ହେଡଲାଇନସ୍:

ମୋ ସ୍କୁଲ ଅଭିଯାନ କର୍ମଶାଳା ଅନୁଷ୍ଠିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

17-07-18-mo-school.jpg - 61.53 kB

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ବ୍ଲକ ଗୋଷ୍ଠୀ  ଶିକ୍ଷା ଅଧିକାରୀଙ୍କ କାର୍ଯାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ଼ଃ. ପ୍ରଜ୍ଞା ପରିମିତା ଜେନାଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଅଭିଯାନ କର୍ମଶାଳା ଆୟୋଜିତ ହୋଇଥିଲା । ବାରିପଦା ପୌରପରିଷଦ ଓ ବାରିପଦା ବ୍ଲକ ଅଧୀନରେ ରହିଥିବା ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ନେଇ ଅନୁଷ୍ଠିତ  ଉକ୍ତ କର୍ମଶାଳାରେ ବ୍ଲକ ଗୋଷ୍ଠୀ  ଶିକ୍ଷା ଅଧିକାରୀ ଡ଼ଃ. ଜେନା ମୋ ସ୍କୁଲ ଅଭିଯାନ ଆୟୋଜନର ମହତ୍ୱ ଓ ଉଦେ୍ଧଶ୍ୟ ଉପରେ ଆଲୋକପାତ କରାଇବା ସହିତ ସରକାରଙ୍କର ଏହି ଅଭିନବ କାର୍ଯ୍ୟକ୍ରମକୁ ସଫଳ କରାବା ନିମନ୍ତେ ସମସ୍ତେ ସହାୟତାର ହାତ ବଢ଼ାଇ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ସେହିପରି ବିଦ୍ୟାଳୟଗୁଡ଼ିକର ଶୈକ୍ଷିକ ପରିବେଶକୁ ଅଧିକ ତ୍ୱାରାନ୍ବିତ କରାଇବା ସହ ଶିକ୍ଷାର ଗୁଣାତ୍ମକ ମାନରେ ପରିବର୍ତ୍ତନଆଣିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ଏବଂ ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ବୃଦ୍ଧି ପାଇଁ ଉଜ୍ଜ୍ୱଳ, ଉତ୍ଥାନ ଓ ଉକ୍ରର୍ଷ କାର୍ଯ୍ୟକ୍ରମକୁ ସଫଳ କରାଇ ବିଦ୍ୟାଳୟ ବାହାରେ ରହିଥିବା ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରି ଉପଯୁକ୍ତ ଶୈକ୍ଷିକ ବ୍ୟବସ୍ଥା ଯୋଗାଇ ଦେବା ଓ ବିଦ୍ୟାଳୟସ୍ତରୀୟ ନିରାପତ୍ତା କମିଟି ଗଠନ କରି ନିରାପତ୍ତା ପ୍ରବନ୍ଧନ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଆଦି ଉପରେ ସବିଶେଷ ଆଲୋଚନା କରିଥିଲେ । ଏହି ସମୟରେ ସମସ୍ତ ସିଆରସିସି, ଏବିଓଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।

 

0
0
0
s2sdefault