ପରିଚ୍ଛା , ଡମ୍ବାରୁଧର ପଲେଇ , ଅନିଲ କମାର ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ବରିଷ୍ଠ ସାମ୍ବାଦିକଙ୍କ ପୁତ୍ର ବିୟୋଗରେ ଶୋକ ସଭା
- Hits: 374